ଓଲା ଓ ବଜାଜର ଇଭିକୁ ଦେବ ଟକ୍କର, ବଜାରକୁ ଆସିଲା ‘ ବାଜ’ର ଇଲେକ୍ଟ୍ରିକ ସ୍କୁଟର, ମାତ୍ର 35 ହଜାରରେ ଦେଉଛି ଅଧିକ ମାଇଲେଜ
ଦେଶରେ ଦିନକୁ ଦିନ ବିଦ୍ୟୁତ ଚଳିତ ଯାନର ବ୍ୟବହାର ବଢ଼ିବାରେ ଲାଗିଛି । କିଛି ଛୋଟ ଛୋଟ ଅସୁବିଧାକୁ ବାଦ ଦେଲେ ବିଦ୍ୟୁତ୍ ଚାଳିତ ଯାନ ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି । ଏସବୁକୁ ନଜରରେ ରଖି ବିଦ୍ୟୁତ ଚାଳିତ ଗାଡି ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢୁଛି । ଓଲା ଓ ବଜାଜର ଇଲେକ୍ଟ୍ରିକ ସ୍କୁଟର ଚାଲୁଥିବା ବେଳେ ଏବେ ଏହାକୁ ଟକ୍କର ଦେବାକୁ ବାଜ ନାମକ ଏକ କମ୍ପାନୀ ନିଜର ସ୍କୁଟର ଲଞ୍ଚ କରିଛି ।
ସାଧାରଣ ଭାବେ ଓଲା ଓ ବଜାଜର ଇଲେକ୍ଟ୍ରିକ ସ୍କୁଟର 70 ହଜାର ଟଙ୍କା ରେଞ୍ଜରୁ ଆରମ୍ଭ ହେଉଥିବା ବେଳେ ବାଜ କମ୍ପାନୀ ମାତ୍ର 35 ହଜାର ଟଙ୍କାରେ ଲଞ୍ଚ କରିଛି । ଆଇଆଇଟି ଦିଲ୍ଲୀ ସ୍ଥିତ ଇଲେକ୍ଟ୍ରିକ ମୋବିଲିଟି ଷ୍ଟାର୍ଟ ଅପ୍ କମ୍ପାନୀ ବାଜ ବାଇକ୍ ତରଫରୁ ବଜାରରେ ଜୋରଦାର ପ୍ରଵେଶ ହୋଇଛି । କମ୍ପାନୀ ତରଫରୁ ନୂଆଁ ଇଲେକ୍ଟ୍ରିକ ସ୍କୁଟର ବାଜ ଲଞ୍ଚ କରାଯାଇଛି । ଏହି ସ୍କୁଟରରେ ବ୍ୟାଟେରୀ ସ୍ଵାପିଙ୍ଗର ସୁବିଧା ମଧ୍ୟ ରହିଛି ।
ଏଥିରେ ଜଣେ ଗ୍ରାହକ ଏକାଥରକେ ନଅଟି ବ୍ୟାଟେରୀ ଫିକ୍ସ କରିପାରିବ । କମ୍ପାନୀ କହିଛି ଯେ ସ୍ଵାପିଙ୍ଗ ଷ୍ଟେସନରେ ବ୍ୟାଟେରୀ ବଦଳାଇ କେହି ବି ଦୀର୍ଘ ଦୂରତା ରାସ୍ତା ଯାଇପାରିବେ । ଏହି ସ୍ଵାପିଙ୍ଗ ଷ୍ଟେସନ ଭିନ୍ନ ଭିନ୍ନ ପାଗକୁ ନଜରରେ ରଖି ଡିଜାଇନ୍ କରାଯାଇଛି । ଏହି ସ୍କୁଟରକୁ ଆପଣ ସର୍ବାଧିକ 25 କିଲୋମିଟର୍ ଘଣ୍ଟା ପ୍ରତି ବେଗରେ ଚଳାଇ ପାରିବେ ।
ସେହିପରି ଦୀପାବଳିରେ ଓଲା ଇଲେକ୍ଟ୍ରିକ ଆଉ ଏକ ନୂଆଁ ସ୍କୁଟର ବଜାରକୁ ଆଣିଛି । ଏହାର ନାମ S1 Air ରଖାଯାଇଛି । ଉକ୍ତ ସ୍କୁଟରର ମୂଲ୍ୟ 84 ହଜାର 999 ଟଙ୍କା ରହିଛି । 2024 ଏପ୍ରିଲରୁ ଗ୍ରାହକଙ୍କୁ ଏହି ସ୍କୁଟର ପ୍ରଦାନ ପ୍ରଦାନ ଆରମ୍ଭ ହେବ । ପୂର୍ବରୁ କମ୍ପାନୀ ଓଲା S1 ଏବଂ S1 Pro ନାମରେ ଦୁଇଟି ଇଲେକ୍ଟ୍ରିକ ସ୍କୁଟର ବଜାରକୁ ଆଣିଛି । ଏହାର ମୂଲ୍ୟ ଯଥାକ୍ରମେ 99 ହଜାର ଏବଂ ଏକ ଲକ୍ଷ 29 ହଜାର ଟଙ୍କା ରହିଛି ।
ତେବେ S1 Air ସ୍କୁଟରରେ 2.5kwhର ବ୍ୟାଟେରୀ ରହିଛି । ଥରେ ଚାର୍ଜ ହେଲେ ଏହା 100 km ଯାତ୍ରା କରିପାରିବ । ସେହିପରି ଏହାର ସର୍ବାଧିକ ଘଣ୍ଟା ପ୍ରତି ବେଗ 85 km ରହିଛି ।