ବିବାହିତ ଦମ୍ପତିଙ୍କ ପାଇଁ ବଡ ଖବର,ଏହି ସ୍କିମରେ ଥରେ ମାତ୍ର ଆବେଦନ କରନ୍ତୁ,ଆଉ ବର୍ଷକୁ ୫୧୦୦୦ ଟଙ୍କା ପାଆନ୍ତୁ,ଜାଣନ୍ତୁ ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଏହି ବିଶ୍ଵରେ ଥିବା ବିଭିନ୍ନ ଦେଶ ଗୁଡ଼ିକରେ କିଭଳି ଶାନ୍ତି ଏବଂ ଶୃଙ୍ଖଳାରେ ଦେଶର ଉନ୍ନତି ହୋଇପାରିବ ସେଥି ପାଇଁ ଦେଶର ମୁଖ୍ୟମାନେ ଉପସ୍ଥିତ ହୋଇଥାନ୍ତି।ଆମ୍ଭ ଦେଶ ଭାରତର ଶାସକ ହେଉଛନ୍ତି ପ୍ରଧାନମନ୍ତ୍ରୀ ଯିଏ କି ଦେଶର ଲୋକମାନଙ୍କ ଦ୍ଵାରା ହିଁ ବଛା ହୋଇଥାଆନ୍ତି। ତେବେ ବର୍ତ୍ତମାନ ଆମ୍ଭ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ଶ୍ରୀ ନରେନ୍ଦ୍ର ମୋଦିଜୀ।

ଏହି ଦେଶର ଉନ୍ନତି ଏବଂ ଜନତାଙ୍କ ଭଲ ପାଇଁ ମୋଦି ସରକାର ବିଭିନ୍ନ ପ୍ରକାର ଯୋଜନାର ପ୍ରଣୟନ କରିଥାନ୍ତି।ତେବେ ଆଜି ମଧ୍ୟ ଆମ୍ଭେ ଆପଣଙ୍କୁ ଏକ ଯୋଜନା ବିଷୟ ରେ ଅବଗତ କରାଇବା ପାଇଁ ଚାହୁଁଛୁ ଯାହା ହେଉଛି ମୋଦି ସରକାର ବିବାହିତ ଦମ୍ପତି ମାନଙ୍କ ପାଇଁ ପେନସନର ଏକ ଭଲ ଯୋଜନା ଟିଏ ଲାଗୁ କରିଛନ୍ତି।

ସେହି ଯୋଜନାଟିର ନାମ ହେଉଛି ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା।ପେନସନ ହେଉଛି ଚାକିରି ସରିବା ପରେ ଚାକିରି କରୁଥିବା ଲୋକଙ୍କୁ ମିଳିଥାଏ ଫଳରେ ସେମାନେ ସେଥିରେ ନିଜର ଜୀବନଯାପନ କରିଥାନ୍ତି। ଲୋକମାନେ ପ୍ରାୟତଃ ସରକାରୀ ଚାକିରି କରିବାକୁ ବେଶି ଭଲ ପାଇଥାନ୍ତି କାରଣ ସେଥିରେ ଭଲ ପେନସନ ମିଳିଥାଏ।

ବେସରକାରୀ ଚାକିରିରେ ପେନସନ ମିଳିଥାଏ କିନ୍ତୁ ସେଥିରେ ଚଳିବା କଷ୍ଟ ହୋଇପଡ଼େ।କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ବିବାହିତ ଦମ୍ପତି ଭଲ ଲାଭ ଉଠାଇ ପାରିବେ।ଏହି ଯୋଜନା ରେ ଆପଣ କେବଳ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଏହି ଯୋଜନାରେ ଆବେଦନ କରିଥିବା ଦମ୍ପତି ବାର୍ଷିକ ୫୧,୦୦୦ ଟଙ୍କା ପାଇବେ।ଯଦି ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଏଥିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ୩,୦୭,୦୦୦ ଟଙ୍କା ଜମା କରିବା ପାଇଁ ପଡ଼ିବ,ଏହି ଉପାୟରେ ଆପଣଙ୍କ ମୋଟ ନିବେଶ ୬,୧୫,୦୦୦ ଟଙ୍କା ହୋଇଯିବ।

ଏହି ଯୋଜନାରେ ସରକାର ବାର୍ଷିକ ୭.୦୪% ସୁଧ ଦେଉଛନ୍ତି।ଏହି ଉପାୟ ରେ ଆପଣ ବାର୍ଷିକ ୫୧,୦୦୦ ଟଙ୍କା ପେନସନ ପାଇପାରିବେ।ଯଦି ଆପଣ ମାସକୁ ପେନସନ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାସିକ ୪,୧୦୦ ଟଙ୍କା ପେନସନ ମିଳିବ।ଆପଣଙ୍କୁ ଏହି ଯୋଜନା ରେ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବା ପାଇଁ ପଡ଼ିବ।

୧୦ ବର୍ଷ ପରେ ଏହା ଆପଣଙ୍କ ପାଖକୁ ମାସିକ କିମ୍ବା ବାର୍ଷିକ ପେନସନ ରୂପେ ଆସିବ।ଆଉ ଯଦି ଆପଣ ଏହି ଯୋଜନାକୁ ମଝିରୁ ବନ୍ଦ କରିବା ପାଇଁ ଚାହିଁବେ ତ ଆପଣ ଯେତିକି ନିବେଶ କରିଥିବେ ସେତିକି ଆପଣଙ୍କ ପାଖକୁ ଆସିଯିବ।ଏହି ଯୋଜନାଟି ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା।ଏହି ଯୋଜନାରେ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ଲୋକମାନେ ନିବେଶ କରିପାରିବେ।

ଏହି ଯୋଜନାରେ ପେନସନ ଭୋଗୀଙ୍କୁ ମାସିକ, ତ୍ରୋୟମାସିକ କିମ୍ବା ବାର୍ଷିକ ଭିତ୍ତିରେ ପେନସନ ଦିଆଯାଇଥାଏ। ନିବେଶକମାନେ ଏଥିରେ ୧୫,୦୦,୦୦୦ ପର୍ଯ୍ୟନ୍ତ ନିବେଶ କରିପାରିବେ।ଏହି ଯୋଜନାକୁ ଉଭୟ କେନ୍ଦ୍ରସରକାର ଏବଂ ଜୀବନ ବୀମା ନିଗମ ଅଫ ଇଣ୍ଡିଆ ମିଶି ପରିଚାଳନା କରୁଛନ୍ତି।

Leave A Reply

Your email address will not be published.