କଂଗ୍ରେସରେ ଯୋଗଦେଲେ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ କହିଲେ ଆଗକୁ ଲମ୍ବା ପ୍ଲାନିଂ ଅଛି।

0

Get real time updates directly on you device, subscribe now.

କଂଗ୍ରେସ ହାତରେ ହାତ ମିଳାଇଲେ ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ତଥା ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଗୁଡଲିଙ୍କ ସମେତ କଣ୍ଠଶିଳ୍ପୀ ପମି ମିଶ୍ର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

ପିସିସି ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟେ କଂଗ୍ରେସରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏଠାରେ ଆମେ କହି ରଖିବୁ ଯେ ପୂର୍ବରୁ ଗୁଡଲି ରଥଙ୍କ ବାପା କଂଗ୍ରେସ ଦଳର ବିଧାୟକ ଥିଲେ ।ଗୁଡଲିଙ୍କ କହିବାନୁଯାୟୀ ସେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରୁ ଅନୁପ୍ରାଣିତ ହୋଇଛନ୍ତି ।

ସେହିପରି ପମି ମିଶ୍ର ମଧ୍ୟ କଂଗ୍ରେସ ଦଳ ସପକ୍ଷରେ ରହିଛନ୍ତି । ଉଭୟେ କଂଗ୍ରେସରେ ଯୋଗଦେବା ପରେ ବର୍ତ୍ତମାନ ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ସବୁ ମହଲରେ ଚର୍ଚ୍ଚା ଲାଗି ରହିଛି ।

ରାଜ୍ୟରେ କଂଗ୍ରେସର ସ୍ଥିତି ଏତେଟା ଭଲ ନଥିବା ସମୟରେ ଓଲିଉଡର ଦୁଇ ପରିଚିତ କଳାକାର କଂଗ୍ରେସରେ କାହିଁକି ଯୋଗଦେଲେ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଆଗକୁ ୨୦୨୪ରେ ନିର୍ବାଚନ ।

ତେବେ ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି । ସୂଚନାଯୋଗ୍ୟ, ସଙ୍ଗୀତ ଜଗତରେ ଗୁଡଲି ରଥ ଅନେକ ମିଠା ମିଠା ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟି ଦେଇଛନ୍ତି ।

ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗୁଡଲି । ସେହିପରି ପମି ମିଶ୍ର ମଧ୍ୟ ନିଜର ସୁମଧୁର କଣ୍ଠସ୍ୱରରେ ଶ୍ରୋତାଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ବନେଇଛନ୍ତି । କଂଗ୍ରେସରେ ଉଭୟଙ୍କ ଯୋଗଦାନ ପରେ କେବଳ ରାଜନୈତିକ ବ୍ୟକ୍ତି ବିଶେଷ କିମ୍ୱା ସାଧାରଣ ଲୋକ ନୁହଁନ୍ତି ବରଂ ଓଲିଉଡରେ ମଧ୍ୟ ଏମାନଙ୍କ ଉପରେ ଚର୍ଚ୍ଚା ଚାଲିଛି ।

ତେବେ ଏବେ ଠାରୁ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଗୁଡୁଲି ରଥ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ସାମିଲ ହେଲେ ।

ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ଭବନରେ ବିଧିବଦ୍ଧ ଭାବରେ କଂଗ୍ରେସ ଦଳ ସହ ଯୋଡ଼ି ହେଲେ । ରାହୁଲ ଗାନ୍ଧୀ ଏବଂ ଶରତ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗଦାନ କରିଥିବା କଥା କହିଲେ ଗୁଡୁଲି ରଥ ।

Leave A Reply

Your email address will not be published.