ଅର୍ଚ୍ଚନା ପାଇଁ ପୁଣି ହେବ ମହାବାତ୍ୟା !

0

Get real time updates directly on you device, subscribe now.

ଗୋଟିଏ ବାତ୍ୟା ଆସିଥିଲା ୧୯୯୯ ମସିହାରେ ଯାହା ଓଡିଶାକୁ ତୃଣମୂଳରୁ ଦୋହଲାଇ ଦେଇଥିଲା|ଆଉ ସେମିତି ଗୋଟିଏ ବାତ୍ୟା ଆସିବ ଯଦି ଅର୍ଚ୍ଚନା ମୁହଁ ଖୋଲି ଦିଅନ୍ତି|୧୯୯୯ ର ମହାବାତ୍ୟାଠୁ ବି ବଳିଯିବ ଯଦି ଅର୍ଚ୍ଚନା ମୁହଁ ଖୋଲି ଦିଅନ୍ତି ଓ ଗୋଟି ଗୋଟି କରି କହି ଦିଅନ୍ତି ଯେଉଁମାନେ ଅର୍ଚ୍ଚନା ସହ ରାତ୍ରି ଯାପନ କରିଥିଲେ|ଯେଉଁ ନେତା, ମନ୍ତ୍ରୀ,ବିଲ୍ଡର , ଦୋକାନୀ ଓ ବଡ ବଡ ଲୋକ ଯେଉଁମାନେ ତାଙ୍କ ନାଗଫାଶ ସହ ସଂପୃକ୍ତ ଯଦି ସେ ମୁହଁ ଖୋଲି କହନ୍ତି ତେବେ ଓଡ଼ିଶାବାସୀଙ୍କ ପାଇଁ ବଡ ମଙ୍ଗଳ କରିବେ|ଏଥିରେ ଓଡ଼ିଶାବାସୀଙ୍କ ସମସ୍ତଙ୍କ ସମର୍ଥନ ରହିବ|

ଅର୍ଚ୍ଚନା ନିଜେ ଜାଣିଛନ୍ତି ତାଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ ଆସିଛି ତାହା କେବେ ଭିତ୍ତି ହୀନ ନୁହେଁ|ଅକ୍ଷୟ ପରିଜା ଠାରୁ ଆରମ୍ଭ କରି ଯେଉଁ ରାଜନେତା ଓ ମନ୍ତ୍ରୀ ଙ୍କ ନାଁ ଉଠିଛି ତାହା କେବେବି ଭୁଲ ନୁହେଁ|ହେଲେ ଅର୍ଚ୍ଚନା ଜାଣିବା ଦରକାର ତାଙ୍କ ଜୀବନକୁ ରହିଛି ବିପତ୍ତି|ଆଉ ଯଦି ଅର୍ଚ୍ଚନା ଭାବୁଛନ୍ତି ତାଙ୍କ ମତ ବଦଳାଇପାରିବେ ଓ ତାଙ୍କ ସ୍ୱାମୀ ଓ ପୁଅକୁ ଧରି ଠିକ୍ ଭାବେ ସଂସାର କରିବେ ତେବେ ଏଥିପାଇଁ ଗୋଟିଏ ମୂଲ୍ୟ ଦେବାକୁ ପଡିବ ତାହା ହେଉଛି ସମସ୍ତ ତଥ୍ୟ ସହ ଯେଉଁ ଯେଉଁ ନେତା ମନ୍ତ୍ରୀ କ୍ଷମତାର ଆଢ଼ୁଆଳରେ ତାର ଗରାଖ ହୋଇଥିଲେ ସମସ୍ତଙ୍କ ନାଁ କହିବାକୁ ପଡିବ|ଆଉ ଯଦି ଏହା ହୁଏ ତେବେ ବଡ ତାଣ୍ଡବ ସୃଷ୍ଟି ହେବ ଓ ଅନେକ ଘର ଭାଙ୍ଗିବ|

କ୍ଷମତା ଓ ଟଙ୍କା ବଳରେ ଏଭଳି ବହୁ ଲୋକ ଅଛନ୍ତି ଯିଏ ଅନେକ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି|ଲୋକମାନେ ଅର୍ଚ୍ଚନା କୁ ଏଥିପାଇଁ ପ୍ରଶଂସା କରୁଛନ୍ତି କାରଣ ସେ ତାର ବୁଦ୍ଧି ବଳରେ ଯେଉଁମାନେ ଲୋକଙ୍କୁ ଠକି ନେଉଥିଲେ ସେମାନଙ୍କୁ ଠକି ଅନେକ କିଛି ଠୁଳ କରି ପାରିଛି|ନିଜ ଜୀବନକୁ ବଦଳାଇ ପାରିଛି ଓ ଅନେକ ଲୋକଠାରୁ ପ୍ରତିଶୋଧ ବି ନେଇଛନ୍ତି|ଜୀବନରେ ଆମେ ବହୁ ଭୁଲ କରୁ |କିନ୍ତୁ ସେ ଯେଉଁ ଜାଗାରେ ଠିଆ ହୋଇଛି ହୁଏତ କେହି ଏତେ ଦିନଯାଏ ଠିଆ ହୋଇପାରିବ ନାହିଁ|ହୋଇପାରେ ତାଙ୍କୁ ବେଲ ମିଳିଯିବ , ହୋଇପାରେ ସେ ବାହାରି ପାରନ୍ତି|ଫଳରେ ବିପଦ ବଢି ଯାଇପାରେ ଓ ଜୀବନସାରା ତାକୁ ହନ୍ତସନ୍ତ କରିପାରେ|

ତେଣୁ ଅର୍ଚ୍ଚନା ଯଦି ଚାହୁଛି ଓଡିଶାରେ ବଡ ବଡିଆଙ୍କ ମୁଖା ଖୋଲୁ ତେଵେ ଏଥିପାଇଁ ତାକୁ ସତ କହିବାକୁ ପଡିବ|ସତ କହିବାକୁ କଲିଜା ଦରକାର ଯଦି ଏହା ଅର୍ଚ୍ଚନା ପାଖରେ ରହିଛି ତେବେ ସେ ନିଶ୍ଚିତ କହିବ|ଯଦି ଏ ସମୟରେ ସେ ସତ ନ କୁହନ୍ତି ପରେ କହିଲେ ସେ ସମୟରେ କେହି ବିଶ୍ବାସ କରିବେ ନାହିଁ|ଦେଖିବାକୁ ବାକି ରହିଲା ସେ କ’ଣ କହୁଛନ୍ତି ନା ନାହିଁ ?

Leave A Reply

Your email address will not be published.