ଜ୍ବାଇଁଙ୍କୁ ଯୌତୁକରେ କାର ବଦଳରେ ବୁଲଡୋଜର ଦେଲେ ଶ୍ୱଶୁର ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ବିବାହ ଉତ୍ସବରେ ବରଙ୍କୁ ବିଭିନ୍ନ ଉପହାର ଦିଆ ଯାଇଥାଏ । ବହୁ ଦାମୀ ଜିନିଷ ବି ଦିଆଯାଇଥାଏ । ଶ୍ଵଶୁର ଘର ତରଫରୁ ଜ୍ୱାଇଁଙ୍କୁ ଯୌତୁକ ଦେବା କେଉଁ ଯୁଗରୁ ପ୍ରଥା ରହି ଆସିଛି ।

ଆଉ ଆଜିକାଲି ଷ୍ଟାଟସ୍ ହିସାବରେ ଯୌତୁକରେ ଜ୍ବାଇଁକୁ କାର ମଧ୍ୟ ଦିଆ ଯାଉଛି । କିନ୍ତୁ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଆଶ୍ଚର୍ୟ୍ଯଜନକ ଖବର ସମ୍ନାକୁ ତାହା ହେଉଛି ଜ୍ବାଇଁଙ୍କୁ କାର ବଦଳରେ ବୁଲଡୋଜର ଦେଲେ ଶ୍ୱଶୁର ।

ଶୁଣିକି ଚକିତ ହୋଇଗଲେ ମଧ୍ୟ ଘଟଣାଟି ସତ । ଉତ୍ତରପ୍ରଦେଶର ଲକ୍ଷ୍ନୌର ହମିରପୁର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏଠାରେ ଜଣେ କନ୍ୟାପିତା ତାଙ୍କ ଜ୍ବାଇଁଙ୍କୁ ଯୌତୁକରେ ଏକ ବୁଲଡୋଜର ଦେଇଛନ୍ତି । ଯୌତୁକରେ ବୁଲଡୋଜର ଦେବା ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବା ବେଳେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ,ଝିଅର ବାପା କହିଛନ୍ତି ଯେ ଯଦି ସେ ଯୌତୁକରେ କାର ଦେଇଥାନ୍ତେ, ତେବେ ତାହା ଘର ଆଗରେ ଛିଡା ହୋଇ ରହିଥାନ୍ତା । କିନ୍ତୁ ବୁଲଡୋଜର ମାଧ୍ୟମରେ ଘରକୁ କିଛି ଅର୍ଥ ମଧ୍ୟ ଆସିବ ।

ଉଲ୍ଲେଖଥାଉ କି, ସୋସିଆଲ ମିଡିଆରେ ଯୌତୁକରେ ବରଙ୍କୁ ଦିଆଯାଇଥିବା ବୁଲଡୋଜରର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ବାସ୍ତବରେ, ହମିରପୁର ଜିଲ୍ଲାର ସୁମେରପୁର ଗ୍ରାମର ଅବସରପ୍ରାପ୍ତ ସୈନିକ ପର୍ଶୁରାମଙ୍କ ଝିଅ ନେହାଙ୍କର ବିବାହ ଡିସେମ୍ବର ୧୫ରେ ହୋଇଥିଲା ।

ନୌସେନାରେ କାର୍ଯ୍ୟ କରୁଥିବା ଯୋଗେନ୍ଦ୍ର ଓରଫ ଯୋଗୀ ପ୍ରଜାପତିଙ୍କ ସହ ନେହାଙ୍କର ବିବାହ ହୋଇଥିଲା । ଆଉ ପର୍ଶୁରାମ ନିଜ ଜ୍ବାଇଁଙ୍କୁ ବିଳାସପୂର୍ଣ୍ଣ କାର ଯୌତୁକରେ ଦେଇନଥିଲେ ବରଂ ଯୌତୁକରେ ଏକ ବୁଲଡୋଜର ଦେଇଥିଲେ ।

ଡିସେମ୍ବର ୧୬ରେ, ଯେତେବେଳେ ଝିଅ ସହିତ ଏକ ବୁଲଡୋଜର ଜ୍ୱାଇଁଙ୍କ ଘର ଅଭିମୁଖେ ଯାଇଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବେଲୁନ ଓ ଫୁଲମାଳ ଲଗାଯାଇଥିବା ବୁଲଡୋଜରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ପର୍ଶୁରାମ ପ୍ରଜାପତି କହିଛନ୍ତି ଯେ ଝିଅ ବର୍ତ୍ତମାନ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛି, ଯଦି ସେ ଚାକିରି ନ କରିବ ତେବେ ଏହି ବୁଲଡୋଜରକୁ ନେଇ ବ୍ୟବସାୟ କରିପାରିବ । ଆଉ ବୁଲଡୋଜର ହିଁ ଅର୍ଥ ଯୋଗାଇଦେବ ।

Leave A Reply

Your email address will not be published.