ବାଟ ପାଉନି କି କ୍ରାଇମ ବ୍ରାଞ୍ଚ: କେବେ ଖୋଲିବ ନବ ଦାସ ହ-ତ୍ୟାକା-ଣ୍ଡର ମୃ-ତ୍ୟୁ ରହସ୍ୟ

0

Get real time updates directly on you device, subscribe now.

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହ-ତ୍ୟା ମାମ-ଲାର ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏଏସଆଇ ଗୋପାଳ ଦାସ ହିଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁ-ଳି କରି ହ-ତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚ୍ ସ୍ପଷ୍ଟ କରିଥିଲେ ମଧ୍ୟ ଗୋପାଳ ଏପରି କାହିଁକି କଲା ?

ଗୋପାଳର ଏହି କା-ଣ୍ଡ ପଛର କାରଣ କଣ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହାରି ଭିତରେ ଘଟ-ଣାର ଗୁରତ୍ୱକୁ ଦେଖି ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଦିନ ଆଉ ଏକ ଟିମ ଗଠନ କରିଛି ।

ଆଠ ଜଣ ସଦସ୍ୟ ବିଶିଷ୍ଟ ଏହି ଚତୁର୍ଥ ଟିମ ଆଜି ମଧ୍ୟାହ୍ନରେ କଟକ ମୁଖ୍ୟାଳୟରୁ ଝାରସୁଗୁଡ଼ା ଅଭିମୁଖେ ଯାଇଛି । ଏହି ଟିମରେ ଜଣେ ଡିଏସପିଙ୍କ ସହ ଦୁଇ ଇନିସପେକ୍ସରଙ୍କ ସହ କ୍ରାଇମବ୍ରାଞ୍ଚ ଅନ୍ୟ କର୍ମଚାରୀମାନେ ରହିଛନ୍ତି ।

ପୂର୍ବରୁ ଝାରସୁଗୁଡ଼ାରେ କ୍ୟାମ୍ପ କରିଥିବା ଦୁଇଟି ଟିମକୁ ଏହି ଚତୁର୍ଥ ଟିମଟି ସହଯୋଗ କରିବ । ବିଶେଷ କରି ଏପର୍ଯ୍ୟନ୍ତ ହୋଇଥିବା ତ-ଦନ୍ତ ଏବଂ ତଦ-ନ୍ତରୁ ସାମନାକୁ ଆସିଥିବା ତଥ୍ୟ ଗୁଡ଼ିକୁ ଯାଞ୍ଚ କରିବ । ଆବଶ୍ୟକ ସ୍ଥଳେ ଲୋକଙ୍କୁ ଜେରା କରିବା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ହେବ ବୋଲି ଜଣାପଡିଛି ।

ସେପଟେ କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଗଠିତ ହୋଇଥିବା କ୍ରାଇମବ୍ରାଞ୍ଚର ତୃତୀୟ ଟିମଟି ବ୍ରହ୍ମପୁର ଯାଇ ସେଠାରେ ଥିବା ଗୋପାଳଙ୍କ ପରିବାର ଲୋକଙ୍କୁ ପଚ-ରା ଉ-ଚରା କରିଛି ।

ଏହା ସହ ଗୋପାଳକୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଗୋପାଳର ଚିକିତ୍ସା ସମ୍ପର୍କିତ ପ୍ରେସକିପ୍ସନ ଓ ରି-ପୋର୍ଟ ଇତ୍ୟାଦୀ ସଂଗ୍ରହ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ ପାରମ୍ପରିକ ଢଙ୍ଗ ବଦଳରେ ଏହି ହ-ତ୍ୟାକା-ଣ୍ଡ ତଦ-ନ୍ତକୁ ଅଧିକ ବିଜ୍ଞାନ ସମ୍ମତ ଢଙ୍ଗରେ କରୁଛି କ୍ରାଇମବ୍ରାଞ୍ଚ ।

ଏହି ମାମ-ଲାର ତ-ଦନ୍ତ ସମୟରେ ଏମିତି ଅନେକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି । ବ୍ରଜରାଜନଗରରେ ନବ ଦାସଙ୍କ ଉପରେ ଗୁ-ଳିମା-ଡ଼ ହୋଇଥିବା କ୍ରାଇମ୍‌ ସ୍ପଟ୍‌ରେ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ । ସେହି ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ କରାଯାଇ ୩ଡି ଲେଜର ସ୍କାନିଂ କରାଯାଇଛି ।

ଅନ୍ୟପକ୍ଷରେ ଗୋପାଳ ଦାସର ବଡ଼ଭାଇଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । କାରଣ ବଡ଼ଭାଇ ସତ୍ୟନାରାୟଣ ଦାସ ହ-ତ୍ୟାକା-ଣ୍ଡ ପୂର୍ବରୁ ବ୍ରଜରାଜନଗରରେ ଥିବା ତାଙ୍କର ବ୍ରହ୍ମପୁର ହୋଟେଲ ବନ୍ଦ କରି ଫେ-ରାର ଥିଲେ । ସେପଟେ ଏହି ମାମ-ଲାରେ ନବ ଦାସଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ଯ ଜେ-ରା କରାଯାଇଛି । ନବଦାସଙ୍କ ବ୍ୟକ୍ତିଗତ ସୁର-କ୍ଷା ଅଧିକାରୀଙ୍କୁ ବି ଜେରା କରିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.