ସାମ୍ନାକୁ ଆସୁଛି ବିଭିନ୍ନ ନେତା ମନ୍ତ୍ରୀଙ୍କ ନାମ । ଯିଏବି ଅର୍ଚ୍ଚନାକୁ ଧରି ଥେଇ ଥେଇ ହେଉଛି ସେ ନେବ ବାମ୍ଫ

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗର ବିଷ ଜ୍ୱାଳାରେ ଏକାଧିକ ନେତା ଓ ମନ୍ତ୍ରୀ ଛଟପଟ । ଅର୍ଚ୍ଚନା ସହ ରାତି କଟାଇ ଏବେ ଅଡୁଆରେ ମନ୍ତ୍ରୀ, ବିଧାୟକ ସହ ସରକାରୀ ବାବୁମାନେ । କଥାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ହେଲେ ଏ ଖବର ପ୍ରସାରଣ ନକରିବା ପାଇଁ ଗଣମାଧ୍ୟମକୁ ବାଧ୍ୟ କରୁଛନ୍ତି ଖୋଦ୍ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଆଉ ସାମ୍ବାଦିକଙ୍କୁ ବଶ କରିବା ଭଳି ରଖୁଛନ୍ତି ଉତ୍ତର କହୁଛନ୍ତି କଣ ନା ସରକାରଙ୍କ ପ୍ରଚାର କରନ୍ତୁ ଅଥବା ସାମ୍ବାଦିକଙ୍କ ଦାବି କଥା ଉଠାନ୍ତୁ । ଏପରି ବାଜ୍ୟ ଖବର ପ୍ରସାରଣ କରନ୍ତୁ ନାହିଁ ।

ଏଠି ମନ୍ତ୍ରୀଙ୍କୁ ପ୍ରଶ୍ନ, ସତ କହିଲେ ସରକାରଙ୍କୁ କାହିଁକି କଷ୍ଟ ହେଉଛି ? ଅର୍ଚ୍ଚନାର ନାଗଫାଶରେ କେତେ ନେତା ଓ ମନ୍ତ୍ରୀ ଅଛନ୍ତି ତାହା ସରକାର କାହିଁକି ସାର୍ବଜନୀନ କରୁନାହାନ୍ତି ? କାହିଁକି ପୋଲିସ ମୁହଁରେ ତୁଣ୍ଡି ? ପୋଲିସ ଉପରେ କିଏ ପକାଉଛି କି ଚାପ ? ତେବେ ଗଣମାଧ୍ୟମରେ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ଫଟୋ ଘୁରି ବୁଲୁଥିବା ବେଳେ କାହିଁକି ଚୁପ୍ ଦଳର ମୁଖିଆ । ଏହାକୁ ନେଇ ବଡ ପ୍ରଶ୍ନ ଉଠିଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବଡ ବୟାନ୍ ଏବେ ବିବାଦ ସୃଷ୍ଟି କରିଛି ।

ରାଜ୍ୟରେ ଯେଉଁ ଘଟଣା, ଦୁର୍ଘଟଣା ଓ କେଳାଙ୍କାରୀ ଘଟୁଛି ସବୁଥିରେ ଶାସକ ବିଜୁ ଜନତା ଦଳ ନେତାଙ୍କ ସମ୍ପୃକ୍ତି । ଅର୍ଚ୍ଚନା ନାଗର ସେକ୍ସ ସ୍କାଣ୍ଡାଲରେ ବୁଡି ରହିଛନ୍ତି ମାଳମାଳ ବିଧାୟକ, ମନ୍ତ୍ରୀ, ବ୍ୟବସାୟୀ, ଠିକାଦାର । ଅର୍ଚ୍ଚନାର ଆଲିସାନ୍ ବଙ୍ଗଳାରେ ରାତିପରେ ରାତି କଟାଇଛନ୍ତି ନେତା । ବହୁ ନେତା ଅର୍ଚ୍ଚନାଙ୍କୁ ଧରି ରାଜ୍ୟ ବାହାରକୁ ଯାଇଥିବାର ଚର୍ଚ୍ଚା ହେଉଛି । ଆଉ ଏସବୁ ରହସ୍ୟ ଲୁଚି ରହିଛି ଅର୍ଚ୍ଚନା, ଜଗବନ୍ଧୁ ଓ ବାଇନର ମୋବାଇଲରେ । ହେଲେ ନା ମୋବାଇଲ ରହସ୍ୟକୁ ଖୋଲୁଛି କମିଶନରେଟ୍ ପୋଲିସ, ନା ଅଧିକ ପଚରାଉଚୁରା ପାଇଁ  ଅର୍ଚ୍ଚନାକୁ ରିମାଣ୍ଡରରେ ଆଣିଛି ପୋଲିସ । କାହିଁକି ଚୁପ୍ ବସିଛି ପୋଲିସ ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିପକ୍ଷ ଦଳ ନିଆଁରେ ଘିଅ ଢାଳିଛି ।

ଆଉ ସିଧାସିଧା କହିଛି କେବଳ ଦେଶୀ ନୁହେଁ ବିଦେଶରୁ ମଧ୍ୟ ଝିଅ ଆସୁଥିଲେ ନେତାଙ୍କୁ ରଙ୍ଗୀନ କରିବା ପାଇଁ । ସତ ଧରାପଡିଲେ ବିସ୍ପୋରଣ ହେବ । ଗଡୁଛି ଦିନ, ଖୋଲିବାରେ ଲାଗିଛି ଭାନୁମତୀ ପେଡି । ସୁନ୍ଦରୀ ଅର୍ଚ୍ଚନାକୁ ଯିଏ ଭି ଥେଇ ଥେଇ ହେଉଛି ସେ ଆଗକୁ ଭଲକରି ବାମ୍ଫ ନେବ । କିନ୍ତୁ ଅର୍ଚ୍ଚନା ନାଗର ନାଗଫାଶର ଡାଏରୀର ହଟଲିଷ୍ଟରେ କିଏ ତାହା କାହିଁକି ସାର୍ବଜନୀନ କରୁନି ପୋଲିସ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ ।

Leave A Reply

Your email address will not be published.