ବଡ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଝଟକା,ଦଳରୁ ବାଦ ପଡିଲେ ଷ୍ଟାର ଖେଳାଳି,ଭାରତକୁ ମିଳିବ କି ଫାଇଦା ?

0

Get real time updates directly on you device, subscribe now.

ଦିନକ ପରେ ମେଲବର୍ଣ୍ଣରେ ହେବ ମହା ଲଢେ଼ଇ|ସାମ୍ନାସାମ୍ନି ହେବେ ଦୁଇ ଚିର ପ୍ରତିଦ୍ବନ୍ଦି|ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ ଦୁଇ ଦେଶର ଫ୍ୟାନ|ଗୋଟିଏ ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପର ମହାସମର|ସମସ୍ତଙ୍କ ନଜର ଭାରତ ପାକିସ୍ତାନ ମଧ୍ୟରେ ହେବାକୁଥିବା ଟି-୨୦ ମ୍ୟାଚ ଉପରେ ରହିଛି|ଦର୍ଶକଙ୍କ ନଜର ପାକିସ୍ତାନର କିଛି ଆହତ ଖେଳାଳି ଙ୍କ ଉପରେ ରହିଛି|ଭାରତ ପାଇଁ ଫାଇଦା ହେବ କି ?

ଚଳିତ ବିଶ୍ୱକପର ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳକୁ ଝଟକା ଲାଗିଛି|ଦଳର ଷ୍ଟାର ଖେଳାଳି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି|ଡଟର ସାନ ମସୁଦ ନେଟରେ ପ୍ରାକ୍ଟିଶ ସମୟରେ ଆହତ ହୋଇଛନ୍ତି ତାଙ୍କ ମୁଣ୍ଡରେ ବଲ ଵାଜିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି|ରବିବାର ଭାରତ ପାକିସ୍ତାନ ମ୍ୟାଚ ଥିଲାବେଳେ ସାନ ଆହତ ହେବା ଭାରତ ପାଇଁ ବଡ ଝଟକା|ବଲ ବାଜିବା ପରେ ସେ ତଳେ ପଡିଯିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ|ସେଠାରେ ତାଙ୍କର ସ୍କାନ କରାଯାଇଥିଲା|ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୈାଣସି ସୂଚନା ମିଳିନାହିଁ|

ଦଳର ଜଣେ ଭରସାଯୋଗ୍ୟ ଖେଳାଳି ସାନ ମସୁଦ, ନିକଟରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ|ସେ ୮ ମ୍ୟାଚ ଖେଳି ୧୦୪୭ ରନ ସଂଗ୍ରହ କରିଥିଲେ|ସେ ୩ଟି ଶତକ ମଧ୍ୟ ହାସଲ କରିଥିଲେ|ତେବେ ଏହି ପ୍ରଦର୍ଶନ ଫଳରେ ଟି-୨୦ ବିଶ୍ୱକପ ଦଳରେ ସୁଯୋଗ ପାଇଥିଲେ|ସେ ଆହତ ହେବା ଦଳ ପାଇଁ ଚିନ୍ତାଜନକ|

ସେପଟେ ଭାରତୀୟ ଦଳ ପାଇଁ ଏହା ବଡ ସୁଯୋଗ|ସେ ଯଦି ସମ୍ପୂର୍ଣ୍ଣ ଫିଟ ନ ହୁଅନ୍ତି ତେବେ ଦଳ‌ ପାଇଁ ଫାଇଦା ହେବ|ଦୀପାବଳୀର ପୂର୍ବ ଦିନ ହେଉ ଥିବାରୁ ଏହାକୁ ନେଇ ଫ୍ୟାନ ଉତ୍ସାହିତ ଅଟନ୍ତି|

Leave A Reply

Your email address will not be published.