ଶ୍ରୀକ୍ଷେତ୍ର ପୁରୀ ଧାମରେ ହେଲା ମା ପୁଅଙ୍କ ପୁନର୍ମିଳନ । ମାର ଲୁହ ସହି ନପାରି ଫେରି ଆସିଲା ପୁଅ

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପିଲାମାନେ କିଛି ଭୁଲ୍ କଲେ ବାପା ମା ମାନେ ତାଗିଦ୍ କରିଥାନ୍ତି । ଭଲ ପାଠ ପଢ଼ି ବଡ଼ ମଣିଷ ହେବାର ଶିକ୍ଷା ଦେଇଥାଆନ୍ତି । କିନ୍ତୁ କେବେ କେବେ ବାପା ମାଆଙ୍କ ଗାଳି ଭୟରେ ପିଲାମାନେ ଭୁଲ୍ ନିଷ୍ପତି ନେଇଯାଆନ୍ତି । ଯେଉଁଥିପାଇଁ ପରେ ଅଡ଼ୁଆରେ ପଡନ୍ତି । ସୂଚନା ଅନୁଯାୟୀ ଗତ ବୁଧୁବାର ଦିନ ଗଞ୍ଜାମର କାଳୁଆ ସାହିର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ ୧୦ମ ପରୀକ୍ଷାରେ ଫେଲ ହୋଇଯିବା ଭୟରେ ନିଜ ମା’ ପାଇଁ ଏକ ଚିଠି ଲେଖି ଘର ଛାଡି କୁଆଡେ ଚାଲି ଯାଇଥିଲେ ।

ଏହି ଚିଠିରେ ଲେଖିଥିଲେ ଯେ ମା’ ମୁଁ ୧୦ମ ପରୀକ୍ଷାରେ ପାସ ହେବି କି ନାହିଁ ତାହା ଜଣା ନାହିଁ । ସେଥିପାଇଁ ମୁଁ ଏହି ଘର ଛାଡି ଚାଲି ଯାଉଅଛି । ମା’ ମୁଁ ତତେ କଥା ଦଉଛି ମୁଁ ଗୋଟିଏ ଭଲ ମଣିଷ ତଥା ଗୋଟିଏ ବଡ ମଣିଷ ହୋଇ ଘରକୁ ଫେରିବି । ଏହିଭଳି କିଛି ଚିଠି ଲେଖି ସେ ତାଙ୍କ ମା’ ଙ୍କୁ ଛାଡି ସବୁଦିନ ଲାଗି ଚାଲି ଯାଇଥିଲେ । ଆଉ ଏହି ଖବର ଯେତେବେଳେ ପ୍ରସାରଣ ହୋଇଥିଲା ସେ ନିଜ ମା’ ଙ୍କ କାନ୍ଦକୁ ଦେଖିଥିଲେ ଆଉ ସହି ପାରି ନଥିଲେ । ଏହା ପରେ ସେ ନିଜେ ଫୋନ କରି ପୁରୀର ଏକ ହୋଟେଲରେ ଥିବା ନିଜ ମା’ ଙ୍କୁ କହିଥିଲେ ।

ଏହାପରେ ରେଣୁକା ପାଣିଗ୍ରାହୀ ପୁଅକୁ ଆଣିବା ନିମନ୍ତେ ଯାଇ ପୁରୀରେ ପହଁଞ୍ଚିଥିଲେ । ସ୍ଥାନୀୟ ପୋଲିସଙ୍କ ସହାୟତାରେ ସେଠାରୁ ତାଙ୍କ ପୁଅକୁ ଆଣି ନିଜ ଘରକୁ ଫେରିଛନ୍ତି । ତେବେ ଏହି ମା’ ପୁଅଙ୍କ ମିଳନ ଜଗନ୍ନାଥ ଧାମ ପୁରୀରେ ହୋଇଥିଲା । ଗେଲ ବସରିଆ ପୁଅକୁ ପାଇ ମା’ କୁଣ୍ଢାଇ ଗେଲ କରି ପକାଉଥିଲେ । ନିଜ ପୁଅକୁ ପାଇ ମା’ ଜଣଙ୍କ ବହୁତ ଖୁସି ଥିଲେ । ଉଭୟ ସେଠାରେ କିଛି ସମୟ ପରସ୍ପରକୁ ବୁଝାଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

ତେବେ ମା’ ପୁଅଙ୍କ ଆଖିରୁ ଧାର ଧାର ଲୁହ ଝରି ପଡୁଥିବାର ଦେଖିବାକୁ ମିଳିଥିଲା । ପୁଅର ଚିଠି ପଢ଼ି ମା’ ଜଣକ ଧର୍ଯ୍ୟହରା ହୋଇ ଯାଇଥିଲେ । କାରଣ ପୁଅ ପାଠୁଆ ହେଉ କି ନ ହେଉ ମା’ ର ମମତା ସମାନ ରହିଥାଏ ନିଜ ପିଲାଙ୍କ ପ୍ରତି । କିନ୍ତୁ ଅଜ୍ଞାନ ପିଲା ମାନେ ଏତିକି ନ ବୁଝି ଭୟରେ ଏଭଳି କିଛି ଭୁଲ କରି ବସିଥାନ୍ତି ଯାହାର ସଂଶୋଧନ ପ୍ରାୟ ଅସମ୍ଭବ ହୋଇ ଯାଇଥାଏ । ତେବେ କିଛି ଭୁଲ ନିଷ୍ପତ୍ତି ନେବା ପୂର୍ବରୁ ନିଜ ବାପା ମା ଓ ପରିବାର କୁ ଆଖି ଆଗରେ ରଖି ଚାରିଆଡୁ ବୁଝି ବିଚାରୀ ଆଗକୁ ଆଗେଇବା ନିହାତି ଆବଶ୍ୟକ ।

Leave A Reply

Your email address will not be published.