ଏମିତ ଏକ ଗାଁ ଅଛି ଯେଉଁଠି ଝିଅମାନେଶାଶୁଘରକୁ ଯିବା ପରିବର୍ତ୍ତେ ଜ୍ୱାଇଁମାନେ ଝିଅ ଘରେ ରହିଥାନ୍ତ

0

Get real time updates directly on you device, subscribe now.

ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୂ ଘରକୁ ଯାଆନ୍ତି । ବାକି ଜୀବନ ସେଠାରେ ବିତାଇଥା’ନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ନିଜ ଶାଶୂ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ଝିଅ ଘରେ ରହିଥା’ନ୍ତି । ଯାହାକୁ ଆମେ ଘର ଜ୍ବାଇଁଆ କହିଥାଉ । ହଁ ଆଜ୍ଞା ଦର୍ଶକବନ୍ଧୁ ସେହି ସ୍ଥାନ ହେଉଛି ଉତ୍ତରପ୍ରଦେଶର କୌଶଂମ୍ବୀ ଜିଲ୍ଲାର ହିଙ୍ଗୁଳପୁର ଗାଁ ଯେଉଁଠି ପୁଅ ବିବାହ ପରେ ବିଦା ହୋଇ ନିଜ ଶ୍ଵଶୁର ଘରେ ରୁହନ୍ତି ।

ଏହା ମଧ୍ଯ ଜ୍ୱାଇଁଙ୍କ ଗାଁ ଭାବରେ ବେଶ୍ ଜଣାଶୁଣା । ଏକ ସମୟ ଥିଲା ଯେତେବେଳେ ହିଙ୍ଗୁଳପୁର ଗାଁ ଯୌତୁକ ଏବଂ ଭ୍ରୁଣ ହତ୍ୟା ପାଇଁ ଆଗରେ ଥିଲା । କିନ୍ତୁ ଆଜିର ସମୟରେ ଏହି ଗାଁ ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ଏକ ନିଆରା ପଦକ୍ଷପ ଆପଣେଇଛି । ଗାଁର ବୟସ୍କମାନେ ମିଶି ଏହି ନିଷ୍ପତି ନେଇଥିଲେ ଯେ, ବିବାହ ପରେ ନିଜର ଝିଅମାନଙ୍କୁ ଶାଶୁ ଘରକୁ ନପଠାଇ ନିଜ ଘରେ ହିଁ ରଖିବେ ।

ତେବେ ଏହି ନିଷ୍ପତି ଉପରେ ଗାଁରେ ଥିବା ମୁସଲମାନ ସମ୍ପ୍ରଦାୟ ମଧ୍ୟ ସମ୍ମତି ଜଣାଇଥିଲେ । ଗାଁର ଲୋକମାନେ ଜ୍ୱାଇଁ ମାନଙ୍କୁ ରହିବାଠୁ ନେଇ ରୋଜଗାର ପର୍ଯ୍ୟନ୍ତ କେଉଁଥିରେ ଯେପରି ଅସୁବିଧା ନହେବ ସେଥିପାଇଁ ଏହାର ବିଶେଷ ଧ୍ୟାନ ରଖିଥାନ୍ତି । କାନପୁର, ଫତେହପୁର, ପ୍ରତାପଗଡ, ଆହ୍ଲାବାଦ ଏବଂ ବୃନ୍ଦା ପରି ନିକଟ ଜିଲ୍ଲାର ପୁଅମାନେ ହିଙ୍ଗୁଳପୁର ଗ୍ରାମରେ ରହୁଛନ୍ତି । ଏହି ପରମ୍ପରା ପିଢି ପିଢି ଧରି ଚାଲିଆସୁଛି ।

କେବଳ ହିଙ୍ଗୁଳପୁର ଏପରି ଗାଁ ନୁହେଁ । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ମୁଖ୍ୟାଳୟ ନିକଟରେ ମଧ୍ୟ ଏମିତି ଏକ ଗାଁ ରହିଛି, ଯେଉଁଠାରେ ଜ୍ୱାଇଁମାନେ ଆସି ଶ୍ୱଶୁର ଘରେ ରୁହନ୍ତି । ବିବାହ ପରେ ମଧ୍ୟ ଝିଅମାନଙ୍କୁ ସେମାନଙ୍କ ପାଖରେ ରଖିବାର ଏକ ମୁଖ୍ୟ କାରଣ ହେଉଛି

ଯଦି ଝିଅର ବିବାହ ଦୂର ଜାଗାରେ ହୁଏ ତାହାଲେ ସେ ପରିବାର ବିଷୟରେ ସଠିକ ତଥ୍ୟ ଜଣାପଡି ନଥାଏ । ଯେଉଁ କାରଣରୁ ବିବାହ ପରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଏପରି ପ୍ରଥା ଚାଲି ଆସୁଛି ।

Leave A Reply

Your email address will not be published.