ପ୍ରକାଶ ପାଇଲା ମ୍ୟାଟ୍ରିକ୍‌ ପରୀକ୍ଷା ସୂଚୀ : ଜାଣନ୍ତୁ କେଉଁଦିନ କ’ଣ ପରୀକ୍ଷା ରହିଛି ?

0

Get real time updates directly on you device, subscribe now.

ପୂର୍ବଘୋଷଣା ଅନୁଯାୟୀ ଆସନ୍ତା ଏପ୍ରିଲ ମାସ ୨୯ ତାରିଖରୁ ମଇ ୭ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଏ ବିଷୟରେ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେଉଁଦିନ କ’ଣ ପରୀକ୍ଷା ରହିଛି ସେ ନେଇ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିବା ସହିତ ସକାଳ ୮ଟା ରୁ ୧୦ଟା ୨ଘଣ୍ଟା ପାଇଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ପାଇଁ ପରୀକ୍ଷା ୨ଘଣ୍ଟା ୧୫ମିନିଟ ରହିବ। ଏହାସହ ନବମ ଶ୍ରେଣୀର ପରୀକ୍ଷା ପାଇଁ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଗତକାଲି ଜାରି କରିଛନ୍ତି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ଥିବା ସମୟରେ ମଇ ୨ ତାରିଖରେ ଗଣିତ, ମଇ ୪ ତାରିଖରେ ବିଜ୍ଞାନ, ମଇ ୫ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ମଇ ୬ ତାରିଖରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମଇ ୭ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୮୦ମାର୍କର ହେବ। ଏଥିରେ ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ଅଛି ବୋଲି ଜଣାପଡ଼ିଛି।

ସେହିପରି ଏପ୍ରିଲ ୧୩ ତାରିଖରୁ ନବମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା-୨ ଆରମ୍ଭ ହେବ। ସକାଳ ୮ଟାରୁ ନିଜ ସ୍କୁଲରେ ନବମ ଶ୍ରେଣୀ ପିଲାମାନେ ଏହି ପରୀକ୍ଷା ଦେବେ। ଏହି ପରୀକ୍ଷା ଏପ୍ରିଲ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଦ୍ୱିତୀୟ ଭାଷା, ଏପ୍ରିଲ ୧୬ ତାରିଖରେ ଗଣିତ, ଏପ୍ରିଲ ୧୮ ତାରିଖରେ ବିଜ୍ଞାନ, ଏପ୍ରିଲ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ଏପ୍ରିଲ ୨୦ ତାରିଖରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ ତାରିଖରେ ତୃତୀୟ ଭାଷା ହିନ୍ଦି ଅବା ସଂସ୍କୃତ ପରୀକ୍ଷା ଅଛି।

ସୂଚନା ଅନୁସାରେ ଓଡ଼ିଶା ମାଧ୍ୟମିକ ବୋର୍ଡ ସଭାପତି ରାମାସିସ ହଜରା ପୂର୍ବରୁ କହିଥିଲେକି, ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ମେଟିଭ ପରୀକ୍ଷା-୨ ବାଧ୍ୟତାମୂଳକ କରାଯାଇଛି। ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ତେବେ କେବଳ ରାଜ୍ୟ ମୁକ୍ତ ବିଦ୍ୟାଳୟର ସାର୍ଟିଫିକେଟ୍ ପରୀକ୍ଷା ୩ଦିନ ପାଇଁ ୨ଟି ସିଟିଂରେ ହେବ। ପ୍ରଥମ ସିଟିଂ ସକାଳ ୮ଟା ରୁ ୧୦ଟା ଓ ଦ୍ୱିତୀୟ ସିଟିଂ ସକାଳ ୧୧ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ।

Leave A Reply

Your email address will not be published.