ଅନୁଭବଙ୍କ ନିମନ୍ତ୍ରଣରେ ଦିଲ୍ଲୀରୁ ଆସିଲେ ଜାଗୃତି ଶୁକ୍ଳା

0

Get real time updates directly on you device, subscribe now.

ଦୁନିଆର ବିଭିନ୍ନ ସମ୍ପର୍କ ମଧ୍ୟରୁ ବନ୍ଧୁତ୍ୱ ର ସମ୍ପର୍କ ସବୁଠାରୁ ନିଆରା।ଜଣେ ମଣିଷର ଅନେକ ବନ୍ଧୁ ଥାନ୍ତି କିନ୍ତୁ ସତରେ ବନ୍ଧୁଆ ସିଏ ଥାଏ ଯିଏ ତାର ଦୁଃଖରେ ମଧ୍ୟ ତା ପାଖରେ ରହିଥାଏ।ଏପରି ଏକ ବନ୍ଧୁତା ଦେଖିବାକୁ ମିଳିଛି ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ମଧ୍ୟରେ

ଜାଗୃତିଙ୍କୁ ଅନୁଭବ ବସନ୍ତ ନାୟକଙ୍କ ଜନ୍ମ ଉତ୍ସବରେ ନିମନ୍ତ୍ରଣ କରିଥିଲେ।ସେଠାକୁ ଗଲା ପରେ ପ୍ରଥମେ ଅନୁଭବ ଜାଗୃତିଙ୍କୁ ହାତ ମିଳାଇ ସ୍ଵାଗତ କରିଥିଲେ।

ଦର୍ଶକବନ୍ଧୁ ଆପଣ ଜାଣିଥିବେ ଏଇ କିଛିଦିନ ପୂର୍ବରୁ ଅନୁଭବ ଓ ବର୍ଷାଙ୍କ ଛାଡ଼ପତ୍ର ମାମଲା ଚାଲିଥିଲା। ସେଥିରେ ଜାଗୃତି ଅନୁଭବଙ୍କୁ ସମର୍ଥନ କରି ଏକ ଭିଡିଓ ପୋଷ୍ଟ୍ କରିଥିଲେ।ସେ କହିଥିଲେ ବେଳେ ବେଳେ ଗୋଟେ ପୁରୁଷର ଆଖିରେ ଲୁହ ଥିଲେ ମଧ୍ୟ ଦୁନିଆ ସେମାନଙ୍କୁ ବୁଝି ପାରେନି।

ଏବେ ଚର୍ଚ୍ଚା ଚାଲିଛି ଅନୁଭବ ଓ ଜାଗୃତିଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ରହିଛି।ଅନୁଭବ କିପରି ବସନ୍ତ ନାୟକଙ୍କ ସହାୟତାରେ ଏତିକି ବାଟ ଇଣ୍ଡଷ୍ଟ୍ରିରେ ଚାଲି ଆସିଛନ୍ତି ସେ କଥା କହି ଭାବ ବିହ୍ୱଳ ହୋଇପଡିଥିଲେ।

ଅନୁଭବ କହିଥିଲେ ଯେତେବେଳେ ତାଙ୍କୁ କେହି ଇଣ୍ଡଷ୍ଟ୍ରିରେ ନେବାକୁ ଚାହୁଁଥିଲେ,ସେତେବେଳେ ବସନ୍ତ ନାୟକ ତାଙ୍କୁ ତାଙ୍କ ଫିଲ୍ମ ‘ ଆଇ ଲଭ୍ ୟୁ ‘ ରେ ନେଇଥିଲେ ଆଉ ତାହା ହିଟ୍ ମଧ୍ୟ ହେଇଥିଲା।

ସେ କହିଥିଲେ ବସନ୍ତ ନାୟକଙ୍କ ବିନା ସେ ଏତେ ବାଟ ଆସି ପାରିନଥାନ୍ତେ।ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ବସନ୍ତ ନାୟକଙ୍କ ଜନ୍ମ ଉତ୍ସବରେ ଅନେକ ବଡ଼ ବଡ଼ କଳାକାର ଆସିଥିଲେ ସେଥିରେ ଅନୁଭବ ଓ ଜାଗୃତି ମଧ୍ୟ ଥିଲେ। ଅନୁଭବ ପ୍ରଥମେ ଆସି ଜାଗୃତିଙ୍କୁ ହସ ହସ ମୁହଁରେ ସ୍ଵାଗତ କରିଥିଲେ।

Leave A Reply

Your email address will not be published.