ପାଖେଇ ଆସୁଛି ବାତ୍ୟା ସି-ତ୍ରାଙ୍ଗ । ୨୪ ଓ ୨୫ରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ପବନ କମ୍ ଅଧିକ ବର୍ଷା ହେବା ନେଇ ଆକଳ

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ସିତ୍ରାଙ୍ଗ । ଆଇ-ଏମ-ଡି ଜାରି କରିଥିବା ଗତିପଥ ଅନୁସାରେ ଓଡ଼ିଶା ଉପକୂଳରୁ ପ୍ରାୟ ୨ଶହ କିଲୋମିଟର ଦୂରରେ ରହି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁହେବ ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ଏବଂ ୨୪ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

୨୫ତାରିଖ ଅପରାହ୍ନରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନଥିବାରୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଯାହା ଜଣା ପଡ଼ୁଛି ସମ୍ଭାବ୍ୟ ବାତ୍ୟା ସି-ତ୍ରଙ୍ଗ ପ୍ରଭାବରେ ଉପକୂଳବର୍ତ୍ତି ଅଞ୍ଚଳରେ ପବନର ବେଗ କମ୍ ରହିବ ମାତ୍ର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି।

ତେବେ ବାତ୍ୟାର କେନ୍ଦ୍ରସ୍ଥଳରେ ଘଂଟା ପ୍ରତି ୬୫-୭୫ କିମି ବେଗରେ ପବନ ବହିପାରେ । ଯାହାର ଝଟକା ୮୫ କିମି ପର୍ଯ୍ୟନ୍ତ ହୋଇପାରେ । ସେହି ୨୪ ତାରିଖ ଅପରାହ୍ଣରେ ୧୦୦ କିଲୋମିଟର ବେଗରେ ପବନ ଝଟକା ଦେଇପାରେ । ସେହିପରି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଅକ୍ଟୋବର ୨୫ ତାରିଖ ଅପରାହ୍ଣରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେହି ସମୟରେ ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଅକ୍ଟୋବର ୨୬ ତାରିଖ ସକାଳରୁ ବାତ୍ୟା ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ । ୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ । କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ । ତେବେ ଓଡ଼ିଶା ଉପରେ ସିଧାସଳଖ ଭାବରେ ବିଶେଷ ପ୍ରଭାବ ପଡ଼ିନପାରେ କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.