ଏହି ସୃଷ୍ଠି ଭଗବାନ୍ ଙ୍କ ଦ୍ଵାରା ପରିଚାଳିତ।ଦୁନିଆ ରେ ଯାହା ବି କିଛି ଘ-ଟଣା ଘଟୁଛି ସବୁଥିର ସୂତ୍ରଧର ହେଉଛନ୍ତି ସେହି ଭଗବାନ୍।କେଉଁ ମଣିଷ କେବେ ଏ ଦୁନିଆ କୁ ଛାଡ଼ିବ ତାହା ମଣିଷ ଜନ୍ମ ହେବା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ।ସମୟ ଆସିବା ପୂର୍ବରୁ କେହି ବି ଏହି ଦୁନିଆ ଛାଡ଼ି ଯାଇପାରନ୍ତି ନାହିଁ।ତେବେ ପାଠକ ଗଣ ଆପଣ ମାନେ ଏହି କଥା ଟି ଶୁଣିଥିବେ ନିଶ୍ଚୟ ଯେ”ରଖେ ହରି ମାରେ କିଏ”।ଅର୍ଥାତ୍ ଭଗବାନ୍ ଯାହା କୁ ରଖିବା ପାଇଁ ଚାହିଁବେ ତାକୁ ଅବା କିଏ ନେଇପାରିବ।
ଏମିତି କିଛି ଘଟ-ଣା ଘଟିଛି ପୁରୀ ଜିଲ୍ଲା ର ଡେଲାଙ୍ଗ ଥାନା ଅନ୍ତର୍ଗତ ସଡ଼ଙ୍ଗାଇ ଅଞ୍ଚଳ ରେ ଯେଉଁଠି ଜଣେ କାଠ ମିସ୍ତ୍ରୀ ସୁକାନ୍ତ ସାମନ୍ତରାୟ ଙ୍କୁ ଏକ ବିଷଧର ନାଗସାପ ଦୁଇ ଦୁଇ ଥର ଚୋ-ଟ ମାରି-ବା ସତ୍ତ୍ୱେ ସେ ବଞ୍ଚି ଯାଇଛନ୍ତି।ଘଟ-ଣା ଟି ଘଟିଛି ଶନିବାର ଦିନ।
ତେବେ ଘଟ-ଣା ଟି ହେଉଛି ସୁକାନ୍ତ କାଠ କାମ ସାରି ତାଙ୍କ ଘରକୁ ଫେରୁଥିଲେ।ସେ ଜାଣିନଥିଲେ ଯେ ତାଙ୍କ ଗାଡ଼ି ର ଚେନ୍ ପକେଟ୍ ରେ ଏକ ନାଗ ସାପ ରହିଛି ବୋଲି।ସେ ରାସ୍ତା ରେ ଯାଉଥିବା ସମୟ ରେ ତାଙ୍କ ଗୋଇଁଠି କୁ କେହି ଗୋଟେ କାମୁ-ଡ଼ିବାର ଜଣା ପଡ଼ିଥିଲା ତାଙ୍କୁ।ହେଲେ ସେ ତାହାକୁ ନଜର ଅନ୍ଦାଜ୍ କରି ଆଗକୁ ଚାଲିଥିଲେ।
ପୁଣି ଥରେ କିଛି ବାଟ ଯିବା ପରେ ତାଙ୍କୁ ଜଣା ପଡ଼ିଥିଲା ଯେ କେହି ଗୋଟେ ପୁଣି ତାଙ୍କ ଗୋଇଁଠି କୁ ଜୋର୍ ରେ କାମୁ-ଡ଼ିବାର,ସେଥି ପାଇଁ ସେ ଗାଡ଼ି ରଖି ତାଙ୍କ ପାଦ କୁ ଚାହିଁଲା ବେଳକୁ ତାଙ୍କ ଗୋଇଁଠି ରୁ ର-କ୍ତ ବାହାରୁଛି ଏବଂ ତାଙ୍କ ପାଦ ପଛରେ ଏକ ନାଗ ସାପ ଫ-ଣା ଟେକି ଫଁ ଫଁ ହେଉଛି।ତାପରେ ସେ ହଠାତ୍ କି ଗାଡ଼ି ରୁ ଡିଆଁ ମା-ରିଦେଲେ।ପାଖରେ ଥିବା ଲୋକ ମାନେ ଆସି ଜାଣିଲେ ଯେ ତାଙ୍କୁ ସାପ କା-ମୁଡ଼ି ଦେଇଛି ବୋଲି।
ସ୍ଥାନୀୟ ଲୋକେ ସେହି ଗାଡ଼ି କୁ ଉଠାଇବା ପାଇଁ ମଧ୍ୟ ଡରିଥିଲେ।ତେବେ ତାଙ୍କ ଭାଇ ଦିଲୀପ ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନେଇଯାଇଥିଲେ। ସେଠି ଡକ୍ଟର ସୁକାନ୍ତଙ୍କୁ ସଙ୍ଗେ ସଙ୍ଗେ ୧୦ ଭାଏଲ୍ ଆଣ୍ଟି ଭେନମ୍ ଦେଇଥିଲେ। ତେବେ ସୁକାନ୍ତ ଏବେ ବି-ପଦ ମୁକ୍ତ ଅଛନ୍ତି।ଏହା ପରେ ସ୍ନେ-କ୍ ହେଲ୍ପ ଲାଇନ ଆସି ଗାଡ଼ି ର ଚେନ୍ ପକେଟ୍ ଖୋଲି ସାପ କୁ ଉ-ଦ୍ଧାର କରିଥିଲେ।