ଏହି ୧୯ ବର୍ଷୀୟ ଯୁବକ ଗୋଟିଏ ଝଟକାରେ ହୋଇଗଲେ କୋଟିପତି,ଆପଣ ମଧ୍ୟ ହେଇ ପାରିବେ !

0

Get real time updates directly on you device, subscribe now.

ଜଣେ ସାଧାରଣ ବ୍ୟକ୍ତି 2 ରୁ 5 ଲକ୍ଷ କମାଇବା ପାଇଁ କେତେକ ବର୍ଷ ବିତାଇ ଦେଇଥାଏ। କଣ ଆପଣ ଭାବିପାରୁଛନ୍ତି କି ଜଣେ ଗୋଟିଏ ରାତିରେ କୋଟିପତି ହୋଇଯିବ କିନ୍ତୁ ବିହାରର ମଧୁବାନୀ ଜିଲ୍ଳାରେ ଏମିତି ଏକ କାରନାମା ଦେଖିବାକୁ ମିଳିଛି।

ଯେଉଁଠାରେ ଜଣେ 19 ବର୍ଷୀୟ ଯୁବକ Dream11 ରେ ନୀର ଟିମ ବନାଇ ଏକକୋଟି ଟଙ୍କା ଜିତିଛି। ଯେମିତି ଏହି ଖବର ଅଞ୍ଚଳରେ ଭାଇରାଲ ହେଲା ଲୋକମାନେ ତାଙ୍କୁ ଶୁଭକାମନା ଦେବା ଆରମ୍ଭ କରିଦେଲେ।

ଦେଶ ପାଇଁ କ୍ରିକେଟର ହେବାକୁ ଚାହେଁ:-

ଏହି ଖବର ମଧୁବାନୀ ଜିଲ୍ଲାର ମାଧବାପୁର ପ୍ରଖଣ୍ଡର ସାୟରଘାଟ ଗ୍ରାମର ଅଟେ। ଏଠାରର ନିବାସୀ ସାନୁ କୁମାର ମେହଟା Dream 11 ରେ ଏକକୋଟି ଟଙ୍କାର ପୁରସ୍କାର ଜିତିଛନ୍ତି।

ସାନୁ ଏହି ପୁରସ୍କାର ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗବାସ ଲିଗ ଟୁର୍ଣ୍ଣାମେଣ୍ଟରେ ନିଜ ଟିମ ବନାଇ ଜିତିଥିଲା। ସାରା ପରିବାର ପୁଅର ଏହି ସଫଳତାରେ ବହୁତ ଖୁସି ଅଟନ୍ତି।

ପିତା ରାଜେଶ ମେହେଟାଙ୍କର କହିବାହେଲା ତାଙ୍କ ପୁଅ କ୍ରିକେଟର ହେବାକୁ ଚାହାଁନ୍ତି। କ୍ରିକେଟର ହେବାପୂର୍ବରୁ ସେ ଆମ ହୃଦୟ ଜିତିସାରିଛି। ସାନୁଙ୍କ ପିତା କୁହନ୍ତି କ୍ରିକେଟରେ ତାଙ୍କର ବହୁତ ଭଲ ଜ୍ଞାନ ରହିଛି।

6 ମାସ ହେବ ଟଙ୍କା ଲଗାଇ ଟିମ ବନାଉଥିଲା:-

ଜଣାଇଦେଉଛୁ ସାନୁ ସାଇନ୍ସରେ ଜଣେ ଇଣ୍ଟର ଛାତ୍ର ଅଟେ। ସେ ଦିଲ୍ଲୀରେ ରହି ବୀରେନ୍ଦ୍ର ସେହବାଗଙ୍କ ଏକ ଏକାଡେ଼ମୀରେ କ୍ରିକେଟ ଟ୍ରେନିଂ ନେଉଛି। ତାଙ୍କ ପିତା ରାଜେଶ ବିହାରର ମଧୁବାନୀ ଅଞ୍ଚଳରେ ଏକ ଦୋକାନ ଚଲାଉଛନ୍ତି।

ସାନୁ ନିଜ ବାକି ଦୁଇ ଭାଇ ଭଉଣୀଙ୍କ ଠାରୁ ବଡ଼ ଅଟେ। ସାନୁ ମିଡ଼ିଆ ସହ ଆଲୋଚନା କରି କହିଲେ ତାଙ୍କୁ ପ୍ରଥମେ ବିଶ୍ବାସ ହେଲାନାହିଁ କିନ୍ତୁ ମୋବାଇଲକୁ ଆସିଥିବା ମେସେଜ ଦେଖି ତାଙ୍କ ଖୁସିର ସୀମା ରହିଲାନାହିଁ।

Leave A Reply

Your email address will not be published.