ସରକାର ବଦଳାଉଛନ୍ତି ବ୍ୟାଙ୍କ ଏକାଉଣ୍ଟ୍ ଖୋଲିବା ଓ ସିମ୍ କିଣିବା ନିୟମ, ଏଠାରେ ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

0

Get real time updates directly on you device, subscribe now.

ସରକାର ଶିଘ୍ର ବ୍ୟାଙ୍କ ଏକାଉଣ୍ଟ୍ ଖୋଲିବା ଓ ସିମ୍ କିଣିବା ନିୟମ ସମ୍ପର୍କରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି|ଦେଶରେ ବର୍ଦ୍ଧିତ ଅନଲାଇନ ଫ୍ରଡ୍ କୁ ଦୃଷ୍ଟିରେ ରଖି ସରକାର ଏପରି ପାଇଁ ମନସ୍ଥ କରିଛନ୍ତି|ଏହାକୁ ନେଇ ସରକାର ବ୍ୟାଙ୍କ ଏକାଉଣ୍ଟ୍ ଖୋଲିବା ଓ ସିମ୍ କିଣିବା ନିୟମ କୁ ଆହୁରି କଠୋର କରି ପାରନ୍ତି|ବାସ୍ତବରେ ସରକାର ଏପରି ନିୟମ ଆଣିବାକୁ ଚାହୁଁଛନ୍ତି ଯେଉଁଥିରେ ବ୍ୟାଙ୍କ ଏକାଉଣ୍ଟ୍ ଖୋଲିବାକୁ ଚାହୁଁଥିବା ଲୋକ ଓ ସିମ୍ କିଣିବା ଲୋକଙ୍କ ସମ୍ପୂର୍ଣ୍ଣ ଯାଞ୍ଚ ହୋଇପାରିବ|ଅନ୍ୟ କୌଣସି କାମ ପାଇଁ ଏହି ଟିଡେଲ ଯେପରି ବ୍ୟବହାର କରାଯାଏ ପାରିବ ନାହିଁ|ଏହାଦ୍ବାରା ବ୍ୟାଙ୍କିଙ୍ଗ ଓ ସିମ ଫ୍ରଡର ମାମଲା ରୋକିହେବ|

ଏକ ରିପୋର୍ଟ ଅନୁସାରେ ଟେଲିକମ ଅପରେଟର ଓ ବ୍ୟାଙ୍କର କଷ୍ଟମର ଫିଜିକାଲ ଭେରିଫିକେସନ ବାଧ୍ୟତାମୂଳକ ହୋଇପାରେ|ଆଗରୁ ଏହା ଅନଲାଇନ ଜରିଆରେ ସତ୍ୟପାଠ କରାଯାଇଥାଏ|ଅପରପକ୍ଷରେ କମ୍ପାନୀର ଖାତା କେବଳ ଇନ କର୍ପୋରେସନ ଦ୍ଵାରା ଖୋଲିଯାଏ|ଯଦିଓ ଫ୍ରଡର ମାମଲା ବଢିଛି ଏହାର କାରଣ ସିମ୍ ସହଜରେ ମିଳିଯିବା ଓ ବ୍ୟାଙ୍କ ଏକାଉଣ୍ଟ୍ ସହଜରେ ଖୋଲିଯିବା|

ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ୨୦୨୧-୨୨ ବ୍ୟାଙ୍କ ଫ୍ରଡ ମାମଲାରେ ୪୧ ହଜାର କୋଟି ଟଙ୍କା ଫସି ରହିଥିଲା|ଏଵେ ସରକାର ବ୍ୟାଙ୍କ ଏକାଉଣ୍ଟ୍ ଖୋଲିବା ଓ ସିମ୍ କିଣିବା ନିୟମ ପରିବର୍ତ୍ତନ ପ୍ରସ୍ତୁତିରେ ଅଛନ୍ତି|ଏଥିପାଇଁ କେଏୱଇସି ନିୟମ ଶକ୍ତ ପାଇଁ ଯୋଜନା ହେଉଛି|ସୂଚନାଯୋଗ୍ୟ ସରକାର ଶିଘ୍ର ବ୍ୟାଙ୍କ ଓ ଟେଲିକମ୍ କୁ ନୂଆ ନିୟମ ଲାଗୁ ପାଇଁ କହିପାରନ୍ତି|

ଗୃହମନ୍ତ୍ରାଳୟ ଓ ଟେଲିକମ ମନ୍ତ୍ରଣାଳୟ ଏହି ବିଷୟରେ ରିଭ୍ୟୁ ମିଟିଂ କରିଛନ୍ତି ଯେଉଁଥିରେ ଏହାର ରୋଡ ମ୍ୟାପ ଉପରେ ଚର୍ଚ୍ଚା ହୋଇସାରିଛି|

Leave A Reply

Your email address will not be published.