ବନ୍ଧୁଗଣ ଦେଖିବାକୁ ମିଳିଛି ଯେ ଅଜବ ଏକ ବିଶ୍ବାସ ରହିଛି ହନି ଟ୍ରାପ ରାଣୀ ଅର୍ଚ୍ଚନା ନାଗଙ୍କର । ଯେତେ ଥର କୋର୍ଟ ଆସୁଛନ୍ତି କୋର୍ଟରେ ଚପଲ ଛାଡ଼ି ଚାଲି ଯାଉଛନ୍ତି । ଆଜିକୁ ମିଶାଇ ସେ ତିନି ଥର କୋର୍ଟରେ ନିଜ ଚପଲ ଛାଡ଼ି ସାରିଲେଣି ।
କୋର୍ଟରୁ ଫେରିବା ବେଳେ ତାଙ୍କ ଚପଲ ରହି ଯାଇଥିବା ଆରକ୍ଷୀ ଅଧିକାରୀମାନେ କହୁଥିଲେ ମଧ୍ୟ ସେ ଏହାକୁ ନ ଶୁଣି ଚାଲି ଯାଉଛନ୍ତି । କ’ଣ ପାଇଁ ଓ କାହିଁକି ସେ କୋର୍ଟରେ ଏଭଳି ପିନ୍ଧା ଚପଲକୁ ଛାଡ଼ି ଦେଉଛନ୍ତି, ତାକୁ ନେଇ ଆଜି କୋର୍ଟ ପରିସରରେ ଖୁବ୍ ଆଲୋଚନା ହୋଇଥିଲା ।
କିଏ କହିଥିଲା ଶୀଘ୍ର ଜାମିନ ହୋଇ ଯିବ ବୋଲି ଏଭଳି କରୁଛନ୍ତି, କିଏ କହୁଛି ଶନିଦଶା ପଡ଼ିଛି ବୋଲି ସେ ଜନଗହଳି ସ୍ଥାନରେ ଚପଲ ଛାଡ଼ୁଛନ୍ତି । ଏଭଳି ଅନେକ ରୋଚକ କଥା ଶୁଣିବାକୁ ମିଳିଛି କୋର୍ଟ ପରିସରରେ ।
ପୂର୍ବରୁ ସେ ମଧ୍ୟ ବାଲିଅନ୍ତାରେ ଥାନାରେ ମଧ୍ୟ ଚପଲ ଛାଡ଼ି ଥିଲେ । ପ୍ରଥମେ ଯେତେବେଳେ ଆରକ୍ଷୀ ଅଧିକାରୀ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା ସେ ଦିନ ସେ ପ୍ରଥମେ କୋର୍ଟରେ ଚପଲ ଛାଡ଼ି ଦେଇଥିଲେ ।
କିନ୍ତୁ ଗହଳି ଭିତରେ ଏହାକୁ କେହି ନଜର କରି ପାରି ନ ଥିଲେ । ଚଳିତ ମାସ ୫ ତାରିଖରେ ଇଡି ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ହାଜର କରାଯାଇଥିଲା । ସେ ଦିନ ମଧ୍ୟ ସେ ଚପଲ ଛାଡ଼ି ଯାଇଥିଲେ କୋର୍ଟ ଗେଟ ନିକଟରେ ।
ତେବେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯିବା ସହିତ ଆରକ୍ଷୀ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଠେଲାପେଲା କାରଣରୁ ତାଙ୍କ ପାଦରୁ ଚପଲ ବାହାରି ଯାଇଥିବା ଚର୍ଚ୍ଚା ହେଲା । କିନ୍ତୁ ଯେତେବେଳେ କୋର୍ଟରୁ ବାହାରିଥିଲେ। ତାଙ୍କ ଚପଲ ବିଷୟରେ ଆରକ୍ଷୀ ଅଧିକାରୀମାନେ କହିବାରୁ ସେ କିନ୍ତୁ ଏହାକୁ ଶୁଣି ନ ଥିଲେ ।
ଆଜି କୋର୍ଟରେ ମଧ୍ୟ ହାଜର କରାଯିବା ବେଳେ ପୁଣି ଏକ ଚପଲ ଛାଡ଼ି ଦେଇଥିଲେ । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ଘର ଓ ସମସ୍ତ କାରରେ କଳା ରଙ୍ଗର ଚପଲ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ସୂଚନଯୋଗ୍ୟ ଆଜି ପୁଣି ଇଡି ଅଫିସରେ ପହଞ୍ଚିଥିଲେ ନାଗ ଦମ୍ପତି ।
ମୁହାଁମୁହିଁ ଜେରା କରି ଚାଲିଛି ମରମ କଥା ଖୋଜା । ଇଡି ଅଫିସରେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ୍ ଓ ସ୍ବାମୀ ଜଗବନ୍ଧୁଙ୍କୁ ଆମ୍ନାସାମ୍ନା କରି ଘାଣ୍ଟୁଛି ଇଡି । ବେଆଇନ ଅର୍ଥ କାରବାରର ଖିଅ ଖୋଜୁଛି । ବିଶେଷ କରି ଉଭୟଙ୍କ ଇନକମ୍ ସୋର୍ସକୁ ନେଇ ଇଡି ପ୍ରଶ୍ନ ପରେ ପ୍ରଶ୍ନବାଣ ନିକ୍ଷେପ କରୁଥିବା ବେଳେ ଝାଳନାଳ ହୋଇଛନ୍ତି ନାଗ ଦମ୍ପତି ।