ଅଷ୍ଟ୍ରେଲିଆରେ 24 ବର୍ଷୀୟ ଜଣେ ଯୁବତୀଙ୍କ ହତ୍ୟା କରିବାପରେ ସେଠାରୁ ଫେରାର ହୋଇଥିବା ଭାରତୀୟ ବ୍ୟକ୍ତିଙ୍କୁ ଅଷ୍ଟ୍ରେଲିଆ ପୋଲିସ ଲଗାତାର ଖୋଜୁଛି । କେବଳ ଏତିକି ନୁହେଁ, ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜିବା କିମ୍ବା ଅଭିଯୁକ୍ତ ବିଷୟରେ ସୂଚନା ଦେବା ଲୋକଙ୍କୁ 1 ମିଲିୟନ ଅଷ୍ଟ୍ରେଲିଆନ ଡ଼ଲାର(5 କୋଟିରୁ ଅଧିକ ଟଙ୍କା) ର ପୁରସ୍କାର ଦେବାକୁ ଘୋଷଣା ମଧ୍ୟ କରିଛନ୍ତି । ପୋଲିସ କହିଛି ଯେ ସେମାନଙ୍କର ଆଶା ଅଛି ଯେ ପୁରସ୍କାର ଘୋଷଣା ପରେ ଅଭିଯୁକ୍ତଙ୍କୁ ଖୋଜିବାରେ ସହଜ ହେବ ।
ବାସ୍ତବରେ ଏହି ହତ୍ୟା ଘଟଣା ଅଷ୍ଟ୍ରେଲିଆର କ୍ୱିସଲ୍ୟାଣ୍ଡରେ ହୋଇଛି । 24 ବର୍ଷୀୟ ଟୋୟାହ କାର୍ଡିଗଲେ 2018 ରେ କ୍ୱିସଲ୍ୟାଣ୍ଡର ସମୁଦ୍ର କୂଳରେ ନିଜ କୁକୁରକୁ ବୁଲାଉଥିଲେ । ଏହି ସମୟରେ ରାଜବିନ୍ଦର୍ ସିଂହ ନାମକ ବ୍ୟକ୍ତିଙ୍କ ଉପରେ ହତ୍ୟା ଅଭିଯୋଗ ହୋଇଛି । ଏହି ଘଟଣାକୁ ଚାରିବର୍ଷ ବିତି ଯାଇଛି, କିନ୍ତୁ ଅଷ୍ଟ୍ରେଲିଆ ପୋଲିସକୁ ଅଭିଯୁକ୍ତ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେଣୁ ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଉପରେ ଅଧିକ ରକମର ପୁରସ୍କାର ରଖିବାକୁ ନିଷ୍ପତ୍ତି ନେଇଛି ।
Anyone with information regarding the case or the whereabouts of Rajwinder Singh is urged to contact Queensland Police through the online portal (https://t.co/dWGfIYaKbX). In addition, anyone in Australia with information can call Crime Stoppers on 1800 333 000. pic.twitter.com/vd3e1W1SM7
— Queensland Police (@QldPolice) November 2, 2022
ଅଷ୍ଟ୍ରେଲିଆ ପୋଲିସ ରାଜବିନ୍ଦର୍ ସିଂହ କିମ୍ବା ତାର ଠିକଣା ବିଷୟରେ ସୂଚନା ମିଳିଲେ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କ୍ୱିସଲ୍ୟାଣ୍ଡ ପୋଲିସକୁ ସୂଚନା ଦେବାକୁ ଚେତାବନୀ ଦେଇଛି । ପୋଲିସ ଏହା ମଧ୍ୟ କହିଛି ଯେ ଯଦି ଅଷ୍ଟ୍ରେଲିଆର କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ ବିଷୟରେ ସୂଚନା ମିଳେ, ତେବେ ସେମାନେ ସିଧା 1800-333-000 ରେ କଲ କରିପାରିବେ ।
ପୋଲିସ କହିଛି ଯେ ଆଶା ରହିଛି ଯେ ଯେଉଁ ବ୍ୟକ୍ତିଙ୍କ ପାଖରେ ରାଜବିନ୍ଦର୍ ସିଂହ ବିଷୟରେ ସୂଚନା ଥିବ ସେ କ୍ୱିସଲ୍ୟାଣ୍ଡ ପୋଲିସ ସହ ଯୋଗାଯୋଗ କରିବ । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, 38 ବର୍ଷିୟ ରାଜବିନ୍ଦର୍ କ୍ୱିସଲ୍ୟାଣ୍ଡରେ ମେଲ ନର୍ସ ଭାବେ କାମ କରୁଥିଲା । ଟୋୟାହ କାର୍ଡିଗଲେଙ୍କ ହତ୍ୟାର ଦୁଇଦିନ ପରେ ସେ ଅଷ୍ଟ୍ରେଲିଆ ଛାଡି ପଳାଇଗଲା । କେବଳ ଏତିକି ନୁହେଁ, ଯିବା ସମୟରେ ସେ ନିଜ ସ୍ତ୍ରୀ ଏବଂ ତିନି ପିଲାଙ୍କ ବିଷୟରେ ମଧ୍ୟ ଚିନ୍ତା କଲା ନାହିଁ ଏବଂ ସେମାନଙ୍କୁ ସେମାନଙ୍କ ଅବସ୍ଥାରେ ଅଷ୍ଟ୍ରେଲିଆରେ ହିଁ ଛାଡି ପଳାଇଲା ।