Sim Card: ବର୍ତ୍ତମାନ ନୂତନ ସିମ କିଣି ପାରିବେ ନାହିଁ ଏହି କଷ୍ଟମର, ଜାଣନ୍ତୁ ସରକାରଙ୍କ ନୂତନ ନିୟମ ବିଷୟରେ ସବୁକିଛି

0

Get real time updates directly on you device, subscribe now.

New telecom reforms: ମୋବାଇଲ କଷ୍ଟମରମାନଙ୍କ ପାଇଁ ଜରୁରୀ ଖବର ରହିଛି । ସରକାର ସିମ କାର୍ଡକୁ ନେଇ ନୂତନ ନିୟମ ପ୍ରସ୍ତୁତ କରି ଦେଇଛନ୍ତି । ଏହି ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ କିଛି କଷ୍ଟମର ମାନଙ୍କ ପାଇଁ ନୂତନ ମୋବାଇଲ କନେକ୍ସନ୍ ନେବା ଆହୁରି ସହଜ ହୋଇଯାଇଛି । କିନ୍ତୁ କିଛି କଷ୍ଟମର ବର୍ତ୍ତମାନ ନୂତନ ସିମ୍ ନେଇପାରିବେ ନାହିଁ । ବର୍ତ୍ତମାନ କଷ୍ଟମର ନୂତନ ମୋବାଇଲ କନେକ୍ସନ ପାଇଁ ଅନଲାଇନ୍ ଆବେଦନ କରିପାରିବେ ଏବଂ ସିମ କାର୍ଡ ତାଙ୍କ ଘର ପର୍ଯ୍ୟନ୍ତ ଆସିଯିବ ।

18 ବର୍ଷରୁ କମ ବୟସର କଷ୍ଟମରଙ୍କୁ ମିଳିବ ନାହିଁ ସିମ :-

ବର୍ତ୍ତମାନ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ କମ୍ପାନୀ 18 ବର୍ଷରୁ କମ ବୟସର କଷ୍ଟମରଙ୍କୁ ନୂତନ ସିମ ବିକ୍ରି କରିପାରିବ ନାହିଁ । ସେହିପରି ଅନ୍ୟପଟରେ 18ବର୍ଷରୁ ଅଧିକ ବୟସର କଷ୍ଟମର ନିଜ ନୂତନ ସିମ ପାଇଁ ଆଧାର କିମ୍ବା ଡ଼ିଜିଲକରରେ ଷ୍ଟର୍ଡ ଯେକୌଣସି ଡକ୍ୟୁମେଣ୍ଟ ଦ୍ଵାରା ନିଜକୁ ଭେରିଫାଇ କରିପାରିବେ । ଟେଲିକମ ଡିପାର୍ଟମେଣ୍ଟ ଏଥିପାଇଁ ଗୋଟିଏ ଆଦେଶ ଜାରି କରିଛି । DoT ର ଏହି ପଦକ୍ଷେପ ସେପ୍ଟେମ୍ବର 15 ତାରିଖ 2021 ରେ କ୍ୟାବିନେଟ୍ ଦ୍ଵାରା ଅପ୍ରୁଭ୍ଡ ଟେଲିକମ ରିଫର୍ମସର ଅଂଶ ଅଟେ ।

1 ଟଙ୍କାରେ ହେବ କେୱାଇସି :-

ଜାରି କରାଯାଇଥିବା ନୂତନ ଆଦେଶର ନିୟମ ଅନୁଯାୟୀ, ୟୁଜର ମାନଙ୍କୁ ନୂତନ ମୋବାଇଲ କନେକ୍ସନ ପାଇଁ UIDAI ର ଆଧାର ବେସ e-KYC ସର୍ଭିସ ମାଧ୍ୟମରେ ସାର୍ଟିଫିକେସନ ପାଇଁ ମାତ୍ର 1 ଟଙ୍କା ଦେବାକୁ ପଡିବ ।

ଏହି ୟୁଜରଙ୍କୁ ମିଳିବନାହିଁ ନୂଆଁ ସିମ :-

ଟେଲିକମ ଡିପାର୍ଟମେଣ୍ଟ ର ନୂଆଁ ନିୟମ ଅନୁଯାୟୀ, ବର୍ତ୍ତମାନ କମ୍ପାନୀ 18 ବର୍ଷରୁ କମ ବୟସର ୟୁଜରଙ୍କୁ ସିମ କାର୍ଡ ବିକ୍ରି କରିପାରିବ ନାହିଁ । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତି ମାନସିକ ରୋଗରେ ପୀଡିତ, ତେବେ ଏପରି ବ୍ୟକ୍ତିଙ୍କୁ ମଧ୍ୟ ନୂଆଁ ସିମ କାର୍ଡ ଜାରି କରାଯାଇପାରିବ ନାହିଁ । ଏହି ନିୟମକୁ ଉଲଂଘନ କରି ଯଦି ଏପରି ବ୍ୟକ୍ତିଙ୍କୁ ସିମ ବିକ୍ରି କରାଯାଏ, ତେବେ ସେହି ଟେଲିକମ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯିବ, ଯିଏକି ସିମ ବିକ୍ରି କରିଥିବ ।

ଘରେ ବସି ପାଆନ୍ତୁ ସିମ କାର୍ଡ :-

ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଗ୍ରାହକମାନେ UIDAI ବେସଡ ଭେରିଫିକେଶନ ମାଧ୍ୟମରେ ନିଜ ଘରେ ହିଁ ସିମ ପାଇପାରିବେ । DoT ନିଜ ଆଦେଶରେ କହିଛି ଯେ ଗ୍ରାହକଙ୍କୁ ମୋବାଇଲ କନେକ୍ସନ ଗୋଟିଏ ଆପ\ପୋର୍ଟାଲ ବେସଡ ପ୍ରସେସ ମାଧ୍ୟମରେ ଦିଆଯିବ, ଯେଉଁଥିରେ ଗ୍ରାହକ ଘରେ ବସି ମୋବାଇଲ କନେକ୍ସନ ପାଇଁ ଆବେଦନ କରିପାରିବେ ।

Leave A Reply

Your email address will not be published.