ଧନ ତୁମେ ଖୁସିରେ ରୁହ, ମୁଁ ତୁମ ଜୀବନକୁ ଆଉ କେବେ ଆସିବିନି, ଏମିତି କହି ଜୀବନ ହାରିଲେ ଯୁବତୀ

0

Get real time updates directly on you device, subscribe now.

” ଧନ ତୁମେ ଖୁସିରେ ରୁହ, ମୁଁ ସବୁଦିନ ପାଇଁ ତୁମ ଜୀବନରୁ ଚାଲିଯାଉଛି | ତୁମେ ଯଦି ମୋ ବିନା ଖୁସିରେ ଅଛ, ତାହେଲେ ମୁଁ ବା କାଇଁ ତୁମ ଜୀବନରେ କଣ୍ଟା ହେବି | ତୁମ ଖୁସିରେ ମୁଁ ବି ଖୁସି | ମୁଁ ଆଉ କେବେ ବି ତୁମକୁ ଡିଷ୍ଟର୍ବ କରିବିନି | ମୁଁ ସବୁଦିନ ପାଇଁ ଆର ପାରିକୁ ଚାଲିଯାଉଛି | ତୁମେ ଖୁସିରେ ରୁହ ଧନ |

ଏମିତି କିଛି ଚିଠିରେ ଲେଖାଥିଲା, ଆଉ ଯୁକ୍ତ ଦୁଇ ଛାତ୍ରୀ ନିଜ ଜୀବନ ହାରିଦେଲେ | ଆଜ୍ଞା ହଁ, ଏହି ଛାତ୍ରୀଜଣକ ପ୍ରେମରେ ଧୋକା ପରେ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଇଛନ୍ତି | କଲେଜରେ ପାଠ ପଢିବା ସମୟରେ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲେ | କିନ୍ତୁ ସେ କଣ ଜାଣିଥିଲେ ଯେ ତାଙ୍କର ଏହି ପ୍ରେମ ପାଇଁ ତାଙ୍କ ଜୀବନ ମଧ୍ୟ ଚାଲିଯିବ | ପୁରୀ ଏସିଏସ କଲେଜର ଜଣେ ଛାତ୍ରୀ ହଷ୍ଟେଲରେ ଜୀବନ ହାରି ଦେଇଛନ୍ତି | ତେବେ ତାଙ୍କ ପାଖରୁ ଏକ ସୁସାଇଡ ନୋଟ ଜବତ ମଧ୍ୟ ହୋଇଥିଲା, ଯେଉଁଥିରେ କି ସେ କେଉଁ କାରଣ ପାଇଁ ଜୀବନ ହାରିଛନ୍ତି ତାକୁ ଲେଖିଛନ୍ତି | ଆଉ ସେ ଚିଠିରୁ ସ୍ପଷ୍ଟ ହେଉଛି ଯେ ସେ ପ୍ରେମ ପାଇଁ ହିଁ ଜୀବନ ହାରିଛନ୍ତି |

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକଙ୍କ ସହ ତାଙ୍କର ହୋଇଥିବା ବ୍ରେକଅପକୁ ସହଜରେ ଗ୍ରହଣ କରିପାରୁ ନଥିଲେ | ପ୍ରେମିକ ଜଣକ ତାଙ୍କ ସହ ବ୍ରେକଅପ କରିଦେବାରୁ ଏହି ଛାତ୍ରୀ ଜଣକ ଜୀବନ ହାରିଦେବା ପରି ଚରମ ନିଷ୍ପତ୍ତି ନେଇଛନ୍ତି | ମୃତ ଛାତ୍ରୀ ଜଣକ ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧର ଗ୍ରାମର ବୋଲି ଜଣାପଡିଛି | ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବର୍ଷର ଛାତ୍ରୀ ଥିଲେ | କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀ ନିବାସର ବାର ନମ୍ବର ରୁମରେ ସେ ଜୀବନ ହାରି ଦେଇଛନ୍ତି |

ଆଜି ସକାଳୁ ଦୀପାବଳି ପାଇଁ ତାଙ୍କୁ ସାଙ୍ଗମାନେ ଡାକିବାକୁ ଆସିଥିଲେ | କିନ୍ତୁ ସାଙ୍ଗମାନେ ବାରମ୍ବାର କବାଟ ବାଡେଇଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ | ସେହିପରି ବାରମ୍ବାର ଫୋନ କଲେ ମଧ୍ୟ ସେ ଫୋନ ମଧ୍ୟ ଉଠାଉନଥିଲେ | ତେବେ ଏହାକୁ ନେଇ ସାଙ୍ଗମାନେ ହଷ୍ଟେଲ ସୁପରଟେଣ୍ଡେଣ୍ଟଙ୍କୁ ଖବର ଦେଇଥିଲେ | ଆଉ ଏହାପରେ ଟାଉନ ଥାନା ପୋଲିସର ଉପସ୍ଥିତିରେ କବାଟ ଖୋଲାଯିବ ପରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା |

ଅନ୍ୟପଟେ ଛାତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି ଯେ ସେ ବହୁତ ଭଲ ଝିଅ ଥିଲା ଏବଂ ବହୁତ ଭଲ ପାଠ ମଧ୍ୟ ପଢୁଥିଲା, ତେଣୁ ସେ କେବେ ବି ଜୀବନ ହାରି ନଥିବ | ଜୀବନ ହାରିବାକୁ ତାକୁ କେହି ବାଧ୍ୟ କରିଛି | ଏବେ ତାଙ୍କ ରୁମରୁ ମିଳିଥିବା ଚିଠିରୁ ପ୍ରେମ ପାଇଁ ସେ ଜୀବନ ହାରିଥିବା ସ୍ପଷ୍ଟ ହୋଇଥିବା ବେଳେ ସେ ପ୍ରେମିକ ଜଣକ କିଏ ବୋଲି ପୋଲିସ ତଦନ୍ତ କରୁଛି |

Leave A Reply

Your email address will not be published.