୨୦୨୪ରେ ବିଜେପିକୁ କେହି ଟକ୍କର ଦେଇପାରିବେନି’

0

Get real time updates directly on you device, subscribe now.

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଶାହା କହିଛନ୍ତି, ଆଗାମୀ ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦିତା ହେବ ନାହିଁ । ଦେଶର ଜନତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି ।

ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ କାରଣ ପୂର୍ବରୁ କାହାକୁ ବିରୋଧୀ ଆସନରେ ବସାଇବାକୁ ମଧ୍ୟ ଆବଶ୍ୟକୀୟ ସିଟ୍ ଦେଇନଥିଲେ ଦେଶର ଜନତା । ସେହିଭଳି ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଆଗାମୀ ନିର୍ବାଚନ ଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରିବ ।

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ । ଭାରତ ଏବେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି । ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଦିଗକୁ ପ୍ରାଥମିକତା ଦେଉଛନ୍ତି ମୋଦୀ ସରକାର । ୮ ବର୍ଷର ସ୍ୱଳ୍ପ ସମୟରେ ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିଛୁ । ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିବାକୁ ପ୍ରୟାସ କରୁଛୁ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ମୋଦୀ ସରକାରର ସବୁଠୁ ବଡ ଉପଲବ୍ଧି । ଅମିତ୍ ଶାହା ଆହୁରି କହିଛନ୍ତି ଯେ, ସରକାର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଅନେକ କାମ କରିଛନ୍ତି । ସରକାର ଅନେକ ସନ୍ତ୍ରାସବାଦୀ ସଂଗଠନ ସହ ଚୁକ୍ତି କରିଛନ୍ତି ଏବଂ ୮୦୦୦ ସଶସ୍ତ୍ର ସନ୍ତ୍ରାସବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏହାପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ବ୍ୟାଣ୍ଡ, ବୋମା ବିସ୍ଫୋରଣ ଏବଂ ମାଓବାଦୀଙ୍କ ଦ୍ୱାରା ଚିହ୍ନିତ ହୋଇଥିଲେ ବି ଆଜି ସଡ଼କ, ରେଳ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୫୧ ଥର ଉତ୍ତର ପୂର୍ବାଞ୍ଚଳ ଗସ୍ତ କରିଛନ୍ତି । କେନ୍ଦ୍ରର ବିଭିନ୍ନ ପଦକ୍ଷେପ ଯୋଗୁ ହିଁ ତୃଣମୂଳ ସ୍ତରରେ ରହୁଥିବା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି ।

ତେଣୁ ଏହାକୁ ନଜରରେ ରଖି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କେହି ହଟାଇ ପାରିବେ ନାହିଁ । ଏହା ସହିତ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ ।

Leave A Reply

Your email address will not be published.