ଭାରତୀ ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ସବୁଠାରୁ ବଡ ଟେଲିକମ କମ୍ପାନୀ । କମ୍ପାନୀ ୟୁଜର୍ସଙ୍କୁ ଅନେକ ପ୍ରକାରର ପ୍ଲାନ୍ସ ଅଫର କରିଥାଏ। ଏୟାରଟେଲ ୟୁଜର୍ସ ମାନଙ୍କୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ ସର୍ଭିସ ଉପଲବ୍ଧ ମଧ୍ୟ କରୁଛି ।
ଏହାର ୨ଟି ପ୍ଲାନ ସହିତ ଆପଣଙ୍କୁ ମେଜର ଓଟିଟି ସବସ୍କ୍ରିପସନ ମଧ୍ୟ ମିଳିବ । ଯଦିଓ ଏୟାରଟେଲ ବର୍ତ୍ତମାନ ୨ଟି ପ୍ଲାନ ସହ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡ଼ିଓ ଏବଂ ଡିଜନୀ ପ୍ଲସ୍ ହଟଷ୍ଟାରର ସବସ୍କ୍ରିପସନ୍ ମଧ୍ୟ ଦେଉଛି ।
ଏହି ପ୍ଲାନ ସହିତ ଆପଣ ପଇସା ମଧ୍ୟ ବଂଚାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ୨ଟି ପ୍ୟାକ ବିଷୟରେ । ଏୟାରଟେଲର ୧୧୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ ମେଜର ଓଟିଟି ବେନିଫିଟ୍ସ ସହିତ ଆସୁଛି । ଏହି ପ୍ଲାନ ସହିତ ସିମ୍ ୟୁଜର୍ସଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡ଼ିଓ, ଏବଂ ଡିଜିନି ହଟଷ୍ଟାର ଦିଆଯାଇଥାଏ ।
ଏଥିରେ ୧ ରେଗୁଲାର ଏବଂ ୩ ଏଣ୍ଡ ଆନ କନେକ୍ସନ ମିଳୁଛି । ଏହି ପ୍ଲାନ ସହିତ ୧୫୦ ଜିବି ଡାଟା ଏବଂ ସବୁ ଏଣ୍ଡ-ଅନ୍ କନେକସନ ସହିତ ୩୦ଜିବି ଡାଟା ଦିଆଯାଉଛି । ଏହାସହ ୨୦୦ଜିବି ଡାଟା ପର୍ଯ୍ୟନ୍ତ ରୋଲଓଭର ମିଳୁଛି ।
ଖାଲି ସେତିକି ନୁହଁ, ଅନଲିମିଟେଡ୍ ଭଏସ କଲିଂ ଏବଂ ଡେଲି କଲିଂ ଏବଂ ୧୦୦ ମେସେଜ ମଧ୍ଯ ମିଳୁଛି । ତେବେ ପ୍ଲାନ ସହିତ ଆମାଜନ ପ୍ରାଇମ ଭିଡ଼ିଓ ୬ମାସ ପର୍ଯ୍ୟନ୍ତ ମିଳିଥାଏ ।ଏଥିରେ ନେଟ ଫ୍ଲିକ୍ସ ବେସିକ ଏବଂ ଡିଜନୀ+ ହଟଷ୍ଟାର ମୋବାଇଲ ଏକ ବର୍ଷ ପର୍ଯ୍ୟନ୍ତ ମିଳିଥାଏ
ଏହାସହ ଏହି ପ୍ଲାନ ସହିତ ୱିଙ୍କ ପ୍ରିମିୟମର ସବସ୍କ୍ରିପସନ ମଧ୍ୟ ଦେଉଛି କମ୍ପାନୀ ।ଏୟାରଟେଲର ୧୪୯୯ ଟଙ୍କାର ପୋଷ୍ଟପେଡ ଗୋଟିଏ ରେଗୁଲାର ଏବଂ ଚାରୋଟି ଫ୍ୟାମିଲି ଏଣ୍ଡ-ଅନ୍ କନେକସନ ସହିତ ଆସୁଛି ।
ୟୁଜର୍ସ ମାନଙ୍କୁ ପ୍ରତି ମାସରେ ୨୦୦ ଜିବି ଡାଟା ଏବଂ ସବୁ ଏଣ୍ଡ-ଆନ କନେକସନ ପାଇଁ ୩୦୦ ଜିବି ଡାଟା ଦିଆଯାଇଥାଏ ।ଏଥିରେ ୨୦୦ଜିବି ଡାଟା ରୋଲଓଭର ଦିଆଯାଉଛି ।ଏହା ସହିତ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଦିଆଯାଉଛି
ଏହି ପ୍ଲାନ୍ ସହିତ ଆମାଜନ ପ୍ରାଇମ୍ ଭିଡିଓ ୬ମାସ ପର୍ଯ୍ୟନ୍ତ ନିଳିବ ।ସେହିପରି ନେଟଫ୍ଲିକ୍ସ ଷ୍ଟାଣ୍ଡାର୍ଡ ସବସ୍କ୍ରିପସନ ବର୍ଷ ପାଇଁ ଡିଜନୀ ଏବଂ ହଟଷ୍ଟାର ମୋବାଇଲ ସହ ମିଳୁଛି ।