ଅର୍ଚ୍ଚନାକୁ ଗୁଳି ମାରିବାକୁ ବାଟରେ ଜଗିଥିଲେ ସୁପାରି କିଲର, ହେଲେ ପୋଲିସ ଖେଳିଲା ଖେଳ

0

Get real time updates directly on you device, subscribe now.

ଅର୍ଚ୍ଚନାଙ୍କ ଜୀବନକୁ ଥିଲା ସୂପାରୀ କିଲରର ଭୟ, ସେମାନେ ଅର୍ଚ୍ଚନାକୁ ଗାଡ଼ି ଭିତରେ ହିଁ ମାରିଦେବାକୁ ଚାହୁଁଥିଲେ । ଯେଉଁଥିପାଇଁ ପୋଲିସ ଅର୍ଚ୍ଚନାକୁ ଧଳା କପଡା ଘୋଡାଇ ହୋଇଥିବା ଭ୍ୟାନରେ ଆଣିଥିଲା, ଯେପରିକି କିଲର ଜାଣି ପାରିବେନି କି ଭ୍ୟାନର କେଉଁ ପ୍ରକୃତ ଜାଗାରେ ଅର୍ଚ୍ଚନା ବସିଛନ୍ତି ଏବଂ ଟାର୍ଗେଟ କରି ଗୁଳି କରି ପାରିବେନି । ଅର୍ଚ୍ଚନାକୁ ଜୀବନରୁ ମାରିଦେବା ପାଇଁ ସୁପାରି କିଲରମାନଙ୍କୁ ସୂପାରି ଦିଆଯାଇଛି ଏବଂ ଏପରି ସେହି ଲୋକମାନେ କରିଛନ୍ତି, ଯେଉଁମାନେ ଅର୍ଚ୍ଚନାଙ୍କ ସହ ରାତି ବିତାଇଛନ୍ତି । ସେମାନଙ୍କର ଭୟ ରହିଛି ଯେ କାଳେ ଅର୍ଚ୍ଚନା ସେମାନଙ୍କ ପୋଲ ଖୋଲିଦେବେ ଏବଂ ସେମାନଙ୍କ ଇଜ୍ଜତ ଚାଲିଯିବ ଆଉ ସବୁକିଛି ଏପଟ ସେପଟ ହୋଇଯିବ । ଆଉ ସେଥିପାଇଁ କିଛି ଲୋକ ସୂପାରୀ କିଲରକୁ ଅର୍ଚ୍ଚନାକୁ ମାରିବାକୁ ଶୂପାରି ଦେଇଥିଲେ ।

ଆଉ ରାଜଧାନୀରେ ଯେପରି ଅପରାଧ ହୋଇଛି, ସେଭଳି ଭାବେ ଅର୍ଚ୍ଚନାକୁ ଯେକୌଣସି ମୁହୂର୍ତ୍ତରେ କିଏ ଯେ ମାରିଦେବ ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ଅର୍ଚ୍ଚନା ଏବେ ଅନେକ ଲୋକଙ୍କ ଜୀବନ ପାଇଁ ବିପଦ ସାଜିଛନ୍ତି । ଅର୍ଚ୍ଚନା ଅନେକ ସାରା ନେତା ହୁଅନ୍ତୁ କିମ୍ବା ପ୍ରଯୋଜକ ବା ସୁନା ଦୋକାନୀ ଠାରୁ ବଡ ବଡ ବିଲଡର ସମସ୍ତଙ୍କର କଳା କାରନାମା ଜାଣିଛନ୍ତି । ଏ ସମସ୍ତଙ୍କର ସୂଚନା ଲିକ ହେବାର ଭୟ ରହିଛି ।

ଅନ୍ୟପଟେ ଯଦି ଅର୍ଚ୍ଚନାଙ୍କ କଥା ଦେଖାଯିବ, ତାହେଲେ ଅର୍ଚ୍ଚନା ସିଧାସଳଖ ଆସି ଗଣମାଧ୍ୟମକୁ ହିଁ ଦାୟୀ କରୁଛନ୍ତି । ଆଉ କହୁଛନ୍ତି ଯେ ତାଙ୍କ ବିଷୟରେ କୌଣସି ମିଛ ଖବର ପ୍ରଚାର କରନ୍ତୁ ନାହିଁ କିମ୍ବା ଅଯଥା କଥା କୁହନ୍ତୁ ନାହିଁ । ତେବେ ଅର୍ଚ୍ଚନା ଏ ସବୁ ଜିନିଷ କହି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ଆଉ ଅନ୍ୟପଟେ ମଧ୍ୟ ପୋଲିସର ଯେଉଁ ସନ୍ଦେହ ରହିଛି ଯେ ଅର୍ଚ୍ଚନାଙ୍କ ଜୀବନକୁ ବିପଦ ଅଛି, ତାକୁ ଏଡାଇ ଦିଆଯାଇପାରିବ ନାହିଁ । କାରଣ ଯେଉଁଭଳି ଭାବେ ଅର୍ଚ୍ଚନାଙ୍କୁ ଏତେ ପୋଲିସ ପ୍ରୋଟେକ୍ସନ୍ ଦିଆଗଲା, ଅର୍ଚ୍ଚନାଙ୍କୁ ନିବୁଜ ଭ୍ୟାନ ଭିତରେ ଅଣାଗଲା, ଅର୍ଥାତ୍ ଅର୍ଚ୍ଚନା କେଉଁ ଜାଗାରେ ବସିଛନ୍ତି ତାହା କେହି ବି ଜାଣିପାରି ନଥିଲେ ତାହା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରିଛି ।

କଣ ଅର୍ଚ୍ଚନାଙ୍କ ଜୀବନ ପ୍ରତି ସତରେ ସୂପାରୀ କିଲରଙ୍କ ଭୟ ରହିଛି ? ଯଦି ଏହା ସତ ହୋଇଥାଏ ତାହେଲେ ଏହା ସାଙ୍ଘାତିକ ଅଟେ । କାରଣ ଅର୍ଚ୍ଚନାଙ୍କ ଜୀବନ ପ୍ରତି ଜେଲ ଭିତରେ ମଧ୍ୟ ଭୟ ରହିଥାଇପାରେ । ଅର୍ଚ୍ଚନାଙ୍କୁ ଯେ ମାରିଦେବାକୁ ଯୋଜନା କରାଯାଉଛି, ତାକୁ ନେଇ କୌଣସି ସନ୍ଦେହ ନାହିଁ । ତେବେ ଏହା ମଧ୍ୟରେ ପ୍ରଶ୍ନ ଆସୁଛି ଯେ ଯଦି ଅର୍ଚ୍ଚନାଙ୍କୁ ମାରି ଦିଆଯାଏ, ତାହେଲେ ଏଥିରେ ଅଧିକ ଲାଭ କାହାର ହେବ ? ଆଉ ଯଦି ଅର୍ଚ୍ଚନା ପ୍ରକୃତରେ ଅନୁଭବ କରୁଛନ୍ତି ଯେ ତାଙ୍କ ଜୀବନ ଉପରେ ବିପଦ ଅଛି, କଣ ସେ ମରିବା ପୂର୍ବରୁ ତାଙ୍କର ସବୁ ସତ୍ୟ ପ୍ରମାଣ ଗଣମାଧ୍ୟମ ହାତରେ ଦେଇଦେବେ କି ? ଆଉ ସେ ସମସ୍ତଙ୍କ ମୁଖା ଖୋଲିଦେବେ କି ?

Leave A Reply

Your email address will not be published.