ନଭେମ୍ବର ୧ରୁ ହେବାକୁ ଯାଉଛି ଏହିସବୁ ବଡ ପରିବର୍ତ୍ତନ । ଯାହାକି ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ଜାଣିରଖନ୍ତୁ
ଯେପରି ଆପଣ ଜାଣିଛନ୍ତି କି ଉତ୍ସବର ସିଜିନ୍ ଚାଲିଗଲା । ଉତ୍ସବର ସିଜିନରେ ଦରଦାମ୍ ଉଚ୍ଚାରେ ପହଞ୍ଚି ମଧ୍ୟ ଯାଇଥିଲା । ଖାସକରି ଦିପାବଲୀ ଓ ଧନତେରାସ୍ ଭଳି ବଡ ଉତ୍ସବରେ ଦରଦାମ୍ ଲୋକଙ୍କୁ ବହୁତ ଚିନ୍ତାରେ ପକାଇ ଦେଇଥିଲା । ସେମିତି ସମୟର ସହ ଜିନିଷର ଦାମ ବୃଦ୍ଧି ମଧ୍ୟ ହେବାରେ ଲାଗିଛି ଆଉ ଯାହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ପଡିବାକୁ ଯାଊଛି । ଲଗାତାର ବଢୁଥିବା ଦରଦାମ୍ ଓ ପେଟ୍ରୋଲ୍ ଡିଜେଲ୍ ଦାମ୍ ବଢୁଥିବାକୁ ନେଇ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି, ଏବେ ୧ ନଭେମ୍ବରରୁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।
ଯେଉଁଥିରେ ଲୋକଙ୍କୁ କିଛି ଝଟକା ଲାଗିପାରେ । ୧ ନଭେମ୍ବରରୁ ସବୁଦିନର କାର୍ଯ୍ୟ ସହ ଯୋଡି ହୋଇଥିବା କିଛି ଜିନିଷ ଓ ସେକ୍ଟର୍ସ ରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିରେ କିଛି ପରିବର୍ତ୍ତନ ହୋଇଛି, ଯାହା ସାଧାରଣ ଲୋକଙ୍କୁ ସିଧା ପ୍ରଭାବିତ କରିବ । ସେମିତି କିଛି ଏମିତି ଅଛି ଯାହା ଲୋକଙ୍କ ପଇସା କମାଇବା ଅବସର ଦେଇପାରେ । ଏହିସବୁ ପରିବର୍ତ୍ତନ ୧ ନଭେମ୍ବର ଠାରୁ ଆରମ୍ଭ ହେବ । ତେବେ ଚାଲନ୍ତୁ ଜାଣିବା କେଉଁ ପରିବର୍ତ୍ତନ ଦେଖିବାକୁ ମିଳିବ ।
୧. ବଦଳିଯିବ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍:- ନଭେମ୍ବର ମାସ ପହିଲାରୁ ଆପଣଙ୍କ ରୋଷେଇଶାଳ ଉପରେ ମହଙ୍ଗାମାଡ ପରିପାରେ । ଅର୍ଥାତ ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହେବ । ୧ ତାରିଖରୁ ଉଭୟ ୧୪ କିଲୋଗ୍ରାମ ଘରୋଇ ଓ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିବ ।
୨. ବୀମା ପାଇଁ କେ-ୱାଇ-ସି ବାଧ୍ୟତାମୂଳକ:- ତେବେ ନଭେମ୍ବର ପହିଲାରୁ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ବୀମାକାରୀଙ୍କ ପାଇଁ କେ-ୱାଇ-ସି ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ ହୋଇଯିବ । ଏଥିରେ ଲିଙ୍କ୍ ଥିବା ସବୁ ନୂଆ ତଥା ପୁରୁଣା ଗ୍ରାହକଙ୍କ ପାଇଁ ମଧ୍ୟ ବାଧ୍ୟତାମୂଳକ ଅଟେ । ଆଉ ଏଥିପାଇଁ ଅପଣଙ୍କୁ ସମୟ ଥିବା ଭିତରେ ଡକ୍ୟୁମେଣ୍ଟ୍ ଦେଇ କ୍ଲେମ୍ କରିବାକୁ ପଡ଼ିବ ।
୩. ପରିବର୍ତ୍ତନ ହେବ ଟ୍ରେନର ସମୟ ସାରଣୀ:- ଭାରତୀୟ ରେଳ ସମଗ୍ର ଦେଶରେ ଟ୍ରେନର ସମୟ ସାରଣୀ ପରିବର୍ତ୍ତନ କରିବାକୁ ଯାଉଛି । ନୂତନ ଟାଇମ ଟେବୁଲ୍ ୧ ନଭେମ୍ବରରୁ କାର୍ଯ୍ୟକାରୀ ହେବ । ଯେଉଁଥିରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ୍ ଏବଂ ୭ ହଜାର ସାମଗ୍ରୀ ଟ୍ରେନର ସମୟ ବଦଳିବା ପାଇଁ ନିର୍ଦ୍ଧାରଣ କରାଯାଇଛି ।
୪. ଏଲ-ପି-ଜି ଗ୍ୟାସ ସିଲିଣ୍ଡରର ପାଇଁ ଓଟିପି:- ଏଥର ନଭେମ୍ବର ୧ ରୁ ଏଲ-ପି-ଜି ସିଲିଣ୍ଡର ବିତରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିବର୍ତ୍ତନ ହେବାକୁ ଯାଉଛି । ଠକାମୀ ଠାରୁ ବର୍ତ୍ତିବା ନିମନ୍ତେ ଏହା ଓଟିପି ଦ୍ଵାରା ପରିଚାଳତ ହେବ । ମୋବାଇଲକୁ ପଠାଯାଇଥିବା ଓଟିପି ନମ୍ବର କହିଲେ ହିଁ ଆପଣ ସିଲିଣ୍ଡର ପାଇ ପାରିବେ ।