ୟୁପିର ଫରୁଖାବାଦରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି|ଏଥିରେ ଦୁଇଜଣ ମହିଳା ମାରପିଟ ହେଉଥିବା ଦେଖାଯାଇଛି|ଜଣେ ପୁରୁଷ ଦୁଇ ମହିଳାଙ୍କୁ ଚପଲରେ ପିଟୁଥିବା ଦେଖାଯାଏ|ପିଟାଇ ପରେ ଉଭୟ ମହିଳା ନିଜ ନିଜ ରାସ୍ତାରେ ଯାଇଛନ୍ତି|କୁହାଯାଉଛି ଯେ ଏହି ମହିଳାଙ୍କ ମଧ୍ୟରୁ ଜଣେ ପ୍ରେମିକା ଓ ଜଣେ ପତ୍ନୀ ଅଟନ୍ତି|
ସୂଚନାଯୋଗ୍ୟ ୨୮ ସେକେଣ୍ଡର ଏହି ଭାଇରାଲ ଭିଡିଓ ଫରୁଖାବାଦର ରାମ ମନୋହର ଲୋହିଆ ହସପିଟାଲର ଅଟେ|୨୦ ଅକ୍ଟୋବର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ପ୍ରେମିକା ପାଇଁ ପହଞ୍ଚିଲେ|ଏହା ଯେତେବେଳେ ପତ୍ନୀ ଜାଣିଲା ସେ ପହଞ୍ଚିଲା|ସେ ପତିକୁ ପ୍ରେମିକା ସହ ଦେଖି ହଡବଡେଇ ଗଲା|
ଏହାପରେ କଥା କଟାକଟି ହୋଇ ମାରପିଟ୍ ହେଲା|ଦୁଇ ମହିଳା ହସ୍ପିଟାଲ ପରିସରରେ ମାରପିଟ୍ କରିଥିଲେ|ଏହା ଦେଖି ଲୋକଙ୍କ ଭିଡ ଜମିଗଲା|ସେତେବେଳେ ମହିଳାଙ୍କ ପତି ଆସିଲା ଓ ଉଭୟଙ୍କୁ ଅଲଗା କରିବଖକୁ ଚେଷ୍ଟା କଲା କିନ୍ତୁ ଉଭୟ ପିଟାପିଟି ହେଉଥିଲେ|
ଏହା ଦେଖି ପତି ଚପଲ ବାହାର କଲା ଓ ଉଭୟ ମହିଳାଙ୍କୁ ପିଟିଲା|ଏହାପରେ ଉଭୟ ଅଲଗା ଅଲଗା ହୋଇଗଲେ|ଏହାପରେ ବ୍ୟକ୍ତି ପତ୍ନୀଙ୍କ ସହ ସୁଯୋଗରେ ଚାଲିଗଲା|ତାଙ୍କ ପ୍ରେମିକା ହସ୍ପିଟାଲରୁ ଚାଲିଗଲା|ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|