ଆପଣ ଏମିତି ଘଟଣା ଦେଖିଥିବେ ଯେଉଁଠି ଯୁବତୀ ବିବାହ ପାଇଁ ମନା କରିଲେ ଯୁବକ ତା ଉପରକୁ ଏସିଡ ଫୋପାଡି ଥାଏ|ଏଭଳି କମ୍ ଦେଖିବାକୁ ମିଳେ ଯେଉଁଠି ଯୁବକକୁ ଯୁବତୀ ଏସିଡ୍ ଫୋପାଡି ଥାଏ|ଏଭଳି ଅଦ୍ଭୁତ ଘଟଣା ହରିୟାଣାର ସୋନିପତରେ ଦେଖିବାକୁ ମିଳିଛି|ଏଠାରେ ଯୁବତୀ ଯୁଵକକୁ କହିଲା ତୁ ମୋ ହେଲୁ ନାହିଁ ତେଣୁ କାହାର ହେବାକୁ ଦେବିନି..ଆଉ ୫ ଲିଟର ଏସିଡ ଫୋଡିଦେଲା|
ଯୁଵକ କମ୍ପାନୀରେ ଚାକିରୀ କରୁଥିଲା|କିଛି ଦିନ ପୂର୍ବରୁ ତାର ଦୋସ୍ତି ସଦର ଥାନାର ଗୋହାନା ଗାଁରେ ରହୁଥିବା ମହିଳା ସହ ହେଲା|ମହିଳା ଶ୍ୟାମ ନମ୍ବର କେଉଁଠୁ ଯୋଗାଡ କରି ଦୈନିକ କଥାବାର୍ତ୍ତା ହେଉଥିଲେ|
ଦିନେ ମହିଳା ଶ୍ୟାମର ଘରକୁ ବିବାହ ପ୍ରସ୍ତାବ ନେଇ ଆସିଲା|ଏଥିପାଇଁ ସେ କିଛି ସମୟ ମାଗିଲା|ଜଣାପଡ଼ିଲା ଯେ ସେ ବିବାହିତା ଓ ପତି ଠାରୁ ଅଲଗା ରହୁଛି|ଏଥିପାଇଁ ସେ ମନା କଲା|ତଥାପି ମହିଳା ଶ୍ୟାମକୁ ହଇରାଣ କରୁଥିଲା|ତାକୁ ତାଙ୍କ ବୁଆ ଅନୀତା କହିଲା କହିଲା ବ୍ଲକ କରି ଦିଅ ଫଳରେ ସେ କଥାବାର୍ତ୍ତା ହୋଇପାରିବ ନାହିଁ|
ଶ୍ୟାମ ଯେତେବେଳେ ମହିଳା ନମ୍ବର ବ୍ଲକ କଲା ତାକୁ ଖୋଜିବାକୁ ମୟୂର ବିହାର ଆସିଲା|ସେ ପୂର୍ବରୁ ଧମକ ଦେଇଥିଲେ ଯଦି ମୋର ହେବୁନି କାହାର ହେବାକୁ ଦେବିନି|ସେ ୨୬ ଅକ୍ଟୋବର ଶ୍ୟାମର ଫଟୋ ନେଇ ଗଳି ଗଳି ଖୋଜିଲା|ଜଣେ ଦେକାନୀକୁ ପଚାରିବାରୁ ସେ କହିଲେ ଓ ଫଳରେ ସେ ଶ୍ୟାମକୁ ଘରକୁ ଡକାଇଲେ|
ବୁଧବାର ସନ୍ଧ୍ୟାରେ ଶ୍ୟାମ କ୍ଷୀର ଆଣିବାକୁ ଯାଇଥିଲେ|ଅଚାନକ ମହିଳା ଧମକ ଦେଇଥିଲେ|ସେ ୫ ଲିଟର ଏସିଡ ଶ୍ୟାମର ହାତ,ଦେହ, ମୁହଁ ଫୋପାଡି ଦେଇଥିଲେ|ଫଳରେ ସବୁ ପୋଡି ଯାଇଥିଲା|ସମ୍ପର୍କୀୟ ସୂଚନା କ୍ରମେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଗଲା|
ଏଵେ ତାର ଅବସ୍ଥା ଗୁରୁତର|ସେ ଆଇସିୟୁ ରେ ରହିଛି|ଶ୍ୟାମର ବୁଆ ଥାନାରେ ଏତଲା ଦେଇଛନ୍ତି|ତାଙ୍କ ଆରୋପ ଯେ ପୋଲିସ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି|ତାଙ୍କର ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି|