ଲୋପ ପାଇଗଲାଣି ମାନବିକତା । ଶେଷରେ ଏତେ ତଳକୁ ଖସିଗଲେ ଏହି ଦମ୍ପତି । ନାବା-ଳିକାଙ୍କୁ ପି-ଟିଲେ, ଡଷ୍ଟବିନ୍ରୁ ଖାଇବାକୁ ବାଧ୍ୟ କଲେ ।
ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ସରକାର । ଶିଶୁ ଶ୍ରମିକ ମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ବିଶେଷ ଧ୍ୟାନ ଦେଇ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଉଛନ୍ତି । ହେଲେ ଏତେ ସବୁ ହେଉଛି ସତ କିନ୍ତୁ କେଉଁଠି ନା ଯେଉଁଠି ସମ୍ପୂର୍ଣ ରୂପେ ଏହା ଉପରେ ରୋକ୍ ଲଗେଇବାରେ ଅକ୍ଷମ ହୋଇଛନ୍ତି ସରକାର । ଶିଶୁ ଶ୍ରମିକ ପ୍ରଥାକୁ ପ୍ରାୟତଃ ସମସ୍ତେ କଡ଼ା ବି-ରୋଧ କରିଥାନ୍ତି ।
ଆଜିର ଏହି ଡିଜିଟାଲ ଦୁନିଆରେ ଶିଶୁ ମାନଙ୍କର ସ୍ଥାନ କୌଣସି ହୋଟେଲର ବାସନ ଧୁଆ ଘରେ କିମ୍ବା ବାଲି ସିମେଣ୍ଟ ବୋହିବାରେ ନୁହେଁ ବରଂ ପାଠ ପଢ଼ି ଆଗକୁ ବଢ଼ି ଗୋଟେ ଭଲ ଭବିଷ୍ୟତ ଗଢିବାରେ ଅଛି । କିନ୍ତୁ ଏବେ ବି ବହୁ ସ୍ଥାନରେ ପିଲାମାନଙ୍କୁ ଶ୍ରମିକ ସଜାଇ ଅକଥନୀୟ ନିର୍ଯା-ତନା ଦିଆଯାଉଛି ।
ବାଧ୍ୟ କରି ଏଭଳି କାର୍ଯ୍ୟ ସବୁ କରିବାକୁ ଦିଆଯାଉଛି ଯାହା ଶୁଣିଲେ ର-କ୍ତ ଗରମ ହୋଇଯିବ । ଏହି ସବୁ ବେଆ-ଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ଏବଂ ଉଚ୍ଛେଦ କରିବା ପାଇଁ ସରକାର ଯେତେ ପଦକ୍ଷେପ ନେଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ ।
This 14 yr old girl has been brutally beaten up by an educated couple in Gurgaon. No body part that's not tortured. They cut her, beat her, burnt her with chimta. She had to eat food from dustbin. She was rescued after i raised an SOS & approached @PreetiBDalal@cmohry @NCPCR_ pic.twitter.com/qiWYTOwnxe
— Deepika Narayan Bhardwaj (@DeepikaBhardwaj) February 7, 2023
ଦୁଇ ପଇସା ରୋଜଗାର କରି ନିଜ ପେଟକୁ ଦାନା ମୁଠାଏ ଦେବା ସହ ନିଜର ପରିବାର ପ୍ରତିପୋଷଣ କରିବାରେ ହାତ ବଢ଼ାଇବା ପାଇଁ ଏଭଳି ଅ-ତ୍ୟାଚା-ରକୁ ଚୁପଚାପ୍ ସହି ନେଉଛନ୍ତି କିଛି ଶିଶୁ ଶ୍ରମିକ । ଆଉ ଏହାର ଫାଇଦା ଉଠାଉଛନ୍ତି ସେମାନଙ୍କର ମାଲିକ । କେତେବେଳେ ଖାଇବାକୁ ଠିକ୍ ଭାବେ ଦେଉ ନାହାନ୍ତି ତ ଆଉ କେତେବେଳେ ଟଙ୍କା ଦେଉ ନାହାନ୍ତି । ଏପରିକି କଅଁଳ ଶିଶୁଙ୍କୁ ନିର୍ଯା-ତନା ଦେବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି ।
ତେବେ ଏଭଳି ଏକ ଅଭା-ବନୀୟ ଘ-ଟଣା ସାମ୍ନାକୁ ଆସିଛି ଗୁରୁଗ୍ରାମରୁ । ଯେଉଁଠି ଦମ୍ପତି ତାଙ୍କ ଘରେ କାମ କରୁଥିବା ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗତ କିଛିମାସରୁ ଶାରି-ରୀକ ନିର୍ଯ୍ୟା-ତନା ଦେଇ ଆସୁଛନ୍ତି ବୋଲି ଅଭି-ଯୋଗ ହୋଇଛି ।
ତେବେ ଅଭି-ଯୋଗ ଅନୁସାରେ, ନାବା-ଳିକାଙ୍କୁ ଗରମ ଚିମୁଟା ଓ ରଡ୍ରେ ଦମ୍ପତି ମା-ଡ଼ ମା-ରିବା ସହିତ ନାବା-ଳିକାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ଏପରିକି ଡଷ୍ଟବିନ୍ରେ ପଡ଼ିଥିବା ବଳକା ଖାଦ୍ୟକୁ ଖାଇବାକୁ ବାଧ୍ୟ କରୁଥିଲେ । ଆଉ ବର୍ତମାନ ସମୟରେ ପୋ-ଲିସ୍ ସମ୍ପୃକ୍ତ ଦମ୍ପତିଙ୍କୁ ଗି-ରଫ ସହ ସେମାନଙ୍କ ବିରୋ-ଧରେ ମାମ-ଲା ରୁଜୁ କରିଛି।