ତୋ ସ୍ତ୍ରୀ ପେଟରେ ମୋ ଛୁଆ ଅଛି..’ ଚିତ୍କାର କରି କହିଲା ବଳାତ୍କାରୀ, ତାପରେ ସ୍ବାମୀ କଲା ଏମିତି କିଛି

0

Get real time updates directly on you device, subscribe now.

ସାରା ଦେଶରେ ବଳାତ୍କାର ସହ ଜଡ଼ିତ ମାମଲା ଅଟକିବାର ନାଁ ମଧ୍ୟ ନେଉନାହିଁ । ସାଧାରଣତଃ ଯେତେବେଳେ ବି କାହାର ବଳାତ୍କାର ହୁଏ, ସେତେବେଳେ ଅଭିଯୁକ୍ତକୁ ଯେତେ ଶୀଘ୍ର ସମ୍ଭବ ଗିରଫ କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ମାମଲା କହିବାକୁ ଯାଉଛୁ, ଯେଉଁଠାରେ ଅଭିଯୁକ୍ତ ପୀଡ଼ିତାଙ୍କର ଗୋଟେ ପଟେ ଗୋଟେ ଅନେକଥର ବଳାତ୍କାର କରିଚାଲିଲା । ତାକୁ ପ୍ରେଗ୍ନେଣ୍ଟ କରିଦେଲା । ଏପରିକି ତାର ବିବାହ ପରେ ମଧ୍ୟ ତାର ବଳାତ୍କାର କଲା । କିନ୍ତୁ ତାପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାକୁ ଗିରଫ କରାଯାଇନାହିଁ ।

ବାସ୍ତବରେ ଏହି ଆଶ୍ଚର୍ଯ୍ୟଜନକ ମାମଲା ଉତ୍ତରପ୍ରଦେଶର କାନପୁରର ଅଟେ । ପ୍ରାୟ ଦୁଇ ବର୍ଷ ପୂର୍ବର କଥା ଅଟେ । ବିମଳା ନିଜ ଘରେ ଥିଲେ । ଠିକ୍ ସେତିକିବେଳେ ସୁରଜ୍ ନାମକ ଜଣେ ବ୍ୟକ୍ତି ଘରେ ପଶିଲା ଏବଂ ତାକୁ ବଳାତ୍କାର କରି ପଳାଇଗଲା । ଯେତେବେଳେ ବିମଳା ସବୁଦୃଶ୍ୟ ନିଜ ବାପାମାଆଙ୍କୁ କହିଲା, ସେତେବେଳେ ସେ ଝିଅକୁ ନେଇ ଏଫଆଇଆର କରିବାପାଇଁ ପହଞ୍ଚିଲେ । ତେବେ ଅଭିଯୁକ୍ତ ସୁରଜ୍ କଥା ଦେଇଥିଲା ଯେ ସେ ବିମଳା ସହ ବିବାହ କରିବ ।

ଏହି କଥାକୁ ଦୁଇମାସ ବିତିଗଲା । ବିମଳା ପ୍ରେଗ୍ନେଣ୍ଟ ହୋଇଗଲା । କିନ୍ତୁ ସୁରଜ୍ ବିବାହ କରିବାକୁ ମନା କରିଦେଲା । ଏପରି ପରିସ୍ଥିତିରେ ଝିଅର ବାପା ଯେକୌଣସି ପ୍ରକାରେ ଝିଅର ବିବାହ କନୌଜରେ ଜଣେ ବ୍ୟକ୍ତି ସହ କରିଦେଲେ । ବର୍ତ୍ତମାନ ବିମଳାଙ୍କ ଲାଇଫ ପୁଣିଥରେ ଠିକ ବାଟକୁ ଆସିଗଲା । ସେ ବିବାହ ପରେ ବାପଘର ଆସିଲେ । କିନ୍ତୁ ଏଠାରେ ଅଭିଯୁକ୍ତ ସୁରଜ୍ ପୁଣିଥରେ ତାକୁ ବଳାତ୍କାର କରିବାକୁ ଚେଷ୍ଟା କଲା । ଯେତେବେଳେ ଯୁବତୀ ଏହାକୁ ବିରୋଧ କଲେ, ସେତେବେଳେ ସୁରଜ୍ ରାଗିଗଲା । ସେ ବିମଳାଙ୍କ ସ୍ୱାମୀକୁ ସବୁ ସତ କଥା କହିଦେଲା ।

ପୀଡ଼ିତାଙ୍କ ସ୍ୱାମୀକୁ କହିଲା – ତୋ ସ୍ତ୍ରୀକୁ ମୁଁ କରିଛି ପ୍ରେଗ୍ନେଣ୍ଟ :-

ସୁରଜ୍ ବିମଳାଙ୍କ ସ୍ୱାମୀକୁ କହିଲା “ତୋ ସ୍ତ୍ରୀକୁ ମୁଁ ପ୍ରେଗ୍ନେଣ୍ଟ କରିଥିଲି, ତା ପେଟରେ ମୋ ଚିହ୍ନ ଅଛି । ” ଏହାପରେ ବିମଳାଙ୍କ ସ୍ବାମୀ ସେହି ଦିନ ନିଜ ସ୍ତ୍ରୀକୁ ଛାଡି ଦେଲା । ଏହି ଘଟଣାର କିଛି ସମୟ ପରେ ବିମଳା ଗୋଟିଏ ଝିଅକୁ ଜନ୍ମ ଦେଲା । ବିମଳାଙ୍କ ଦୁଃଖ ଏଇଠି ଶେଷ ହୋଇନଥିଲା । ଗତ ସେପ୍ଟେମ୍ବର 25 ତାରିଖରେ ସୁରଜ ପୁଣି ଥରେ ବିମଳାକୁ ବଳାତ୍କାର କରିଦେଲା । ଏପରି ପରିସ୍ଥିତିରେ ପରିବାର ଲୋକେ ସୁରଜ୍ ବିରୋଧରେ ଏଫଆଇଆର ଲେଖିବାକୁ ଶିବରାଜପୁର ଥାନା ଗଲେ ।

ପୀଡିତ ପକ୍ଷ ଅଭିଯୋଗ କରିଛନ୍ତି ଯେ ଶିବରାଜପୁର ଥାନାରେ ସୁରଜଙ୍କ ଚାପରେ ଆସି ପୋଲିସ ଏଫଆଇଆର ରେଜିଷ୍ଟର କଲେ ନାହିଁ । ତେବେ ତାପରେ ଅକ୍ଟୋବର 8 ତାରିଖରେ ସିନିୟର୍ ଅଧିକାରୀଙ୍କ ଆଦେଶରେ ଏଫଆଇଆର ରେଜିଷ୍ଟର କରାଗଲା । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ସୁରଜଙ୍କୁ ଗିରଫ କରିନାହିଁ । ପୋଲିସ କହିଛି ଯେ ପ୍ରଥମେ ସେହି ଛୁଆ ଏବଂ ସୁରଜର ଡିଏନଏ ଟେଷ୍ଟ କରାଇବେ । ଏହାପରେ ରେଜଲ୍ଟ ଆଧାରରେ ସୁରଜଙ୍କୁ ଗିରଫ କରିବେ ।

Leave A Reply

Your email address will not be published.