ନାରୀ ହେଉଛି ଈଶ୍ୱର ଙ୍କ ଅତି ସୁନ୍ଦର ରଚନା। ଜଗତ ରେ ନାରୀ ବହୁ ରୂପ ରେ ବିଦ୍ୟମାନ।ନାରୀ ର ଅନେକ ରୂପ ମଧ୍ୟ ରୁ ଗୋଟିଏ ରୂପ ହେଉଛି ମାଆ,ଯିଏ ନିଜ ପିଲା ପାଇଁ କିଛି ବି କରିପାରେ।ସେ ନିଜ ପିଲା କୁ ନିଜ ଜୀବନଠୁ ବି ଅଧିକ ଭଲ ପାଏ।କିନ୍ତୁ ଏବେ ଏମିତି ପିଲା ଅଛନ୍ତି ଯେଉଁମାନେ ଟଙ୍କା ଲୋଭ ରେ ନିଜ ମାଆଙ୍କୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି।ଏମିତି କିଛି ଘଟଣା ଘଟିଛି ରାଉରକେଲା ଠାରେ ଯେଉଁଠି LIC ଟଙ୍କା ଲୋଭ ରେ ନିଜ ମାଆ ର ମିଛ ଡେଥ୍ ସାର୍ଟିଫିକେଟ୍ ଦେଖାଇ ୪ ଲକ୍ଷ ଟଙ୍କା ହାତେଇ ନେଇଛନ୍ତି ନିଜ ଝିଅ ଓ ସାବତ ପୁଅ। ଘଟଣା ଟି ଘଟିଛି ରାଉରକେଲା ସହର ର ସେକ୍ଟର୍ ୩ ଥାନା ଅଞ୍ଚଳ ର ବନଲତା ବିଶ୍ଵାଳଙ୍କ ସହ।
ବନଲତା ଙ୍କ ସ୍ବାମୀ ରାଉରକେଲା ଇସ୍ପାତ୍ କାରଖାନାରେ ଚାକିରି କରୁଥିଲେ।ସେ ତାଙ୍କ ପ୍ରଥମ ପତ୍ନୀ ବନଲତା ଓ ତାଙ୍କ ୩ପୁଅ ଝିଅ ଏବଂ ତାଙ୍କ ଦ୍ଵିତୀୟ ପତ୍ନୀ ଓ ତାଙ୍କ ୨ ପୁଅ ଝିଅଙ୍କ ସହ ରହୁଥିଲେ।ସମସ୍ତଙ୍କ ନାମ ରେ ସବୁକିଛି ଟଙ୍କା ଭାଗ କରିଦେଇ ଆରପାରି କୁ ଚାଲି ଯାଇଥିଲେ ବନଲତାଙ୍କ ସ୍ବାମୀ।ତେବେ ଏଇ ଭିତରେ ବାନଲତାଙ୍କ ବଡ଼ଝିଅ ମାନିଜା ବିଶ୍ଵାଳ ଓ ସାବତ ପୁଅ ଧୀରେନ୍ଦ୍ର ବିଶ୍ଵାଳ ରଚିଥିଲେ ବଡ଼ ଷଡ଼ଯନ୍ତ୍ର।ତେବେ ମାଆ ବଞ୍ଚି ଥାଉ ଥାଉ ମାନିଜା ଓ ଧୀରେନ୍ଦ୍ର ରାଉରକେଲା ମହାନଗରନିଗମ ଅଫିସ୍ ରୁ ମାଆ ର ଡେଥ୍ ସାର୍ଟିଫିକେଟ୍ ବାହାର କରି ଓ ସବୁ ମିଛ ଡକ୍ୟୁମେଣ୍ଟ ବାହାର କରି LIC ରେ ଥିବା ୪ ଲକ୍ଷ ଟଙ୍କା କୁ ହଡ଼ପ କରିନେଇଛନ୍ତି।
ହେଲେ ମାଆ କିମ୍ବା ପରିବାର ର କୌଣସି ସଦସ୍ୟ ଏ ବିଷୟରେ ଜାଣିପାରି ନଥିଲେ।ପରେ କୌଣସି ସୂତ୍ର ରୁ ବନଲତା ଜାଣିବା ପରେ ସେକ୍ଟର୍ ୩ ଥାନା ଓ ରାଉରକେଲା ଏସ୍ ପି ଙ୍କ ନିଟକ ରେ ଅଭିଯୋଗ କରିଥିଲେ ହେଲେ କିଛି ସୁଫଳ ନ ମିଳିବାରୁ ସେ ଏବେ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି ନ୍ୟାୟ ପାଇବା ପାଇଁ।ଯେଉଁ ବୟସ ରେ ପୁଅ ଝିଅ ସାହାରା ହେବା କଥା ସେହି ବୟସ ରେ ନିଜ ଝିଅ ଓ ସାବତ ପୁଅ ଯାହାକୁ ସେ ସ୍ନେହ ଆଦର ରେ ପାଳିଥିଲା ଏମିତି ତାଙ୍କ ସହ କରିବେ ବୋଲି ଭାବି ବନଲତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।