ବୟସ ହୋଇଗଲାଣି 45 ବର୍ଷ ବୟସ କିନ୍ତୁ ଏଯାଏଁ କୁଆଁରୀ ଅଛନ୍ତି ଏହି 6 ଜଣ ଅଭିନେତ୍ରୀ। ଦୁଇଜଣ ତ ବିବାହ ନକରି ମାଆ ହୋଇସାରିଲେଣି:-
ହିନ୍ଦୀ ଫିଲ୍ମ ଜଗତରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବହୁତ ସୁନ୍ଦର କିନ୍ତୁ ଆଜି ଯାଏଁ ସେ ବିବାହ କରିନାହାନ୍ତି। ଆଜି ଆମେ 6 ଜଣ ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯାହାର ବୟସ 45 ବର୍ଷରୁ ଉର୍ଦ୍ଧ୍ବ ହେବ କିନ୍ତୁ ସେ ଆଜି ମଧ୍ୟ କୁଆଁରୀ ଅଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।
ସାକ୍ଷୀ ତନବାର:-
ସାକ୍ଷୀ ଟିଭି ସିରିଏଲ ଜଗତ ଓ ଫିଲ୍ମରେ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି। ସେ ଟିଭି ସିରିଏଲ ‘ବଡେ ଆଛେ ଲଗତେ ହୈ’ ଓ ବାଳିକା ବଧୂ ରେ ଅଭିନୟ କରିଛନ୍ତି। ସେହିପରି ସାକ୍ଷୀ ଆମୀର ଖାଁଙ୍କ ଫିଲ୍ମ ଦଙ୍ଗଲ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ୱୀରାଜ ଚୌହାନରେ ମଧ୍ୟ ନଜର ଆସିଛନ୍ତି।
ସାକ୍ଷୀ ବର୍ତ୍ତମାନ 50 ବର୍ଷ ବୟସର ହୋଇସାରିଲେଣି କିନ୍ତୁ ଏଯାଏଁ ବିବାହ କରିନାହାଁନ୍ତି। ସେ ଏକ ଛୋଟ ଛୁଆକୁ ଆଡ଼ପଟ କରିଛନ୍ତି ଯାହାର ନାମ ଦିତ୍ୟା ଅଟେ।
ଅମିଶା ପଟେଲ:-
ଅମିଶା ପଟେଲ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ ସୁପରଷ୍ଟାର ରିତିକ ରୋଶନଙ୍କ ସହିତ କରିଥିଲେ। ଏହି ଫିଲ୍ମର ନାମ ଥିଲା ”କହୋ ନା ପ୍ୟାର ହେ’ ଏହି ଫିଲ୍ମଟି ସୁପରହିଟ ହୋଇଥିଲା। ଏହାପରେ ଅମିଶା ପଟେଲ ଶନି ଦେୱଲଙ୍କ ଫିଲ୍ମ ଗଦର ରେ ଅଭିନୟ କରିଥିଲେ।
ଏବେ ସେ ଗଦର 2 କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ଆଜି ମଧ୍ୟ ସେ 46 ବର୍ଷ ବୟସରେ କୁଆଁରୀ ରହିଛନ୍ତି।
ତବୁ:-
ତବୁ ହିନ୍ଦୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଦୀର୍ଘ ତିନି ଦଶନ୍ଧି ଧରି ସେ କାମ କରିଆସୁଛନ୍ତି। ତାଙ୍କର ଏହି ଲମ୍ବା କ୍ୟାରିଅର ସମୟରେ ବହୁତ ଆଫେୟାର ସାମ୍ନାକୁ ଆସିଛି ସତ କିନ୍ତୁ ସେ ବିବାହ କରିନାହାଁନ୍ତି। ତବୁ ବର୍ତ୍ତମାନ 52 ବର୍ଷର ହୋଇଗଲେଣି କିନ୍ତୁ ଏଯାଏଁ ତାଙ୍କୁ ପରଫେକ୍ଟ ଲାଇଫ ପାର୍ଟନର ମିଳୁନାହାଁନ୍ତି।
ନଗମା:-
ନଗମା ଅଭିନେତ୍ରୀ ହେବାସହ ଜଣେ ନେତ୍ରୀ ମଧ୍ୟ ଅଟନ୍ତି। ସେ କଂଗ୍ରେସ ପାର୍ଟିର ନେତ୍ରୀ ମଧ୍ୟ ଅଟନ୍ତି। ସେ 16-17 ବର୍ଷ ବୟସରେ ହିନ୍ଦୀ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ 1990 ମସିହାରେ ଆସିଥିଲା।
ନଗମାଙ୍କ ସମ୍ପର୍କ ଭୋଜପୁରୀ ଷ୍ଟାର ରବି କିଶାନ ଓ ଭାରତୀୟ ଷ୍ଟାର କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସହିତ ମଧ୍ୟ ରହିସାରିଛି। ଜଣାଇଦେଉଛୁ ସେ ଆଜି ପର୍ଯ୍ୟନ୍ତ ମଧ୍ୟ କୁଆଁରୀ ଅଟନ୍ତି ଓ ତାଙ୍କୁ 48 ବର୍ଷ ବୟସ ହୋଇଗଲାଣି।
ସୁସ୍ମିତା ସେନ:-
ହିନ୍ଦୀ ଫିଲ୍ମ ଜଗତରେ ପାଦ ରଖିବା ପୂର୍ବରୁ ସୁସ୍ମିତା ବହୁତ ଲୋକପ୍ରିୟ ହୋଇସାରିଥିଲେ କାରଣ ସେ 1994 ମସିହାରେ ମିସ ୟୁନିଭର୍ସ ହୋଇଥିଲେ। ତାଙ୍କର ବହୁତସାରା ଆଫେୟାର ମଧ୍ୟ ରହିଥିଲା ତଥାପି 47 ବର୍ଷ ବୟସରେ ସେ ମଧ୍ୟ କୁଆଁରୀ ରହିଛନ୍ତି।
ଅନୁ ଅଗ୍ରୱାଲ:-
ଅଭିନେତ୍ରୀ ଅନୁ ଅଗ୍ରୱାଲଙ୍କ ନାଁ ମଧ୍ୟ ଏହି ସୂଚୀରେ ସାମିଲ ରହିଛି। ଆଶିକି ଭଳି ସୁପରହିଟ ଫିଲ୍ମ ଦେଇସାରିଥିବା ଅନୁ ମଧ୍ୟ 54 ବର୍ଷର ହୋଇସାରିଲେଣି କିନ୍ତୁ ସେ ଆଜିବି କୁଆଁରୀ ରହିଛନ୍ତି।