ବିହାରର ରାଜଧାନୀ ପାଟଣାରୁ ଜଣେ ଯୁବକଙ୍କ ମୃତ୍ୟୁର ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ରହିଛି ଯେ ପ୍ରେମ ସମ୍ପର୍କରେ ଯୁବତୀଙ୍କ ଘର ଲୋକେ ତାର ହତ୍ୟା କରିଦେଲେ । ପରିବାର ଲୋକଙ୍କ ଅଭିଯୋଗ ଉପରେ ପୋଲିସ କେସ କରିଛି ।
ଉଲ୍ଲେଖଯୋଗ୍ୟ ଯେ କଙ୍କଡ଼ବାଗ ଥାନା ଅଞ୍ଚଳ ପୋଷ୍ଟଲ ପାର୍କର ମୁନସୀ ଭଗତ ଅଞ୍ଚଳରେ ଛୋଟୁ କୁମାରଙ୍କର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଚାଲିଥିଲା । ଏହି ବିଷୟରେ ଝିଅର ପରିବାର ଲୋକ ଜାଣିବାପରେ ସେମାନେ ଦ୍ୱିପ୍ରହର ଗୋଟାଏ ସମୟରେ ଛୋଟୁକୁ ନିଜ ଘରକୁ ଡକାଇଲେ ।
ଘରକୁ ଫେରିବାପରେ ଦେହ ଖରାପ ହେବାକୁ ଲାଗିଲା :-
ଅଭିଯୋଗ କରାଯାଇଛି ଯେ ତାଙ୍କୁ ବହୁତ୍ ମାଡ ମରାଯାଇଛି । ଏହାପରେ ଯୁବକ ସନ୍ଧ୍ୟାରେ ଯାଇ ଘରକୁ ଫେରିଲେ ଏବଂ ତାର ଦେହ ଖରାପ ହେବାକୁ ଲାଗିଲା । ଘର ଲୋକେ ଚିକିତ୍ସା କରାଇବା ପାଇଁ ଆଖପାଖ ଏକ ନର୍ସିଂ ହୋମକୁ ନେଇଗଲେ । ଏଠାରେ ଛୋଟୁ ଚିକିତ୍ସା ସମୟରେ ମୃତ୍ୟୁବରଣ କଲା ।
ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି ପୋଲିସ :-
ସୂଚନା ପାଇ ପହଞ୍ଚିଥିବା ପୋଲିସ ଶବକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏହାସହିତ ପରିବାରର ଅଭିଯୋଗ ଉପରେ ଅଭିଯୁକ୍ତମାନଙ୍କ ବିରୋଧରେ କେସ ରେଜିଷ୍ଟର କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ ପୋଲିସ ପଚରାଉଚରା କରୁଛି ।
ସାଙ୍ଗ ବିବାହ କରାଇ ଦେବ ବୋଲି ଦେଇଥିଲା ଭରଷା :-
ଯୁବତୀଙ୍କ ସାଙ୍ଗ ଚନ୍ଦନ କହିବାରୁ ଛୋଟୁ ତାଙ୍କ ଘରକୁ ଯାଇଥିଲା । ଚନ୍ଦନ କହିଥିଲା ଯେ ଚାଲ ଆମେ ତୁମର ବାହାଘର କରାଇ ଦେବୁ । ଯୁବତୀଙ୍କ ଘରୁ ଫେରିବାପରେ ଛୋଟୁ ତାଙ୍କୁ କହିଥିଲା ଯେ ତାକୁ ବାନ୍ଧିକି ବହୁତ୍ ମାଡ ମରାଯାଇଛି ।
ଯୁବତୀଙ୍କ ଭାଇ ଓ ବାପା ଉପରେ ହତ୍ୟାର ଆରୋପ :-
ଯୁବକଙ୍କ ମା ଏହା ମଧ୍ୟ କହିଛନ୍ତି ଯେ ଛୋଟୁ ସେହି ଝିଅ ସହ ବିବାହ କରିବାକୁ କହୁଥିଲା । ଏଥିପାଇଁ ଆମେ ସମସ୍ତେ ରାଜି ମଧ୍ୟ ହୋଇଯାଇଥିଲୁ । କିନ୍ତୁ ଜଣାନଥିଲା ଯେ ଝିଅର ଘର ଲୋକେ ମୋ ପୁଅ ସହ ଏପରି କରିବେ । ଅଭିଯୋଗ ରହିଛି ଯେ ଯୁବତୀଙ୍କ ଭାଇ ଏବଂ ତାର ବାପା ଛୋଟୁକୁ ହତ୍ୟା କରିଛନ୍ତି ।