ବର୍ତ୍ତମାନ ସମୟରେ ଲୋକମାନେ ଅନେକ ପ୍ରକାର ସଉକ ରଖିବାକୁ ଚାହୁଁଛନ୍ତି। କିଏ ନିଜ ଶରୀରକୁ ଟାଟୁ ମାଧ୍ୟମରେ ସଜାଉଛି ତ ଆଉ କିଏ ସୁନା ଗହଣା ରେ ନିଜ ଶରୀରକୁ ସଜଉଛି।ଯଦି ଆପଣ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଗତ କିଛି ଦିନ ଧରି ଉଭୟ ସୁନା ଏବଂ ରୁପା ଦର ହାରରେ ହ୍ରାସର ଧାରା ଚାଲିଛି।
ସୁନା ୫୭,୦୦୦ ସ୍ତରକୁ ଖସି ଆସିଛି ଏବଂ ରୂପା ୬୭,୦୦୦ ଦରରେ ପହଞ୍ଚିଛି। କିନ୍ତୁ ସୁନା ଓ ରୁପାର ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଦର ହ୍ରାସ ସାମୟିକ ଅଟେ,ଆସୁଥିବା ଦୀପାବଳିରେ ସୁନାଦର ୬୫,୦୦୦ ଟଙ୍କା ଏବଂ ରୂପାଦର ୮୦,୦୦୦ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି।
ତେଣୁ ଯଦି ଆପଣ ମାନେ କିଣିବା ପାଇଁ ଇଚ୍ଛୁକ ତାହେଲେ ଏବେ କିଣି ନିଅନ୍ତୁ।ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ହାର ହ୍ରାସ ପାଇଛି। କିଛି ସପ୍ତାହ ପୂର୍ବରୁ ସୁନା ମୂଲ୍ୟ ୫୮,୦୦୦ ଟଙ୍କା ଥିବା ବେଳେ ରୂପା ମୂଲ୍ୟ ୭୧,୦୦୦ ଟଙ୍କାରେ ପହଞ୍ଚିଥିଲା। ମଙ୍ଗଳବାର ଦିନ ମଲ୍ଟି-କମୋଡିଟି ଏକ୍ସଚେଞ୍ଜରେ (MCA) ସୁନା ମୂଲ୍ୟ ଅପରାହ୍ନରେ ୨୫୫ ଟଙ୍କା ହ୍ରାସ କରି ୧୦ ଗ୍ରାମ ପିଛା ୫୬୭୫୨ ଟଙ୍କା ମୂଲ୍ୟରେ କାରବାର କରୁଥିବା ଦେଖିବାକୁ ମିଳିଛି।
ସେହିଭଳି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୬୨୮୮ ଟଙ୍କା ସ୍ତରରେ ୧୪୪ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ସୋମବାର ଦିନ ସୁନା ୫୬୪୯୭ ଟଙ୍କା ଏବଂ ରୂପା କିଲୋଗ୍ରାମରେ ୬୬୧୪୪ ଟଙ୍କା ରହିଥିଲା।
ମଙ୍ଗଳବାର ଦିନ ବଜାରରେ ସୁନା ଓ ରୂପା ହାରରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୭୦୨୫ ଟଙ୍କା ସ୍ତରକୁ ଖସି ଆସିଥିବା ବେଳେ ରୂପା ହାରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା କିଲୋଗ୍ରାମ ପିଛା ୬୬୮୩୮୭ ସ୍ତରରେ ପହଞ୍ଚିଥିଲା ।
ସୋମବାର ଦିନ ୧୦ ଗ୍ରାମ ପିଛା ୫୭୦୬୦ ଟଙ୍କା ଏବଂ ରୂପା କିଲୋଗ୍ରାମରେ ୬୬୩୭୧ ଟଙ୍କା ରହିଥିଲା।ସୁନା ମୂଲ୍ୟରେ ୩ ପ୍ରତିଶତ ଜିଏସ୍ଟି ଏବଂ ଗଢା ମଜୁରୀ ଅଲଗା ଅଲଗା ଦେବାକୁ ପଡିବ।
ଆପଣ ଆଜି ଯଦି ସୁନା କିଣୁଛନ୍ତି, ତେବେ ଆପଣଙ୍କୁ ଜିଏସ୍ଟି ଦେବାକୁ ପଡିବ ଏବଂ ୫୭,୦୨୫ ଟଙ୍କା ମୂଲ୍ୟଠାରୁ ଅଲଗା ଅଲଗା ଚାର୍ଜ କରିବାକୁ ପଡିବ । ମଙ୍ଗଳବାର ଦିନ ୨୩ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୫୬୭୯୭ ଟଙ୍କା, ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ୫୨୨୩୫ ଟଙ୍କା ଏବଂ ୧୮ କ୍ୟାରେଟ୍ ୧୦ ଗ୍ରାମରେ ୪୨୭୬୯ ଟଙ୍କା ପହଞ୍ଚିଛି।
ଏଣୁ ଆପଣମାନେ ଯଦି ଅଳଙ୍କାର ଆଣିବ ପାଇଁ ଇଛୁକ ଏବଂ ଅଳଙ୍କାର ପ୍ରେମୀ ତାହେଲେ ଆପଣମାନେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ କାରଣ ଏହି ମୂଲ୍ୟ ସୀମିତ ସମୟ ପାଇଁ ହ୍ରାସ ପାଇଛି ଏହା ବହୁତ ଶୀଘ୍ର ବଢିବା ନେଇ ବିଶେଷଜ୍ଞ ଏବଂ ସୁନାରି ବା ତିଆରି କରୁଥିବା ଲୋକମାନେ ପରିପ୍ରକାଶ କରିଛନ୍ତି