ଏହିପରି ଶୋଉଥିବା ଲୋକ ବହୁତ୍ ଭାଗ୍ୟଶାଳୀ ହୋଇଥାନ୍ତି, ଜାଣନ୍ତୁ କଣ କହିଥାଏ ଆପଣଙ୍କ ସ୍ଲିପିଙ୍ଗ ପ୍ୟାଟର୍ନ

0

Get real time updates directly on you device, subscribe now.

ବ୍ୟକ୍ତି ଯେତେବେଳେ ଜାଗ୍ରତ ଥାଏ ସେତେବେଳେ ଶରୀର କାମ କରିଥାଏ ଏବଂ ଯେତେବେଳେ ଶୋଇଥାଏ ସେତେବେଳେ ତାର ମନ କାମ କରିଥାଏ । ଶୋଇବା ସମୟରେ ବ୍ୟକ୍ତିକୁ ଦେଖି ତାର ଅତିରିକ୍ତ ପରିସ୍ଥିତିକୁ ବୁଝିପାରିବେ । ଏହାସହିତ ଏହା ମଧ୍ୟ ଜାଣିପାରିବେ ଯେ ତାର ବର୍ତ୍ତମାନ ସମୟ କିପରି ରହିଛି । ଏହାଦ୍ବାରା ବ୍ୟକ୍ତିର ରାଶି ବିଷୟରେ ମଧ୍ୟ ଠିକ୍ ଠିକ୍ ଅନୁମାନ କରାଯାଇପାରିବ । ଶୋଇବା ଶୈଳୀରେ ପରିବର୍ତ୍ତନ ହେଲେ ମନ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଆସନ୍ତୁ ଆଜି ଆପଣଙ୍କୁ କହିବା ଯେ ଶୋଇବା ଶୈଳୀ ଆପଣଙ୍କ ବ୍ୟବହାର ଏବଂ ଭବିଷ୍ୟତ ବିଷୟରେ କେଉଁ କଥା କହିଥାଏ ।

ଶୋଇବା ସମୟରେ କଡ ଲେଉଟାଇବା :-

ଯଦି ଆପଣ ଶୋଇବା ସମୟରେ କଡ ଲେଉଟାଉ ଥାଆନ୍ତି, ତେବେ ଏହା କହୁଥାଏ ଯେ ଆପଣ ଶନି କିମ୍ବା ଶୁକ୍ର ପ୍ରଧାନ ବ୍ୟକ୍ତି ଅଟନ୍ତି । ଏପରି ଲୋକମାନେ ସବୁବେଳେ ସବୁ ଜିନିଷକୁ ନିଜ ମନରେ ରଖନ୍ତି । ଏମାନେ ନିଜର କୌଣସି ସିକ୍ରେଟ କଥା କେବେ କାହାକୁ ସେୟାର କରନ୍ତି ନାହିଁ । ଜୀବନରେ ଯେତେ ଖରାପ ଦିନ ଚାଲିଥିଲେ ମଧ୍ୟ ସେମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ । ତେବେ ଏମାନଙ୍କୁ ସୁନାମ, ଧନ ଏବଂ ଯଶ ପ୍ରାପ୍ତି ହୋଇଥାଏ ।

ପଲଙ୍କରେ ବିଛାଇ ହୋଇ ଶୋଇବା :-

ଜ୍ୟୋତିଷଙ୍କ ଅନୁଯାୟୀ, ଯେଉଁ ଲୋକମାନେ ପଲଙ୍କରେ ଚାରିଆଡ଼େ ବିଛାଇ ହୋଇ ଶୋଇବାକୁ ପସନ୍ଦ କରନ୍ତି, ସେମାନେ ମଙ୍ଗଳ କିମ୍ବା ସୂର୍ଯ୍ୟ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏପରି ଲୋକଙ୍କୁ ଜୀବନରେ କିଛି ପାଇବାପାଇଁ ବହୁତ୍ ସଂଘର୍ଷ କରିବାକୁ ପଡ଼ିଥାଏ, ତେଣୁ ଏମାନେ ଜିନିଷକୁ ଜବରଦସ୍ତି ପାଇବାକୁ ଚାହାଁନ୍ତି । ଏମାନଙ୍କ ବାଣୀ ଉପରେ ନିୟନ୍ତ୍ରଣ ରହେନାହିଁ । ଏପରି ଲୋକମାନେ ରାଗିଯାଇ କିଛି ବି କହିଦିଅନ୍ତି ।

ଏକଦମ୍ ଫ୍ଲାଟ୍ ହୋଇ ଶୋଇବା :-

ଏପରି ଶୋଇବା ଶୈଳୀରୁ ଜଣାପଡେ ଯେ ଆପଣଙ୍କ ଉପରେ ସୂର୍ଯ୍ୟ ଏବଂ ଶନିର ମିଳିତ ପ୍ରଭାବ ରହିଛି । ଏପରି ଲୋକ ନିୟମ ଏବଂ ଅନୁଶାସନ ମାମଲାରେ ବଡ କଠୋର ହୋଇଥାନ୍ତି । ଏହି ଲୋକମାନେ ଠିକ୍ ସମୟରେ ଜିନିଷ ପାଆନ୍ତି ଏବଂ ଉନ୍ନତି କରନ୍ତି । ତେବେ ଏମାନଙ୍କ ପାରିବାରିକ ଜୀବନ ଭଲ ହୋଇନଥାଏ । ଏମାନେ ସ୍ୱାସ୍ଥ୍ୟର ଅଚାନକ ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ୍ ।

ଅଧିକ ସମୟ ଶୋଇବା :-

ଏପରି ଲୋକମାନେ ଶୁଦ୍ଧ ଭାବରେ ଶୁକ୍ର ପ୍ରଧାନ ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କୁ ସାଧାରଣତଃ କୌଣସି ଖରାପ କିମ୍ବା ଭଲ ଜିନିଷ ବହୁତ୍ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରେନାହିଁ । ପରିଣାମ ଯାହା ବି ହେଉ ନା କାହିଁକି, ଏହି ଲୋକମାନେ ନିଜ ହିସାବରେ ବଞ୍ଚିଥାନ୍ତି । ଭାଗ୍ୟ ଏବଂ ଯଶ ସବୁବେଳେ ଏମାନଙ୍କ ସହ ରହିଥାଏ । ଏମାନଙ୍କୁ ଜୀବନରେ ବହୁତ୍ ଧନ ମିଳେ । କିନ୍ତୁ ଗୋଟିଏ ସମୟ ପରେ ଲୋକମାନେ ଏମାନଙ୍କୁ ଏକୁଟିଆ ଛାଡ଼ି ଦିଅନ୍ତି ।

Leave A Reply

Your email address will not be published.