ସମ୍ପର୍କରେ ଲାଗିଲା କଳଙ୍କ, ଭଣଜା ପ୍ରେମରେ ଉବୁଟୁବୁ ମାଇଁ

0

Get real time updates directly on you device, subscribe now.

ଏହି ସମାଜରେ ପ୍ରେମ ସଂପର୍କର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି । କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜିର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ ।

ତେବେ ଆଜିକାଲିର ଦୁନିଆରେ ପ୍ରେମର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ବିବାହ ପରେ ମଧ୍ୟ ବିଶ୍ଵାସ ଭାଙ୍ଗି ବାକୁ ପଛାଉ ନାହି ଆଜିର ମଣିଷ । ବିବାହ ପରେ ପର ପୁରୁଷ ଙ୍କ ସହିତ ପ୍ରେମ ସମ୍ପର୍କ ରଖୁଛନ୍ତି,ସମ୍ପର୍କରେ ଲାଗୁଛି କଳଙ୍କ । ଦିନେ ଦିଅର ଭାଉଜ ସମ୍ପର୍କ ଦାଣ୍ଡରେ ପଡି ହାଟ ରେ ଗଡିଲା । ପୁଣି ଖୁଡି ପୁତୁରା ପ୍ରେମ ର ସମ୍ପର୍କ ଛାଇଗଲା ସାରା ଓଡ଼ିଶାରେ ।

ବର୍ତ୍ତମାନ ଭଣଜା ପ୍ରେମ ରେ ଉବୁଡୁବୁ ମାଇଁ। ପଗେଳି ହୋଇ ଗଲାଣି ମାଇଁ ଭଣଜାକୁ ପ୍ରେମ କରି ।ଘରେ ସ୍ବାମୀ ନ ଥିବା ବେଳେ ଭଣଜା ସହ ଶାରୀରିକ ସମ୍ପର୍କ ରଖୁଥିଲା ମାଇଁ । ମାଇଁ କହୁଛି ତୋ ବିନା ମୁଁ ବଞ୍ଚି ପାରିବି ନାହି । ଏହି ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରେ । ଏଥିରେ କହିବାକୁ ଗଲେ ଭୁଲ୍ ଯେ କେବଳ ମାଇଁର ରହିଛି ତାହା ନୁହେଁ ଏଥିରେ ଭଣଜା ବି ସମାନ ଭାବରେ ଦୋଷୀ । ସେ ମାଇଁଙ୍କୁ ଅନେକ ସ୍ବପ୍ନ ଦେଖାଇ ଥିଲା ।

ମାଇଁକୁ ଭଣଜା ପ୍ରେମ ଏମିତି ପାଗଳ କରିଲା ଯେ ସେ ନିଜ ଜନ୍ମ କରିଥିବା ପିଲାକୁ ଛାଡି ପଳାଇ ଆସିଥିଲା ରାଜସ୍ଥାନ ପ୍ରେମିକ ଭଣଜା ପାଖକୁ । ଦୁଇ ବର୍ଷ ପରେ ମନ ବୁଝିଗଲା ଭଣଜାର । ଏବେ ମାଇଁ ଫେରି ଆସି ବସିଛି ସ୍ବାମୀର ଘର ଆଗରେ । ତେବେ ସ୍ଥାନୀୟ ବାସି ଅଭିଯୋଗ ଆଣିଛନ୍ତି ଯେ ଯଦି ସେ ଗ୍ରାମ କୁ ଫେରନ୍ତି ତାହାଲେ ଏହା ସମାଜ ପାଇଁ ନିନ୍ଦନୀୟ ସୂଚନା ହେବ । ଟୁଙ୍ଗୁରୁ ଭୋଳ ପ୍ରେମ କାହାଣୀ ଠାରୁ ଏହିପରି ଘଟଣା ଅଧିକ ଦେଖିବାକୁ ମିଳିଛି ।

Leave A Reply

Your email address will not be published.