ମାୟାବିନି ଅର୍ଚ୍ଚନାର ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଖଗେଶ୍ବରକୁ ପୋଲିସ ଏବେବି ଖୋଜୁଛି କିନ୍ତୁ ବଡ଼ କଥା ଯେତେବେଳେ ଖଗେଶ୍ବର ହେଉ ବା ଜଗବନ୍ଧୁ ଯେଉଁ ମୁଖ୍ୟ କଥା ଥିଲା ଦେହ ବ୍ୟବସାୟ ଏଥିରେ ମୁଖ୍ୟ ଭୂମିକାରେ ଥିଲା ଖଗେଶ୍ବର|କାହିଁକି ନା ଯେତେବେଳେ ଝିଅମାନେ ଆସୁଥିଲେ ସେତେବେଳେ ଖଗେଶ୍ବର ଅଚେତ କରୁଥିଲା ଓ ପରେ ସେତେବେଳେ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାର ଭିଡିଓ ଉତ୍ତୋଳନ କରୁଥିଲା|ଏହି ହେଉଛି ସେହି ସୁପ୍ରିମ ମୋଟର୍ସର ଦୃଶ୍ୟ , ଯେଉଁଥିରେ ଅର୍ଚ୍ଚନା ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ କରିଛି|ଖଗେଶ୍ବର ପୁରୁଣା ଗାଡି ସୋରୁମ କରିଥିଲେ ଓ ଏଥିରେ ସେ ବଡଲୋକ ହୋଇଛି|ପୁରୁଣା ଗାଡି ନାଁରେ ଦେହ ବ୍ୟବସାୟ ଓ ସେକ୍ସ୍ ରାକେଟ ଚଳାଇଥିଲେ|
ଯେତେବେଳେ ଅର୍ଚ୍ଚନା ନାଗ ଧରାପଡିଲେ ସେତେବେଳେ ଏହି ସୁପ୍ରିମ ମୋଟର୍ସକୁ କମିଶନରେଟ୍ ପୋଲିସ ସିଜ କରିଥିଲେ|କିନ୍ତୁ କ’ଣ ଏପରି ହେଲା କମିସନରେଟ ପୋଲିସ ଖୋଲିବାକୁ ଅନୁମତି ଦେଇଥିଲେ|ବର୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜେଲରେ କିନ୍ତୁ ଖଗେଶ୍ବର କେଉଁଠି ଏହା ନେଇ ପ୍ରଶ୍ନବାଚୀ ଉଠିଛି |ଯଦି ଖଗେଶ୍ବର ଫେରାର ତେବେ ଏହି ସୋରୁମ ଚଳାଉଛନ୍ତି କିଏ ? କୋଟି କୋଟି ଟଙ୍କା ଅପରେଟ କରୁଛି କିଏ ବୋଲି ପ୍ରଶ୍ନ ଉଠିଛି ?
ପ୍ରଥମ ଦିନରୁ ଏପର୍ଯ୍ୟନ୍ତ ଯେଉଁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର ସେକ୍ସ୍ ରାକେଟ କଥା ଉଠୁଛି ପୋଲିସ ତାକୁ ଚାପିବାକୁ ବ୍ୟସ୍ତ କାହିଁକି ନା ଏଥିରୁ ଅନୁମେୟ ୨ ଦିନ ପାଇଁ ବନ୍ଦ କରି ସୁପ୍ରିମ ମୋଟର୍ସକୁ ଖୋଲି ଦିଆଗଲା|
ସେପଟେ ଡିସିପି କହିଛନ୍ତି ଖଗେଶ୍ବର ଫେରାର ଅଛି|ତେବେ ଏସବୁ ଚଳାଉଛି କିଏ ବା ଅପରେଟ କରୁଛି କିଏ ? ବର୍ତ୍ତମାନ ପର୍ଯ୍ୟନ୍ତ ଡିସିପି ଥରେ ଅର୍ଚ୍ଚନା ନାଗ ଘଟଣାରେ ମୁହଁ ଖୋଲିଛନ୍ତି|ପ୍ରଶ୍ନ ଉଠୁଛି ପୋଲିସ ପଚରାଉଚରା ପରେ ଖଗେଶ୍ୱରକୁ କାହିଁକି ଛାଡିଦେଲା|
ଯେଉଁ ଛୋଟ ଛୋଟ କଥାରେ ଡିସିପି ପ୍ରେସମିଟ୍ ବାରମ୍ବାର କରୁଥିଲେ ଏହି ଘଟଣାରେ କାହିଁକି ଚୁପ ରହୁଛନ୍ତି|ସିଧାସଳଖ ମିଡିଆକୁ ବର୍ଷୁଛନ୍ତି ମିଡିଆ ଉପରେ ମିଛ କଥା ପ୍ରସାରଣ ହେଉଛି|ତେବେ କେଉଁ କଥା ମିଛ ସେକ୍ସ୍ ରାକେଟ, ଆପଣଙ୍କ ନାଁରେ ହୋଇଥିବା ଅଭିଯୋଗ, ଭିଡିଓ ସୁଟ ମିଛ ବା ଅଚଳାଚଳ ସମ୍ପତ୍ତିର ମାଲିକ ହେବା ମିଛ ? ପୋଲିସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଯେଉଁ ପ୍ରେଟେକ୍ସନରେ ଆଣିଲା ତାହା ଅନୁମେୟ|ନଚେତ ସେମାନେ ମୁହଁ ଖୋଲିଲେ ବଡ ବଡିଆଙ୍କ ଗୁମର ଫିଟିଯିବ|