ସ୍ୱାମୀର ଲିଙ୍ଗ ପରିବର୍ତ୍ତନ କରି ଝିଅ କରିଦେଲା ସ୍ତ୍ରୀ ,୨ ବର୍ଷ ପର୍ଯ୍ୟନ୍ତ ସାଙ୍ଗ ହୋଇ ରହିଲେ, ତାପରେ କଲା ଛାଡ଼ପତ୍ର ପାଇଁ ଦାବି

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ବହୁତ୍ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ଦିନେ ନିଜ ସ୍ବାମୀଙ୍କୁ ଝିଅ କରିବାକୁ ଇଚ୍ଛା ହେଲା, ସେ ନିଜ ସ୍ବାମୀ ସହିତ ସାଙ୍ଗ ପରି ରଖିବାକୁ ଚାହୁଁଥିଲା । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ୍ ପ୍ରେମ ଥିଲା । ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ ଯାଇ ସ୍ବାମୀ ଝିଅ ହେବାପାଇଁ ପ୍ରସ୍ତୁତ ହୋଇଗଲା ।

ଦୁହେଁ ଡାକ୍ତରଙ୍କ ସାହାଯ୍ୟ ନେଲେ ଏବଂ କିଛି ବର୍ଷ ଧରି ଔଷଧ ଏବଂ ମେଡିକାଲ୍ ପ୍ରୋଷେସ ପରେ ସ୍ବାମୀ ସମ୍ପୂର୍ଣ୍ଣ ଭାବେ ଝିଅ ହୋଇଗଲା । ଝିଅ ହୋଇଥିବା ସ୍ବାମୀ ଏବଂ ସ୍ତ୍ରୀ ଦୁହେଁ ସାଙ୍ଗ ଭଳି ରହିବାକୁ ଲାଗିଲେ, ଦୁହେଁ ସାଙ୍ଗମାନଙ୍କ ପରି ମଜା ମସ୍ତି କରିବାକୁ ଲାଗିଲେ । କିନ୍ତୁ ତାପର ର ଘଟଣାକ୍ରମ ଏମିତି ବଦଳି ଗଲା ଯେ ଦୁହେଁ ପରସ୍ପର ବିରୋଧରେ କୋର୍ଟରେ ପହଞ୍ଚିଲେ ।

ଦିନେ ପିଲାର ବାପା ସେମାନଙ୍କୁ ଦେଖିବାପାଇଁ ଜିଦ୍ କରିବାରୁ ସେମାନେ କିଛି ଦିନ ପରେ ଦେଖା କରିବାକୁ ପହଞ୍ଚିଲେ । ଏହି ସମୟରେ ଯୁବକଙ୍କୁ ଝିଅ ରୂପରେ ଦେଖି ବାପା ର ହୋସ ଉଡ଼ିଗଲା । ବାପା ଯେତେବେଳେ ପଚାରିଲେ ଯେ ଏସବୁ କେମିତି ହେଲା, ସେତେବେଳେ ସେ ନିଜ ସ୍ତ୍ରୀକୁ ଦାୟୀ କଲା । ଏହାପରେ ସ୍ତ୍ରୀ ରାଗିଯାଇ ନିଜ ବାପଘର ଚାଲିଗଲା । ସ୍ବାମୀ ତାକୁ ମନାଇବାକୁ ଚେଷ୍ଟା କଲା, କିନ୍ତୁ ସେ ଫେରିଲା ନାହିଁ ।

ସ୍ତ୍ରୀ କହିଲା ମୋର ଛାଡ଼ପତ୍ର ଦରକାର୍ :-

ବର୍ତ୍ତମାନ ସ୍ତ୍ରୀ ଆଉ ନିଜ ସ୍ବାମୀ ସହିତ ରହିବାକୁ ଚାହୁଁନାହିଁ । ସେ ସମ୍ପର୍କ ଭାଙ୍ଗିବା ଉପରେ ବସିଛି । ସେ ଫ୍ୟମିଲି କୋର୍ଟରେ ଛାଡ଼ପତ୍ର ଆବେଦନ ପତ୍ର ଦାଖଲ କରିଛି । ଏହା ଉପରେ ଗତ 8 ମାସ ଧରି ଶୁଣାଣି ଚାଲିଛି । ସ୍ବାମୀ ବର୍ତ୍ତମାନ ମଧ୍ୟ ନିଜ ସ୍ତ୍ରୀ ସହିତ ରହିବାକୁ ଚାହୁଁଛି ।

କିନ୍ତୁ ସ୍ତ୍ରୀ ତା ସହିତ ଜମାରୁ ରହିବାକୁ ଚାହୁଁନି । ସ୍ତ୍ରୀ କହିଛି ଯେ ତାକୁ ପିଲା ଦରକାର୍, ଦାମ୍ପତ୍ୟ ସୁଖ ଦରକାର୍ । କିନ୍ତୁ ସେ ମତେ କିଛି ବି ଦେଇପାରିବ ନାହିଁ , ସେ ମୋର କୌଣସି କାମର ନୁହଁ ।

ଦୁହିଁଙ୍କ ବୟସ ବର୍ତ୍ତମାନ ମଧ୍ୟ ବହୁତ୍ କମ୍ ଅଟେ । ଏପରି ପରିସ୍ଥିତିରେ ପରିବାରକୁ ବଞ୍ଚାଇବା ପାଇଁ ମାମଲା ଫ୍ୟାମିଲି କୋର୍ଟରେ ପହଞ୍ଚି ଯାଇଛି । କୋର୍ଟର କାଉନସଲର ଦୁହିଁଙ୍କ ମଧ୍ୟ ବୁଝାମଣା କରିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.