ବିଶ୍ଵାସ କର ଅର୍ଚ୍ଚନା, ସେଦିନ ମୁଁ ଖଟ ତଳେ ନଥିଲି କହିଲା ଜଗବନ୍ଧୁ।

0

Get real time updates directly on you device, subscribe now.

ଏହି ବିଚିତ୍ର ସମାଜ ବିଭିନ୍ନ ପ୍ରକାର ମଣିଷ ମାନଙ୍କୁ ନେଇ ଗଠିତ।କିଛି ଲୋକଙ୍କର ଭଲ କାମ ସମାଜ କୁ ଭଲ ବାର୍ତ୍ତା ପ୍ରଦାନ କରିଥାଏ।ଆଉ କିଛି ଲୋକଙ୍କର ଖରାପ କାମ ସମାଜ କୁ ଖରାପ ବାର୍ତ୍ତା ପ୍ରଦାନ କରିଥାଏ।ଯାହା ଫଳ ରେ ସମାଜ କଳୁଷିତ ହୋଇପଡ଼େ।

ଏମିତି କିଛି ଅତି ଖରାପ କାମ କରି ସମାଜକୁ କଳଙ୍କିତ କରିଛନ୍ତି ହନିଟ୍ରାପ କ୍ୱିନ ଅର୍ଚ୍ଚନା ଏବଂ ତା’ର ସ୍ବାମୀ ଜଗବନ୍ଧୁ।ପ୍ରଥମେ ପୋଲିସ୍ ଏହି ମାମଲା ରେ ଅର୍ଚ୍ଚନା କୁ ଗିରଫ କରିଥିଲା।ପରେ ଇଡି ଏହି କେସ ର ତଦନ୍ତ କରିବା ପରେ ଜଗବନ୍ଧୁ ମଧ୍ୟ ଜେଲ୍ ରେ ରହିଛି।

‘ଜଗବନ୍ଧୁ ସେଦିନ କାହିଁକି ତୁମେ ଖଟ ତଳେ ଥିଲ, ମୁଁ ତ ଦେଖିନି ସମସ୍ତେ କହୁଛନ୍ତି ତମେ ଖଟ ଥିଲ। ଆରେ ନା ମୁଁ ଖଟ ତଳେ ନଥିଲି ସବୁ ମିଛ କହୁଛନ୍ତି। ସମସ୍ତେ ସେଇ କଥା ମୋତେ ବି ପଚାରୁଛନ୍ତି ଆଉ ମୋତେ ସତରେ ଭଲ ଲାଗୁଛି ଅର୍ଚ୍ଚନା।’

ଗତ ରବିବାର ଦିନ ଜେଲ୍ ଭିତରେ ଜଗବନ୍ଧୁ ଆଉ ଅର୍ଚ୍ଚନା ଏଭଳି କୁଆଡେ କଥା ହେଉଥିଲେ। ଆଉ ଏବେ ଅର୍ଚ୍ଚନା ନାଗ ଜେଲ୍ ଭିତରେ ଆଉ ଜଗା ଏପଟେ ବାହାରେ। ହେଲେ ଆଜି ଜଗବନ୍ଧୁ ଖିଲି ଖିଲି ହୋଇ ହସୁଛନ୍ତି, କାହିଁକି ହସୁଛନ୍ତି ଆମେ ବି ଜାଣିନୁ କିନ୍ତୁ ହସୁଛନ୍ତି।

ଏତେ ଦିନ ପରେ ଜଗବନ୍ଧୁ ଟିକେ ହସିଲେ, ସ୍ତ୍ରୀ ଅର୍ଚ୍ଚନା ଆଉ ଜଗବନ୍ଧୁ ଯେତେବେଳେ ଗିରଫ ହେଲେ ସେତେବେଳେ ମନରେ ଯେପରି ଅଶାନ୍ତ ଖେଳି ଯାଇଥିଲା, ଲାଗୁଥିଲା ଏହି ଦୁନିଆ ଶେଷ ହେବାକୁ ଲାଗିଲାଣି ତାଙ୍କ ପାଇଁ।

ଯେଉଁ ଆଶା ସ୍ୱପ୍ନ ଦେଇ ଭୁବନେଶ୍ବରରେ ରାଜମହଲ ଘର ଗଢ଼ିଥିଲେ ଆଉ ଟଙ୍କା ରୋଜଗାର କରିବା ପାଇଁ ହଜାରେ ବାଟ ଆପଣେଇ ଥିଲା, ସେ ବାଟ ତ ସବୁ ବନ୍ଦ ହୋଇ ଯାଇଥିଲା ଜେଲ ଭିତରକୁ ଟାଣି ହୋଇ ଯାଇଥିଲେ। ହେଲେ ଆଉ ଟିକେ ଆଶା ଥିଲା ଦୁହିଁଙ୍କର ମିଳନ ହେବ ଆଉ ଦୁହେଁ ପୁଣି ମିଶି ବାହାରକୁ ବାହାରିବେ।

ହେଲେ ଏପର୍ଯ୍ୟନ୍ତ କେହିବି ବାହାରି ପାରିଲେନି ବାହାରକୁ ଇଡି ଆଗରେ ପୁଣି ଗିରଫ ହେଲେ ଅଭିଯୁକ୍ତ ଭାବରେ, ତଥାପି ଆଜି ଜଗବନ୍ଧୁ ଖୋଲା ହୃଦୟରେ ହସି ଦେଇଛନ୍ତି।

ଜଗବନ୍ଧୁ କାହିଁକି ଏପରି ହସିଛନ୍ତି ତାହା ତ ଆମେ ଜାଣିନୁ ହେଲେ ଏହି ଦୃଶ୍ୟ ହେଉଛି ସେହି ସମୟର ଯେତେବେଳେ ଜଗବନ୍ଧୁଙ୍କୁ ଜେରା ପରେ ଇଡି ଅଫିସ୍ ରୁ ବାହାରକୁ ଅଣା ଯାଉଥିଲା ଆଉ ଇଡି ଅଫିସ୍ ବାହାରେ ଜଗବନ୍ଧୁ ଏପରି ନିଜ ହସକୁ ଅଟକାଇ ପାରି ନଥିଲେ ଆଉ ଖିଲି ଖିଲି ହୋଇ ହସି ଦେଇଥିଲେ, ସବୁଠାରୁ ଏବେ ବଡ ପ୍ରଶ୍ନ ହେଉଛି ଏତେ ଦୁଃଖ ଭିତରେ ବି ଜଗବନ୍ଧୁ କିପରି ଏପରି ହସିଲେ ଆଉ ଏହା ପଛର କାରଣ କଣ ରହିଛି।

Leave A Reply

Your email address will not be published.