ଅଚାନକ ଖାତାକୁ ଆସିଲା 6 କୋଟି ଟଙ୍କା, ବ୍ୟକ୍ତି ଜଣକ ତୁରନ୍ତ 5 କୋଟି ଟଙ୍କାର ସୁନା କିଣି ଦେଲେ, ଜାଣନ୍ତୁ ଆଗକୁ କଣ ହେଲା

0

Get real time updates directly on you device, subscribe now.

ସେତେବେଳେ କଣ ହେବ ଯେତେବେଳେ ଆପଣଙ୍କ ଖାତାରେ ଅଚାନକ କୋଟି କୋଟି ଟଙ୍କା ଆସିଯିବ ? ପ୍ରଥମେ ତ ଆପଣ ବିଶ୍ୱାସ ହିଁ କରିବେନି ଏବଂ ବାରମ୍ବାର ନିଜର ବ୍ୟାଙ୍କ୍ ବାଲାନ୍ସ ଚେକ୍ କରିବାରେ ଲାଗି ପଡ଼ିବେ । ବିଶ୍ୱାସ ହୋଇଯିବା ପରେ ମଧ୍ୟ ଆପଣ ଚିନ୍ତାରେ ପଡ଼ିଯିବେ ଯେ ଏତେ ବଡ ଚମତ୍କାର କେମିତି ହେଲା ? ଯଦି ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଥିବେ ତାହେଲେ ତ ଆପଣ ବ୍ୟାଙ୍କ୍ ସହ ଏ ବିଷୟରେ ଯୋଗାଯୋଗ କରିବେ, ଯଦି ନାହିଁ ତେବେ ଆପଣ ଯେକୌଣସି ପ୍ରକାରେ ଏହି ପଇସାକୁ ନିଜର କରିବାକୁ ଚେଷ୍ଟା କରିବେ ଏବଂ ଯଥାଶୀଘ୍ର ଏହାର ବ୍ୟବହାର କରିବେ । ଏପରି କିଛି ହେଲା ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା 24 ବର୍ଷୀୟ ଅବ୍ଦେଲ ଘଡିୟାଙ୍କ ସହିତ । ଆସନ୍ତୁ ଜାଣିବା କଣ ରହିଛି ପୁରା ମାମଲା ।

କୋଟି କୋଟି ଟଙ୍କା ଦେଖି ବିଗିଡ଼ି ଗଲା ବ୍ୟକ୍ତିଙ୍କ ମୁଣ୍ଡ :-

ବାସ୍ତବରେ ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା 24 ବର୍ଷୀୟ ଅବ୍ଦେଲ ଘଡିୟାଙ୍କ ଖାତାକୁ ଭୁଲରେ 6 କୋଟି ଟଙ୍କାରୁ ଅଧିକ ରାଶି ଆସିଗଲା । କିନ୍ତୁ ବ୍ୟକ୍ତିଜଣକ ଏହି କଥା ବ୍ୟାଙ୍କ୍ ଠାରୁ ଲୁଚାଇ ରଖିଲେ ଏବଂ ଏହି ପଇସାକୁ ଖର୍ଚ୍ଚ କରିବାକୁ ଲାଗିଲେ । କୋଟି କୋଟି ଟଙ୍କା ଆସିବାପରେ ବ୍ୟକ୍ତିଙ୍କ ମୁଣ୍ଡ ବିଗିଡି ଗଲା ଏବଂ ସେ ନିଜେ ହିଁ ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ଲାଗିଲା ।

କେବଳ ଏତିକି ନୁହେଁ ବରଂ ଅବ୍ଦେଲ ନାମକ ଏହି ବ୍ୟକ୍ତି ଅଲଗା ଅଲଗା ସ୍ଥାନରେ ସବୁ ପଇସା ଖର୍ଚ୍ଚ କରିଦେଲେ । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଏକ ଦମ୍ପତି ଘର କିଣିବାର ଶେଷ ପ୍ରକ୍ରିୟାରେ ଥିଲେ ଏବଂ ସେମାନେ ” କମନୱେଲ୍ଥ ବ୍ୟାଙ୍କ” ରେ ପଇସା ଜମା କରିବାକୁ ପହଞ୍ଚିଗଲେ । କିନ୍ତୁ ଭୁଲରେ ସେମାନେ ଭୁଲ ଖାତାରେ ପଇସା ଜମା କରିଦେଲେ । ଏହି ଦମ୍ପତି ନିଜର 6 କୋଟି 14 ଲକ୍ଷ ଟଙ୍କା ଅବ୍ଦେଲ ଘଡିୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍ କରିଦେଲେ । ଅବ୍ଦେଲ ଘଡିୟା ନିଜ ଆକାଉଣ୍ଟରେ ଏତେ ପଇସା ଦେଖି ସେ ବ୍ୟାଙ୍କକୁ ଜଣାଇବା ବଦଳରେ ବିଳାସପୂର୍ଣ୍ଣ ଜୀବନ ଜିଇଁବା ଆରମ୍ଭ କରିଦେଲା । ସେ ମହଙ୍ଗା ମହଙ୍ଗା ପବକୁ ଯାଇ ମଦ ପିଇବାକୁ ଲାଗିଲା । ଭଲ ଭଲ ଜାଗାକୁ ବୁଲିବାକୁ ଗଲା ।

ଏହିପରି ନିଜ ଦୋଷ ସ୍ଵୀକାର କଲା :-

କୁହାଯାଉଛି ଯେ ଅବ୍ଦେଲକୁ ଗତ ବୁଧବାର ଦିନ ସିଡନୀ କୋର୍ଟରେ ହାଜର କରାଗଲା, ଯେଉଁଠାରେ ସେ ବ୍ୟାଙ୍କ୍ ଫ୍ରଡ ମାମଲାରେ ନିଜକୁ ଦୋଷୀ ସାବ୍ୟସ୍ତ କରିଛି । ସେ ଏଠାରେ କହିଲା ଯେ, ” ଦିନେ ଯେତେବେଳେ ମୁଁ ଶୋଇକି ଉଠିଲି, ସେତେବେଳେ ଦେଖିଲି ଯେ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିଲା । ମୁଁ ବିଳମ୍ବ ନକରି ଅଲଗା ଅଲଗା ସ୍ଥାନରୁ ପ୍ରାୟ 5 କୋଟି ଟଙ୍କାର ସୁନା କିଣିଲି । ତାପରେ 90 ହଜାର ଟଙ୍କାରେ ନିଜ ପାଇଁ ଭଲ ଭଲ ସପିଙ୍ଗ କଲି । ଏହାପରେ ଯେଉଁ ପଇସା ବଞ୍ଚିଲା, ମୁଁ ଏଟିଏମରୁ ସବୁ କ୍ୟାସ ଭାବେ ଆଣିଲି । ମତେ ଡର ଲାଗୁଥିଲା ଯେ କାଳେ ଆସିଥିବା ପଇସା ଫେରିଯିବ ବୋଲି । ତେଣୁ ମୁଁ ଯେତେ ଶୀଘ୍ର ସମ୍ଭବ ସବୁ ପଇସା ବାହାର କରିନେଲି ।”

ତେବେ ପ୍ରଥମେ ତ ବ୍ୟକ୍ତିଜଣକ ପଇସା ଆସିବା କଥା ସ୍ବୀକାର କରୁନଥିଲା, କିନ୍ତୁ ଯେତେବେଳେ ପୋଲିସ କଠୋର ଭାବେ ପଚରାଉଚରା କଲା, ସେତେବେଳେ ସେ ସବୁ କଥା କହିଦେଲା । ବର୍ତ୍ତମାନ ବ୍ୟକ୍ତିଙ୍କୁ ଡିସେମ୍ବର ମାସରେ ଦଣ୍ଡ ଦିଆଯିବ ।

Leave A Reply

Your email address will not be published.