ଏବେ ଏହି ବିଚିତ୍ର ଦୁନିଆରେ ଏପରି ବିଚିତ୍ର ଘଟଣାମାନ ଘଟୁଛି ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ଚକିତ ହୋଇପଡ଼ିବେ।ଆଜି କାଲି ଅପରାଧୀ ମାନେ ଅପ-ରାଧ କରିବା ପୂର୍ବରୁ ଥରୁଟିଏ ବି ଭାବୁନାହାନ୍ତି ଯେ ଏହା ପରେ ପରିଣତି କ’ଣ ହେବ ବୋଲି।
ଏମିତି ଏକ ଘଟଣା ଘଟିଛି ଯେଉଁଠି ଜଣେ ସ୍ବାମୀ ଓ ସ୍ତ୍ରୀ ମିଶି ଜଣେ ଲୋକ ଠାରୁ ୨ ଲକ୍ଷ ଟଙ୍କା ଉଧାର ନିଅନ୍ତି।ଆଉ ପରେ ଟଙ୍କା ମାଗିବାରୁ ସ୍ବାମୀ ତାର ସ୍ତ୍ରୀ କୁ କହେ ଯେ ସେହି ଲୋକକୁ ପ୍ରେମ ଜା-ଲରେ ପକାଇବା ପାଇଁ।ଏବଂ ପରେ ତାକୁ ଘରକୁ ଡ଼ାକି ସ୍ବାମୀ ସ୍ତ୍ରୀ ମିଶି ମା-ରିଦେଇ ପୋଡ଼ି ଦିଅନ୍ତି ସେହି ଲୋକକୁ।
ତେବେ ମୃ-ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାଟକୁରା ଗ୍ରାମର ଶୈଳେନ୍ଦ୍ର ଜେନା।ସେହି ସ୍ବାମୀ ସ୍ତ୍ରୀ ଦହିବରା ବିକ୍ରି କରୁଥିଲେ।ଶୈଳେନ୍ଦ୍ର ୧୫ ବର୍ଷ ହେଲା କଟକର ମହାନ୍ତିପଡ଼ା ଠାରେ LIC ଏଜେଣ୍ଟ ଭାବରେ କାମ କରୁଥିଲେ।
ଏପଟେ ଲୋକ ମାନଙ୍କୁ ସୁଧରେ ପଇସା ମଧ୍ୟ ଦେଉଥିଲେ।ଖବରଟି ହେଉଛି କୁଆଡ଼େ ଶୈଳେନ୍ଦ୍ର ଏବଂ ସେହି ଦହିବରା ବିକ୍ରି କରୁଥିବା ଲୋକର ସ୍ତ୍ରୀ ମଧ୍ୟରେ ଅନୈ-ତିକ ସମ୍ପର୍କ ଥିଲା।ସେଥିପାଇଁ ତାଙ୍କୁ ମା-ରି ଦେଇଥିଲେ ସ୍ବାମୀ ସ୍ତ୍ରୀ।
ହେଲେ ଏହି କଥାକୁ ଶୈଳେନ୍ଦ୍ରଙ୍କ ପରିବାର ଏବଂ ଗାଁ ଲୋକ ମାନିବାକୁ ନାରାଜ।ଶୈଳେନ୍ଦ୍ରଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଶୈଳେନ୍ଦ୍ରଙ୍କ କୌଣସି ଅନୈ-ତିକ ସମ୍ପର୍କ ନଥିଲା,ସେ ବହୁତ ଭଲ ଲୋକ ଥିଲେ।
ସେ ସେହି ଦହିବରା ବିକ୍ରି କରୁଥିବା ଦମ୍ପତିଙ୍କୁ ପଇସା ଧାର ରେ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ଙ୍କୁ କହିଥିଲେ।ଶୈଳେନ୍ଦ୍ରଙ୍କ ଜଣେ ସାଙ୍ଗ ଙ୍କ କହିବା ଅନୁଯାୟୀ,ଶୈଳେନ୍ଦ୍ର ତାଙ୍କୁ ସେହି ସ୍ବାମୀ ସ୍ତ୍ରୀ ଙ୍କ କଥା କହିଥିଲେ ଆଗରୁ।ସେମାନେ ପଇସା ଦେଉନଥିଲେ।ସେଥିପାଇଁ ଶୈଳେନ୍ଦ୍ର ତାଙ୍କ ଘରକୁ ଯାଇ କିଛି ପଇସା ଆଣିବା କଥା କହିଥିଲେ।ସେଥି ପାଇଁ ସେ ସେଦିନ ନୟାଗଡ଼ ଯାଇଥିଲେ।
ଶୈଳେନ୍ଦ୍ରଙ୍କ ଭଉଣୀ କହିଛନ୍ତି ଯେ ଏସବୁ ମିଛ କଥା ତାଙ୍କ ଭାଇଙ୍କୁ ପଇସା ପାଇଁ ମା-ରିଦେଇଛନ୍ତି ବୋଲି।ତେବେ ସୂଚନା ମିଳିଛି କି ଏହି ପଇସା ଦେବା ନେବାକୁ ନେଇ ଶୈଳେନ୍ଦ୍ର ଏବଂ ଦହିବରା ବିକ୍ରି କରୁଥିବା ଦିପୁଙ୍କ ମଧ୍ୟରେ ବହୁତ ଥର ବଚସା ହୋଇଛି।ସେଥି ପାଇଁ ସ୍ବାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରି ଶୈଳେନ୍ଦ୍ରଙ୍କୁ ପଇସା ଦେବା ବାହାନାରେ ଘରକୁ ଡାକି ମା-ରିଦେଇଛନ୍ତି।
ତେବେ ଶୈଳେନ୍ଦ୍ର ନୟାଗଡ଼ ଯିବା ଦିନ ସ୍ତ୍ରୀ ସଂଘମିତ୍ରାଙ୍କୁ ନୟାଗଡ଼ ଯାଉଛନ୍ତି ବୋଲି କହିକି ଯାଇଥିଲେ।ହେଲେ ରାତି ୯:୪୦ ପରଠୁ ଶୈଳେନ୍ଦ୍ର ଙ୍କ ଫୋନ୍ ଆଉ ଲଗିନଥିଲା।ପରେ ଜଣାପଡ଼ିଥିଲା ଯେ କିଭଳି ସ୍ବାମୀ ସ୍ତ୍ରୀ ମିଶି ତାଙ୍କର ହତ୍ୟା କରିଛନ୍ତି ବୋଲି।ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ଯେ ଘଟ-ଣାଟି କେଉଁ ମୋଡ଼ ନେଉଛି।