ମାଡି ଆସିଲା ମହାବିପଦ । ପୁରୀ ଶ୍ରୀମନ୍ଦିରରୁ ୨୦ କିଲୋଗ୍ରାମର ଖସିଲା ପଥର । ପୁଣି ମହାପ୍ରଭୁଙ୍କର ଏ କି ସଙ୍କେତ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ଜାଣିଥିବେ ବର୍ତ୍ତମାନ ବିଶ୍ଵର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଯାହାକୁ ନେଇ ଦେଶର ବିଭିନ୍ନ ଜାଗାରେ କିଛି ନା କିଛି ଅଘଟଣ ଘଟୁଛି ଯାହା ଆଗାମୀ ସମୟରେ ବଡ ବିପତ୍ତି ଆସିବାର ସୂଚନା ଦେଉଛି ବୋଲି ଅନୁମାନ କରାଯାଉଛି । ତେବେ ପୁରୀ ଶ୍ରୀକ୍ଷେତ୍ର ଧାମରୁ ଗତ କିଛିଦିନ ହେବ ଏମିତି କିଛି ଘଟଣା ଦୁର୍ଘଟଣା ଘଟୁଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସବୁ ଘଟଣାକୁ ନେଇ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହେଉଛି ।

ବର୍ତ୍ତମାନ ଆଉ ଏକ ଏଭଳି ଘଟଣା ସାମନାକୁ ଆସୁଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ଦର୍ଶକବନ୍ଧୁ ମାଡି ଆସିଲା ମହା ବିପଦ । ହେଲା ଘୋର ଅନର୍ଥ । ୨୦ କିଲୋଗ୍ରାମର ଖସିଲା ପଥର ବଡ ଦେଉଳରୁ । ହଁ ଆଜ୍ଞା ପୁରୀ ଶ୍ରୀକ୍ଷେତ୍ର ବଡ ଦେଉଳରୁ ଖସିଲା ପଥର । ମହାପ୍ରଭୁଙ୍କର ଏ କେଉଁ ପ୍ରକାରର ସଂକେତ ହୋଇପାରେ ?

ପ୍ରଥମେ ଚିଲ ଉଡିଲା ଶ୍ରୀ କ୍ଷେତ୍ର ଧାମରେ । ତାପରେ ବାଇଶି ପାହାଚରେ ପାଣି ପଶିଲା । ଆଉ ଏବେ ବଡ ଦେଉଳରୁ ଖସିଲା ପଥର । ମହାପ୍ରଭୁ ଦେଉଛନ୍ତି କି କୌଣସି ପ୍ରକାରର  ସଂକେତ ? ଆସୁଛି କି ବଡ ବିପଦ ବିଶ୍ଵକୁ ? ପୂର୍ବରୁ ମଧ୍ୟ ବଡ ଦେଉଳରୁ ପଥର ଖସିଥିଲା ଆଉ ଏବେ ପୁଣି ଠାରେ ବଡ ଦେଉଳରୁ ଖସିଛି ପଥର । ପୁରୀ ଜଗନ୍ନାଥ ମନ୍ଦିରରୁ ଖସିଥିବା ପଥର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବା ଅନୁମାନ କରାଯାଇଛି । ତେବେ ପଥର ଖସିବା ପରେ କାହାର କିଛି କ୍ଷତି ହୋଇ ନାହି ବୋଲି ସୂଚନା ମିଳିଛି।

ସେବକ ଓ ଶ୍ରଦ୍ଧାଳୁଙ୍କ ଚଳ ପ୍ରଚଳ ନଥିବା ସ୍ଥାନରେ ଏହି ବଡ ପଥରଟି ଖସିଥିଲା । ସୂଚନା ଅନୁଯାୟୀ ଗତ କାଲି ଅର୍ଥାତ ରବିବାର ଅପରାହ୍ନରେ ଘଟିଥିଲା ଏହି ଅଘଟଣ । ରବିବାର ଅପରାହ୍ନ ବାଜଣା ମଣ୍ଡଳ ତଥା ମୁକ୍ତି ଅଣ୍ଡପ ସମୁଖ ବେହରଣ ଦ୍ଵାରା ବାହର ପାର୍ଶ୍ଵରୁ ଏହି ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ ଦେଉଳରୁ ଏହି ପଥରଟି ଖସିଛି । ଭିତର ବେଡା କନ୍ଦିରେ ପଥରଟି କସିବାରୁ କାହାର କିଛି କ୍ଷତି ହୋଇ ନାହିଁ । କିନ୍ତୁ ପଥର କିପରି ଖସିଲା କାରଣ ଅସ୍ପଷ୍ଟ ।

Leave A Reply

Your email address will not be published.