ଯେଉଁଭଳି ଜୀବନଶୈଳୀ ଆମେ ଜୀଉଁଛେ , ସେଥିରେ ସ୍ୱାସ୍ଥ୍ୟ ସହ ଜଡିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ । ସେଥିରୁ ଏକ ବଡ ସମସ୍ୟା ହେଉଛି ମୋଟାପଣ । ଶରୀରର ଓଜନ ବଢିବା ଏକ ଛୋଟ ସମସ୍ୟା ନୁହେଁ। ମୋଟାପଣ ଜୀବନରେ ବହୁତ୍ ରୋଗର କାରଣ ଅଟେ ।
ତା ପାଇଁ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜିଥାଏ । ତେବେ ବନ୍ଧୁଗଣ ଆଜିକାଲି ମୋଟା ଲୋକମାନେ ନିଜର ଓଜନ ହ୍ରାସ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ଜରୀ କରୁଛନ୍ତି । ଆଉ ମୋଟାପଣକୁ କୃତ୍ରିମ ଉପାୟରେ ହ୍ରାସ କରୁଛନ୍ତି । ଯାହାକି ପରେ ଜୀବନ ପ୍ରତି ବି-ପଦ ସୃଷ୍ଟି କରିଥାଏ । ବିଶେଷ ଭାବରେ ହାର୍ଟ ଆଟାକ୍ ର ବେଶୀ ସମ୍ଭାବନା ଥାଏ ।
ଖୁସିରେ ବଞ୍ଚୁଥିବା ମଣିଷ ସର୍ଜରୀ କରି ହଠାତ୍ ଓଜନ କମାଇ ମୃ-ତ୍ୟୁ ବରଣ କରିଥିବାର ମଧ୍ୟ ଅନେକ ନଜିର ରହିଛି । ତେବେ ସେଇଭଳି ଏକ ଘ-ଟଣା ଘଟିଛି ଯାହାକୁ ଯିଏ ଶୁଣିବ ସେ ଆଶ୍ଚର୍ୟ୍ଯ ହେବା ସହ ଦୁଃଖ ପ୍ରକାଶ ମଧ୍ୟ କରିବ ।
ତେବେ ଘଟ-ଣାଟି କିଛି ଏପରି ଯେ ଜଣେ ବ୍ୟକ୍ତିଙ୍କୁ ମୋଟାପଣ ପାଇଁ ପତ୍ନୀ ଛାଡ଼ି ଚାଲିଯିବା ପରେ ହାର୍ଟ ଆଟାକ୍ ରେ ତାଙ୍କର ମୃ-ତ୍ୟୁ ଘଟିଛି । ତେବେ ସୂଚନାଯୋଗ୍ୟ ଯେ ମେକ୍ସିକୋର ମୂଳ ବାସିନ୍ଦା ଆଣ୍ଡ୍ରେସ୍ ମୋରୋନୋ ନାମକ ବ୍ୟକ୍ତି ଜଣକ ହେଉଛନ୍ତି ପେଶାରେ ଜଣେ ପୋ-ଲିସ୍ ।
ତାଙ୍କର ଓଜନ ୨୦୧୫ ମସିହାରେ ପ୍ରାୟ ୪୪୪ କେଜି ରହିଥିଲା । ଯାହାଫଳରେ ତାଙ୍କୁ ବିଶ୍ୱର ସବୁଠାରୁ ମୋଟା ମଣିଷ ବୋଲି କୁହା ଯାଉଥିଲା । ଏତେ ମୋଟା ଯୋଗୁଁ ତାଙ୍କୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ହେଉଥିଲା ।
ତାପରେ ସେ ସର୍ଜରୀ ଦ୍ୱାରା ନିଜର ଓଜନ ହ୍ରାସ କରିଥିଲେ । ସର୍ଜରୀ ପରେ ତାଙ୍କର ଓଜର ୧୨୦ କେଜି ପାଖାପାଖି ପହଞ୍ଚିଥିଲା।ଲଗାତାର ଭାବରେ ସେ ନିଜର ଓଜନ ହ୍ରାସ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ମୋଟାପଣ ଯୋଗୁଁ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ପଳାଇଥିଲେ । ଯାହା ଫଳରେ ମୋରେନ୍ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ।
ମୃ-ତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଝୁରି ଝୁରି ସେ ମାନସିକ ଚାପରେ ଥିଲେ । ଆଉ ହଠାତ୍ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଆଉ ମୁହର୍ତ୍ତକ ମଧ୍ୟରେ ଉଡ଼ିଯାଇଥିଲା ତାଙ୍କର ପ୍ରାଣବାୟୁ। ତେବେ ଜଣା ପଡ଼ିଛି ଯେ ସାଧାରଣତଃ ନବଜାତ ଶିଶୁର ଓଜନ ଜନ୍ମ ବେଳେ ୨.୮ କେଜିରୁ ୩.୨ କେଜି ରହିଥାଏ । ହେଲେ ଆଣ୍ଡ୍ରେସ୍ଙ୍କ ଜନ୍ମ ବେଳେ ଓଜନ ଥିଲା ୫.୮ କେଜି । ମାତ୍ର ୧୦ ବର୍ଷ ବୟରେ ତାଙ୍କର ଓଜନ ୮୨ କେଜିକୁ ଛୁଇଁ ସାରିଥିଲା