ବନ୍ଧୁଗଣ “ଭୂତ” ଶବ୍ଦଟି ଶୁଣିଲା କ୍ଷଣି ମନ ଭିତରଟା କେମିତି ଗୋଟିଏ ଅଜଣା ଆଶଙ୍କାରେ ଉଦ୍-ବେଳିତ ହେଇଯାଏ ଯେମିତି । ଭୂତ କାହାଣୀ ଶୁଣି ଯେତେ ଡର ଲାଗିଲେ ବି କାହିଁକି କେଜାଣି ଇଚ୍ଛା ହୁଏ ଆହୁରି ସେ କାହାଣୀ ସବୁ ଶୁଣିବା ପାଇଁ । ଦୁନିଆରେ ସତରେ କ’ଣ ଭୂତଅଛନ୍ତି? ଏହାକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛନ୍ତି ତେବେ ଆପଣ ଏକା ନୁହଁନ୍ତି, ଦୁନିଆର ଅନେକ ଲୋକ ଆତ୍ମା ଓ ମୃତ୍ୟୁ ସହ ଅନ୍ୟ ଦୁନିଆରେ ରହୁଥିବା ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ କରିଥାନ୍ତି । ଭୂତ ଉପରେ ବିଶ୍ୱାସ କରିବା ଦୁନିଆର ସର୍ବାଧିକ ପାରାନୋର୍ମାଲ ଆକ୍ଟିଭିଟି ମଧ୍ୟରେ ଗୋଟିଏ ।
ସବୁଦିନ ହଜାର ହଜାର ଲୋକ ଭୂତ କାହାଣୀ ଶୁଣିଥାନ୍ତି ଓ ପଢ଼ିଥାନ୍ତି ଏହାସହ ଭୂତ ଉପରେ ଅନେକ ଚଳଚ୍ଚିତ୍ର ମଧ୍ୟ ଦେଖିଥାନ୍ତି । ଏହାରି ଭିତରେ ପ୍ରଶ୍ନ ଉଠିଥାଏ ଯେ ଭୂତକୁ ନେଇ ବୈଜ୍ଞାନିକଙ୍କ ମତ କଣ ରହିଛି ? ସରଳ ଭାଷାରେ କହିବାକୁ ଗଲେମଣିଷର ଶରୀର ମୃତ୍ୟୁ ହେବାପରେ ଏହାର ଶକ୍ତି ବାହାରିଯାଇ ଆଖପାଖ ପରିବେଶରେ ମିଶି ଯାଇଥାଏ । ତେବେ ଏବେ ଆସନ୍ତୁ ଜାଣିବା ଭୂତ କେତେ ପ୍ରକାର ଅଛନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଗତି ଏବଂ କାର୍ଯ୍ୟକୁ ନେଇ ଭୂତଙ୍କ ବିଭାଜନ କରାଯାଇଛି ।
୧. ପିଶାଚ:- ପିଶାଚ ଅର୍ଥାତ୍ ଭାମ୍ପାୟାର ଯାହାକି ଖ୍ରୀଷ୍ଟିଆନ ଧର୍ମର ମାନ୍ୟତା ଅନୁସାରେ ଯେଉଁମାନେ ମନୁଷ୍ୟ ରକ୍ତ ପିଏ ଓ ମାଂସ ଖାଇ ବଞ୍ଚିଥାଏ ସେମାନଙ୍କୁ ହିଁ ବିବେଚନାକୁ ନିଆଯାଏ । ଏହି ପିଶାଚଙ୍କର ମଣିଷ ଭଳିଆ ଆତ୍ମା ପିଣ୍ଡ ଥାଏ ଆଉ ପ୍ରକୃତରେ ଏମାନେ ପୂର୍ଣ୍ଣ ରୂପରେ ମରିନଥାନ୍ତି ।
୨. ବ୍ରହ୍ମରାକ୍ଷସ:- ବ୍ରହ୍ମରାକ୍ଷସ ହେଉଛନ୍ତି କେହି ବ୍ରହ୍ମଚାରୀ ଭୂତ ହୋଇଯିବା । ଅର୍ଥାତ୍ କାର୍ଯ୍ୟ ଏବଂ ଉପାସନା ସଠିକ୍ ଭାବେ ନକରି ନକରାତ୍ମକ ତଥା ଭୁଲ କାର୍ଯ୍ୟରେ ଲିପ୍ତ ରହିଥିବା ବ୍ରାହ୍ମଣ ହିଁ ମରିଗଲା ପରେ ବ୍ରହ୍ମରାକ୍ଷସ ପାଲଟିଯାନ୍ତି । ଆଉ ସବୁଠାରୁ ଭୟଙ୍କର ସୈତାନ ଏମାନେ ହୋଇଥାନ୍ତି ।
୩. ଡାହାଣୀ:- ଭାରତରେ ସାଧାରଣତଃ ମହିଳା ମାନଙ୍କୁ ହିଁ ଡାହାଣୀ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ବନ୍ଧୁଗଣ କେବଳ ଭାରତ ନୁହେଁ ଅଲଗା ଦେଶରେ ମଧ୍ୟ ମାନନ୍ତି । ତେବେ ସୁନ୍ଦରୀ ମହିଳା ମାନେ କଳା ଯାଦୁ କରି ମଣିଷ ହୁଅନ୍ତି ଆଉ ଛୋଟ ପିଲାଙ୍କୁ ନିଜ ଆୟତ୍ତ କରନ୍ତି ବୋଲି ବିଶ୍ୱାସ ରହିଛି ।
୪. ପ୍ରେତ:- କେବଳ ଆମ ହିନ୍ଦୁ ଧର୍ମରେ ନୁହେଁ ଚୀନ୍, ଜାପାନୀ, ବୌଦ୍ଧ ଓ ଭିଏତନାମ ସଂସ୍କୃତିରେ ମଧ୍ୟ ପ୍ରେତ ବିଷୟରେ ଉଲ୍ଲେଖ ଅଛି । ଏମାନଙ୍କୁ ଭୋକିଲା ଆତ୍ମା ବୋଲି ମଧ୍ୟ କୁହାଯାଏ । ଆକସ୍ମିକ ମୃତ୍ୟୁରେ ଲୋକେ ପ୍ରେତ ହୋଇ ବୁଲନ୍ତି ବୋଲି ବିଶ୍ୱାସ ଅଛି । ଆଉ ଏମାନେ ବିଶେଷ କରି ଲୋକଙ୍କୁ ହଇରାଣ କରନ୍ତି ଆଉ କ୍ଷତି ପହଞ୍ଚାନ୍ତି ।