ରାହୁଲ ଦ୍ରାବିଡ ଙ୍କ ଏକ ମନ୍ତବ୍ୟ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନେଶ କାର୍ତ୍ତିକ ଙ୍କୁ ଦଳରୁ କାଢ଼ିବ କୁ ନେଇ କୋଚ୍ ରାହୁଲ ଦ୍ରବିଡ ଏହି ଭଳି କିଛି କଥା କହି କ୍ରିକେଟ୍ ପ୍ରେମୀ ମାନଙ୍କ ଚର୍ଚ୍ଚାକୁ ଆସିଛନ୍ତି।ରବିବାରର ମ୍ୟାଚ୍ରେ ଋଷଭ ପନ୍ତଙ୍କୁ ଅନୁଭବୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଟି-20 ବିଶ୍ୱକପ ୨୦୨୨ର ସୁପର-୧୨ ରାଉଣ୍ଡର ଖେଳ ସରିଯାଇଛି । ବର୍ତ୍ତମାନ ୪ଟି ଦଳ ସେମିଫାଇନାଲକୁ ପ୍ରବେଶ କରିଛି । ଏବେ ଏହି ୪ଟି ଦଳ ମଧ୍ୟରେ ଟି-20 ବିଶ୍ୱକପ ଫାଇନାଲ ପାଇଁ ଟକ୍କର ହେବ ।ଅନ୍ୟପକ୍ଷେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ସୁପର-୧୨ ରାଉଣ୍ଡରେ ଗ୍ରୁପ୍-୨ର ଟପରେ ରହି ସେମିଫାଇନାଲକୁ ପହଞ୍ଚିଛି ।
ଏବେ ଟି-20 ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।ଏହି ସମୟରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଋଷଭ ପନ୍ତଙ୍କୁ ଏକ ସୁଯୋଗ ଦେବା ଜରୁରୀ ଥିଲା । ରବିବାରର ମ୍ୟାଚ୍ରେ ଋଷଭ ପନ୍ତଙ୍କୁ ଅନୁଭବୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଋଷଭ ପନ୍ତ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଛନ୍ତି । ଏବଂ ଏହି ଗୋଟିଏ ମ୍ୟାଚ୍ ରେ ଦର୍ଷଙ୍କର ମନ ଜିଣି ନେଇଛନ୍ତି।ପାଞ୍ଚ ନମ୍ବରରେ ବ୍ୟାଟିଂ କରି ଋଷଭ ପନ୍ତ ସୀନ ୱିଲିୟମ୍ସଙ୍କ ଏକ ବଲରେ ଆଉଟ ହୋଇଥିଲେ । କିନ୍ତୁ ବହୁତ୍ ସୁନ୍ଦର କିପିଂ କଳା ସେ ପଡିଆ ମଝିରେ ଦର୍ଶକଙ୍କୁ ଦେଖାଇଥିଲେ।
କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, “କିଛି ଜିନିଷ ଆମେ ହାସଲ କରିବାକୁ ଚାହୁଁଥିଲୁ, ଯଦି ଆମକୁ ସୁଯୋଗ ମିଳିଛି ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଏଥିପାଇଁ ଆମକୁ ଟସ୍ ଜିତିବାର ଥିଲା । ସଚ୍ଚୋଟ ଭାବେ କହିବାକୁ ଗଲେ ଏଠାରେ ଆସିବା ପରେ ଆମେ ପ୍ରଥମେ ପାକିସ୍ତାନ ବିପକ୍ଷରେ ବୋଲିଂ କରିଥିଲୁ, ଆମେ କେବଳ ଅନୁଭବ କରିବାକୁ ଚାହୁଁଥିଲୁ ଏହି ପରି ପରିସ୍ଥିତିରେ ଲକ୍ଷ୍ୟ ଦେବା କେମିତି ହୋଇଥାଏ ।”ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଆହୁରି ମଧ୍ୟ କହିଛନ୍ତି ଯେ, “ଏଥିସହ ଆମେ ଅନୁଭବ କରିଛୁ କି ଯଦି ଆମେ ପ୍ରଥମେ ବ୍ୟାଟିଂ କରୁ, ତେବେ ଏଠାରେ ଆମକୁ ୨୦ ଓଭର ଖେଳିବାର ସୁଯୋଗ ମିଳିବ ଏବଂ ପ୍ରଥମେ ବ୍ୟାଟିଂ କରି ଅଧିକ ରନ୍ କରିବାର ସୁଯୋଗ ମିଳିବ।
ତେବେ ଋଷଭ ଖେଳିବା ସମୟ ପାଇପାରିବେ, ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଥିଲା ।”ଏଠାରେ ଆମେ ଏକ ଗୁରୁତ୍ଵ ପୂର୍ଣ୍ଣ କଥା କହିରଖୁଛୁ ଯେ, ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ପନ୍ତ ଭାରତର ଅଧିନାୟକତ୍ୱ କରିଥିଲେ । କିନ୍ତୁ ଏସିଆ କପ୍ ପରଠାରୁ ସେ ଦୀନେଶ କାର୍ତ୍ତିକଙ୍କ ଦମଦାର୍ ପ୍ରତ୍ୟାବର୍ତ୍ତନ ପରେ ଦଳରୁ ଭିତର ଓ ବାହାର ହେଉଛନ୍ତି ।କିନ୍ତୁ ଗତ ମ୍ୟାଚ୍ ରେ ତାଙ୍କର ଦମଦାର ପ୍ରଦର୍ଶନରେ ସବୁ ଖେଳାଳି ଙ୍କ ଠାରୁ ଆରମ୍ଭକରି ଦର୍ଶକ ଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ଅଛନ୍ତି।