କ୍ୟାପଟେନ ରୋହିତ ଶର୍ମା କିଣିଲେ ବିଳାସମୟ କାର,ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଯେତେବେଳେ ପୂର୍ଣ୍ଣ ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି ସେତେବେଳ ଠାରୁ ସେ ଵିଜୟ ହାସଲ କରୁଛନ୍ତି|ଭାରତୀୟ କ୍ରିକେଟରେ ଏଵେ ରୋହିତ ଙ୍କ ଦବଦବା ରହିଛି|ସେ ତିନି ଫର୍ମାଟର ଅଧିନାୟକ ବନିଛନ୍ତି|ଏହା ମଧ୍ୟରେ ରୋହିତ ନୂଆ ଗାଡି କିଣିଛନ୍ତି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଅଟେ|

ରିପୋର୍ଟ ଅନୁସାରେ ରୋହିତ ନୂଆ ଲାମ୍ବରଗିନି ୟର୍ସ କିଣିଛନ୍ତି|ଖାସ କଥା ଏ‌ହା ଯେ ଏହାର ରଙ୍ଗ ଭାରତୀୟ ଦଳର ଜର୍ସି ରଙ୍ଗ ବ୍ଲୁ ଅଟେ|ତାଙ୍କ ଏହି ନୂଆ ଗାଡିର ମୂଲ୍ୟ ୩.୧୦ କୋଟି ଟଙ୍କା କୁହାଯାଏ|

ରୋହିତ ଶର୍ମାଂକ ଗାଡି ପ୍ରତି ସୈକ ରହିଛି|କିନ୍ତୁ ଏଵେ ଭାରତୀୟ ଦଳର ଅଧିନାୟକ ଙ୍କ ଗ୍ୟାରେଜରେ ଏହି ନୁଆ ସାନ୍ଦାର ଗାଡି ପ୍ରବେଶ କରିଛି|ଏହି ଗାଡିରେ ସେ କିଛି ନୂଆ ଫିଚର ଜୋଡିଛନ୍ତି ଯାହା ତାଙ୍କୁ ପସନ୍ଦ ଲାଗେ|

ଏଥିରେ ସ୍ପୋଟିଓ ଲେଦର ଇଣ୍ଟରିଅର,୨୨ ଇଞ୍ଚର ଡାଇମଣ୍ଡ ରିମ୍ସ କଟ ମଧ୍ୟ ସାମିଲ ଅଟେ|ରୋହିତ ଶର୍ମା ଦେଶର ସେହି ଗଣାଶୁଣା ବ୍ୟକ୍ତି ଭିତରେ ଗଣିତ ଦେଶର ଯେଉଁମାନଙ୍କ ପାଖରେ ଏହି ଗାଡି ରହିଛି|ସେ ନିଜ ହିସାବ ମୁତାବକ ଇଣ୍ଟରିଅର କରାଇଛନ୍ତି ଯେଉଁଥିରେ ରେଡ-ବ୍ଲାକ କେବିନ ସାମିଲ ଅଟେ|ଏହାସହ ଗାଡିର ଡ୍ୟାସବୋର୍ଡ ରେଡ- ଵ୍ଲାକ କରିଛନ୍ତି|

ରୋହିତ ଶର୍ମା ନିକଟରେ ବହୁ ଉପଲବ୍ଧି ହାସଲ କରିଛନ୍ତି|ଟି-୨୦ ପରେ ସେ ଏକଦିବସୀୟ ଓ ଟେଷ୍ଟ ଦଳର ଅଧିନାୟକ ହୋଇଛନ୍ତି|ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ଓ ଏକଦିବସୀୟ ବିଶ୍ୱକପ ଯିବ|ଏହାସହ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ଭାଗ ନେବ|ଭାରତୀୟ ଦଳର ଫୁଲ ଟାଇମ ଅଧିନାୟକ ହେବା ପରେ ସେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରି ନାହାନ୍ତି|

Leave A Reply

Your email address will not be published.