ଶ୍ରୀଲଙ୍କା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଟି-20 ରେ ହାର୍ଦିକ ପାଣ୍ଡ୍ୟା ଓ ଦିନିକିଆରେ ଅଧିନାୟକ ପଦ ସମ୍ଭାଳିଲେ ରୋହିତ ଶର୍ମା:-

0

Get real time updates directly on you device, subscribe now.

ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ଓ ଟି-20 ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ହୋଇସାରିଛି। ବିସିସିଆଇ ଦ୍ୱାରା ଗତକାଲି ଏହି ଟିମ ଆହ୍ୱାନ କରାଯାଇଛି। ହାର୍ଦିକ ପାଣ୍ଡ୍ୟାଙ୍କୁ ଟି-20 ରେ ଅଧିନାୟକ ପଦ ଦିଆଯାଇଥିବା ବେଳେ ଟି-20 ରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି।

ଟି-20 ସିରିଜ ପାଇଁ ଭାରତୀୟ ଦଳ:-

ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ଋତୁରାଜ ଗାଇକୱାଡ଼, ଶୁଭମନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଳ, ଅକ୍ଷର ପଟେଲ, ଅର୍ସଦୀପ ସିଂହ, ଉମରାନ ମଲ୍ଲିକ, ଶିଭମ ମାଭି, ମୁକେଶ କୁମାର।

ଆପଣଙ୍କୁ ଜଣାଇଦେଉଛୁ ଯେ, ବାଂଲାଦେଶ ସିରିଜରେ ରୋହିତ ସିନିୟର ପ୍ଲେୟାରଙ୍କୁ ଆରାମ ଦିଆଯାଇଥିଲା। ଅଧିନାୟକ ରୋହିତ ଶର୍ମା ଏବେ ଆଙ୍ଗୁଠି ଆହତରୁ ମୁକ୍ତି ପାଇନଥିବାରୁ ସେ ଦିନିକିଆ ସିରିଜରେ ଦେଖାଦେବେ। ଏହାବ୍ୟତୀତ ବିରାଟ କୋହଲି ବ୍ରେକ ନେଇଛନ୍ତି ଓ କେଏଲ ରାହୁଲ ନିଜ ବିବାହ ପାଇଁ ବ୍ରେକ ନେଇଛନ୍ତି।

ସୂର୍ଯ୍ୟକୁମାର ଯାଦବଙ୍କୁ ଟି-20 କ୍ରିକେଟରେ ଉପ ଅଧିନାୟକ ଭାବରେ ଚୟନ କରାଯାଇଛି। ସେହିପରି ମୁକେଶ ଚୌଧୁରୀ, ଶିଭମ ମାଭିଙ୍କୁ ଦଳରେ ସାମିଲ କରାଯାଇଛି।

ଶ୍ରୀଲଙ୍କା ଗସ୍ତ କରିବ:-

ପ୍ରଥମ ଟି-20:- ୩ ଜାନୁଆରୀ, ମୁମ୍ବଇ

ଦ୍ଵିତୀୟ ଟି-20:- ୫ ଜାନୁଆରୀ, ପୁନେ

ତୃତୀୟ ଟି-20:- ୭ ଜାନୁଆରୀ, ରାଜକୋଟ

ଦିନିକିଆ ସିରିଜ:-

ପ୍ରଥମ ଦିନିକିଆ:- ୧୦ ଜାନୁଆରୀ, ଗୁଆହାଟୀ

ଦ୍ବିତୀୟ ଦିନିକିଆ:- ୧୨ ଜାନୁଆରୀ, କୋଲକାତା

ତୃତୀୟ ଦିନିକିଆ:- ୧୫ ଜାନୁଆରୀ, ଥିରୁଅନନ୍ତପୁରମ

Leave A Reply

Your email address will not be published.