ସ୍ବାମୀ ଏବଂ ପ୍ରେମିକଠାରେ ମନ ପୁରିଲାନି ଯେ ଚଳାଇଲା ତୃତୀୟ ବ୍ୟକ୍ତି ସହ ଚକ୍କର, ରେଡ ହ୍ୟାଣ୍ଡରେ ଧରାପଡ଼ିଗଲା, ପରିଣାମ ହେଲା ବହୁତ୍ ଭୟଙ୍କର
ଆପଣ ଯେତେବେଳେ କୌଣସି ସମ୍ପର୍କରେ ଥାଆନ୍ତି, ସେତେବେଳେ ସେଥିରେ ବିଶ୍ୱସ୍ଥ ଏବଂ ପାରଦର୍ଶିତା ବହୁତ୍ ଜରୁରୀ ହୋଇଥାଏ । ଯଦି ଏହି ଦୁଇଟି ଜିନିଷ ନ ରୁହେ, ସେତେବେଳେ ସମ୍ପର୍କ ଭାଙ୍ଗିବାକୁ ଅଧିକ ସମୟ ଲାଗେ ନାହିଁ । ଅନେକଥର ତ ଏ କଥା ମାରିବା ଏବଂ ମରିବା ପର୍ଯ୍ୟନ୍ତ ପହଞ୍ଚିଯାଏ । ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରର ଏହି ମାମଲାକୁ ହିଁ ନିଅନ୍ତୁ ।
ଏଠାରେ ଜଣେ ମହିଳା କଥିତ ଭାବେ ନିଜ ସ୍ୱାମୀକୁ ଧୋକା ଦେଇ ଆଉ କାହା ସହ ଚକ୍କର ଚଳାଇଥିଲା । କିନ୍ତୁ ସେ ସେତେବେଳେ ସୀମା ପାର କରିଦେଲେ, ଯେତେବେଳେ ତାର ଏହି ପ୍ରେମିକ ଛଡ଼ା ଆଉ ଜଣେ ପ୍ରେମିକ ମଧ୍ୟ ବାହାରିଲା । ଅର୍ଥାତ୍ ସେ ନିଜ ସ୍ବାମୀ ଏବଂ ପୂର୍ବ ପ୍ରେମିକ ଉଭୟଙ୍କୁ ଧୋକା ଦେଉଥିଲା । ଏପରି ପରିସ୍ଥିତିରେ ପ୍ରଥମ ପ୍ରେମିକ ଏପରି କାଣ୍ଡ କଲା ଯେ ତାକୁ ଦେଖି ମହିଳାଙ୍କର ସ୍ବାମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ।
ଘରେ ମିଳିଲା ସ୍ତ୍ରୀର ଶବ :-
ବାସ୍ତବରେ ସରୋଜନୀ ଦେବୀ ନାମକ ଜଣେ ମହିଳାଙ୍କ ବିବାହ ଲଳିତ ନାମକ ବ୍ୟକ୍ତି ସହ ହୋଇଥିଲା । ଏହି ବିବହାରୁ ଦୁହିଁଙ୍କର ଗୋଟିଏ ଝିଅ ତମନ୍ନା ମଧ୍ୟ ଅଛି । ଏହା ଦୁହିଁଙ୍କର ହିଁ ଦ୍ୱିତୀୟ ବିବାହ ଥିଲା । ଲଳିତଙ୍କ ପୂର୍ବ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିଲା ଏବଂ ସରୋଜିନୀ ନିଜ ପ୍ରଥମ ସ୍ୱାମୀକୁ ଛାଡି ଦେଇଥିଲା । ସରୋଜିନୀ ନିଜ ଦ୍ୱିତୀୟ ସ୍ବାମୀ ଠାରୁ ପ୍ରେଗ୍ନେଣ୍ଟ ମଧ୍ୟ ଥିଲା ।
ଅକ୍ଟୋବର 29 ତାରିଖରେ ଲଳିତ ନିଜ ଝିଅକୁ ନେଇ ଶ୍ବଶୁର ଘର ଯାଇଥିଲା । ତାପରେ ଅକ୍ଟୋବର 30 ତାରିଖରେ ଯେତେବେଳେ ସେ ଘରକୁ ଫେରିଲା, ସେତେବେଳେ ସ୍ତ୍ରୀର ଶବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ତୁରନ୍ତ ପୋଲିସକୁ ସୂଚନା ଦେଲା । ସ୍ବାମୀ ପ୍ରଥମେ ଘର ଲୋକଙ୍କ ଉପରେ ସନ୍ଦେହ କଲା । ସେ କହିଛନ୍ତି ଯେ ଦୁଇ ଯାଆଙ୍କ ମଧ୍ୟରେ ପ୍ରାୟ ଝଗଡା ହେଉଥିଲା । କିନ୍ତୁ ଯେତେବେଳେ ପୋଲିସ ସିସିଟିଭି ଫୁଟେଜ ଚେକ୍ କଲା, ସେତେବେଳେ ଅନ୍ୟ ଏକ କାହାଣୀ ସାମ୍ନାକୁ ଆସିଲା
ସ୍ବାମୀ ଏବଂ ପ୍ରେମିକ ଉଭୟଙ୍କୁ ଦେଉଥିଲା ଧୋକା :-
ପୋଲିସ ନିଜ ଯାଞ୍ଚରେ ଜାଣିଲା ଯେ ସରୋଜିନୀଙ୍କର ସିଲାଇ ମେସିନ୍ କାମ କରୁଥିବା ଅଙ୍କୁର ସହ ସମ୍ପର୍କ ଥିଲା । ସେ ପ୍ରାୟତଃ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ଅକ୍ଟୋବର 29 ତାରିଖରେ ମଧ୍ୟ ଯେତେବେଳେ ଲଳିତ ଶ୍ବଶୁର ଘର ଗଲା, ସେତେବେଳେ ସରୋଜିନୀ ଅଙ୍କୁରକୁ ଘରକୁ ଡକାଇଥିଲା । ତେବେ ଯେତେବେଳେ ଅଙ୍କୁର ଘରକୁ ଆସିଲା, ସେତେବେଳେ ସେ ଦେଖିଲା ଯେ ସରୋଜିନୀ ଫୋନରେ ଅନ୍ୟ କୌଣସି ବ୍ୟକ୍ତି ସହ ରୋମାଣ୍ଟିକ କଥା ହେଉଛି ।
ଅଙ୍କୁର ସନ୍ଦେହ କଲା ଯେ ସରୋଜିନୀଙ୍କର ତୃତୀୟ ବ୍ୟକ୍ତି ସହ ମଧ୍ୟ ସମ୍ପର୍କ ରହିଛି । ଏହି କଥା ଉପରେ ଦୁହିଁଙ୍କର ବହୁତ୍ ଝଗଡା ହେଲା । ରାଗରେ ଅଙ୍କୁର ସରୋଜିନୀର ବେକ ଚିପି ତାର ହତ୍ୟା କରିଦେଲା । ତାପରେ ସେ ମୋବାଇଲରୁ ସବୁ କଲ୍ ଡିଟେଲ ଡିଲିଟ କଲା ଏବଂ ସେଠାରୁ ଫେରାର ହୋଇଗଲା । ପୋଲିସ ସିସିଟିଭି ଫୁଟେଜ ଏବଂ ସର୍ଭିଲାନ୍ସ ଦ୍ଵାରା ନଭେମ୍ବର 2 ତାରିଖରେ ଅଙ୍କୁରକୁ ଧରିନେଲେ ।
ଅଙ୍କୁର ଏହି କଥାକୁ ସ୍ୱୀକାର କଲା ଯେ ସରୋଜିନୀ ଅନ୍ୟ କୌଣସି ବ୍ୟକ୍ତି ସହ କଥା ହେଉଥିବା କାରଣରୁ ସେ ତାର ବେକ ଚିପି ଦେଇଥିଲା । ତେବେ ସେ କହିଛି ଯେ ସେ ଧିରେ ବେକ ଚିପିଥିଲା । ସେତେବେଳେ ସରୋଜିନୀର ଆଖି ମଧ୍ୟ ଖୋଲା ଥିଲା । କିନ୍ତୁ ତାପରେ ସେ ମରିଗଲା । ବର୍ତ୍ତମାନ ଏସପି କାନପୁର ଆଉଟର ତେଜ ସ୍ବରୂପ ସିଂହ ଏବଂ ତାଙ୍କ ଟିମ୍ ଏହି ମାମଲାକୁ ଯାଞ୍ଚ୍ କରୁଛନ୍ତି ।