ମାର୍ଚ୍ଚ ୨୪ରେ ପୌର ନିର୍ବାଚନ । ୨ଟି ଇଭିଏମରେ ଭୋଟ ଦେବେ ଭୋଟର, ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ଆଗକୁ ହେବାକୁ ଯାଉଛି ପୌର ନିର୍ବାଚନ । ଆଉ ଏହା ପାଇଁ ଖେଳି ଗଲାଣି ଚହଳ । ରାଜ୍ୟ ର ଥିବା ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଗଲାଣି । ଆଉ ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ଚଳିତ ଥର ପୌରସଂସ୍ଥା ର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବା ବେଳେ ଏହି ପଦ ପାଇଁ ସିଧାସଳଖ ଭୋଟ ଦେବେ ଭୋଟର ବୋଲି ଜଣା ପଢ଼ିଛି ଯେଣୁ କାରଣ ରୁ ପ୍ରତ୍ୟେକ ବୁଥ ରେ ୨ଟି ଲେଖାଏଁ ଇଭିଏମ ରଖାଯିବ ବୋଲି କୁହା ଯାଉଚି।

ଗୋଟିଏ ଇଭିଏମରେ କର୍ପୋରେଟର ଓ କାଉନସିଲର ଙ୍କ ପାଇଁ ଭୋଟ ପଡିବା ବେଳେ ଅନ୍ୟ ଇଭିଏମ ରେ ପୌରସଂସ୍ଥାର ଅଧ୍ୟକ୍ଷ ଏବଂ ମେୟର ପଦ ପାଇଁ ଭୋଟ ଦେବେ ଦେବାର ବ୍ୟବସ୍ଥା ରହିଛି । କାଉନସିଲର ଓ କର୍ପୋରେଟ ର ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଇଭିଏମ ରେ ଗୋଲାପୀ ରଙ୍ଗର କାଗଜ ଓ ଚେୟାରମ୍ୟାନ ଏବଂ ମେୟର ପଦ ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଇଭିଏମ ରେ ହଳଦିଆ ରଙ୍ଗର କାଗଜ ବ୍ୟବହାର କରାଯିବ ବୋଲି ସୂଚନା ରୁ ଜଣ ପଢ଼ିଛି । ପ୍ରଥମଥର ପାଇଁ ପୌର ନିର୍ବାଚନ ରେ ଇଭିଏମ ରେ ନୋଟା ବିକଳ୍ପ ରହିବ ।

ବାଲାଟ ୟୁନିଟ ର ଶେଷ ପ୍ରାର୍ଥୀଙ୍କ ନାଁ ପରେ ନୋଟା ବିକଳ୍ପ ରହିବ ଏହା ଛଡା ଚଳିତ ନିର୍ବାଚନ ରେ ପ୍ରାର୍ଥୀ ମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ସତ୍ୟପାଠ ରେ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିଥିବା ବେଳେ ଅନ୍ୟ ସତ୍ୟପାଠ ରେ ଗୋଟିଏ ସ୍ତ୍ରୀ ଜୀବିତ ଓ ଦୁଇଟି ପିଲା ଅଧିକ ନଥିବେ ସେ ବାବଦରେ ତଥ୍ୟ ଦେବା କୁ ପଢିବ । ତେବେ ୨୮ ଫେବ୍ରୁଆରୀ ରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ । ଏହା ପରେ ନାମାଙ୍କନ ପତ୍ର ଦାଖଲ ପାଈ ୨ ମାର୍ଚ୍ଚ ରୁ ୭ ମାର୍ଚ୍ଚ ୨୦୨୨ ଚାଲିବ । ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ ୯ ମାର୍ଚ୍ଚ ୨୦୨୨ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି।

Leave A Reply

Your email address will not be published.