ଲୋମଟାଙ୍କୁରା ସତ୍ୟ : ରାଜୁ,ସୂର୍ଯ୍ୟ ଓ କରଣ ଭଳି ଅସାମାଜିକ ଯୁବକ ମାନେ ଅର୍ଚ୍ଚନାଙ୍କୁ ଅପହରଣ କରିନେଇ କରିଥିଲେ ଦୁଷ୍କର୍ମ
ଦିନ ଗଡିବା ସହିତ ସୁନ୍ଦରୀ ଅର୍ଚ୍ଚନାଙ୍କ ବିଷୟରେ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି । କିନ୍ତୁ ଆଜି ଆଉ ଗୋଟିଏ ଲୋମଟାଙ୍କୁରା କାହାଣୀ ଆସିଛି । ଆଜ୍ଞା ହଁ, ଯେଉଁ ଲୋମଟାଙ୍କୁରା କାହାଣୀକୁ ଆଣିଛନ୍ତି ଜଣେ ସମାଜ କର୍ମୀ ଲିଙ୍ଗରାଜ ଆଜାଦ । ତେବେ ଲିଙ୍ଗରାଜ ଆଜାଦଙ୍କ ଫେସବୁକ୍ ପେଜରୁ ଯାହା ଜଣାପଡିଛି, ଅର୍ଚ୍ଚନା କୁଆଡେ ପ୍ରତିଶୋଧ ନେବାପାଇଁ ନାଗୁଣୀ ପାଲଟି ଯାଇଥିଲେ । ତାଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ସେ କୁଆଡେ ଏ ମାୟା ଜାଲ ବିଛାଇଥିଲେ । ସେ କିଛି ପ୍ରଭାବଶାଳୀ ଲୋକଙ୍କ ପାଇଁ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ସେହି ପ୍ରଭାବଶାଳୀ ଲୋକଙ୍କୁ ହିଁ ସେ ଲୁଟୁଥିଲେ ବୋଲି ଏପରି ଚର୍ଚ୍ଚା ହେବାରେ ଲାଗିଛି ।
ଆଜ୍ଞା ହଁ, ସମାଜକର୍ମୀ ଲିଙ୍ଗରାଜ ଆଜାଦଙ୍କ ଫେସବୁକ୍ ପୋଷ୍ଟ ପରେ ଏପରି କିଛି ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ମାମଲା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ତାଙ୍କ ଜୀବନର ଗୋଟିଏ ଲୋମଟାଙ୍କୁରା ଅକୁହା କାହାଣୀ ସାମ୍ନାକୁ ଆସିଛି, ଯାହା କେବେ ବି କୌଣସି ସ୍ଥାନରେ ଆଲୋଚନା ହୋଇନାହିଁ ।
କାହାଣୀଟି ହେଉଛି ଏକ ଘରୋଇ କମ୍ପାନୀ ବିରୋଧରେ ଜମି ହରା ମାନଙ୍କର ସୂତ୍ରଧର ସାଜିଥିବା ମାଫିଆମାନେ ଅର୍ଚ୍ଚନାଙ୍କ ବାପାଙ୍କୁ କିଣି ପାରିନଥିଲେ । କଳେ ବଳେ କୌଶଳେ ଅର୍ଚ୍ଚନାଙ୍କ ବାପାଙ୍କୁ କିଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅର୍ଚ୍ଚନାଙ୍କ ବାପା ସଚ୍ଚୋଟ ଥିଲେ । ଅର୍ଚ୍ଚନାଙ୍କ ବାପାଙ୍କୁ ଦୁର୍ବଳ କରିବାକୁ ସେଦିନ ସେହି ନିରୀହ ବାଳିକା ଅର୍ଚ୍ଚନାକୁ ଅପହରଣ କରି ନେଇଥିଲେ ଏବଂ ପରେ ଦୁଷ୍କର୍ମ କରିଥିଲେ । ଯେଉଁଥିପାଇଁ ଶ୍ରୀ ଆଜାଦ ସୁନ୍ଦରୀ ଅର୍ଚ୍ଚନାଙ୍କୁ ଫୁଲନ ଦେବୀଙ୍କ ସହ ସମାନ କରିଛନ୍ତି । ଫୁଲନ ଦେବୀ ଯେପରି ନିଜ ସଂଘର୍ଷର କାହାଣୀ ଲେଖିଥିଲେ, ଅର୍ଚ୍ଚନା ମଧ୍ୟ ସେପରି କୁଆଡେ ପ୍ରତିଶୋଧ ପାଇଁ ଏକ ସଂଘର୍ଷର ନାଟକ ରଚିଛି ।
ଏଠାରେ କହିରଖୁଛୁ ଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ କେନ୍ଦୁଗୁଡ଼ା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଅର୍ଚ୍ଚନା ନାଗଙ୍କ ପରିବାର । ଗୋଟିଏ ଘରୋଇ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେବା ପାଇଁ ଅନେକ ନିରୀହ ଜନ ସାଧାରଣଙ୍କର ସେତେବେଳେ ଜମି ଯାଇଥିଲା । ଏପରିକି ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଥ ନାଗଙ୍କର ମଧ୍ୟ ଜମି ଯାଇଥିଲା । ଜମି ହରାଇବା ବଦଳରେ ପରିବାର ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦେବାପାଇଁ, ଚାକିରି ପାଇଁ ଏବଂ ରହିବାକୁ ଘର ଦେବାକୁ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଥିଲେ ।
ତେବେ ଯେଉଁ କମିଟି ଗଠନ ହୋଇଥିଲା, ତାର ସଭାପତି ଥିଲେ ସୁରେନ୍ଦ୍ର ନାଥ ନାଗ ଅର୍ଥାତ୍ ଅର୍ଚ୍ଚନାଙ୍କ ବାପା । ଆଉ ଯେଉଁମାନେ ଜମି ହରାଇଥିଲେ ସେମାନଙ୍କ ପାଇଁ ସାଲିସ ବିହୀନ ଲଢେଇ ହିଁ ଅର୍ଚ୍ଚନାଙ୍କୁ ଦୁଷ୍କର୍ମ କରାଇଥିଲା ଏବଂ ସୁରେନ୍ଦ୍ରଙ୍କ ପରିବାରକୁ ଧ୍ଵଂସ କରିବାକୁ ଯାଇ ଯେଉଁ ଷଡ଼ଯନ୍ତ୍ର କରାଯାଇଥିଲା, ସେଥିରେ ଅର୍ଚ୍ଚନା ଫସି ଯାଇଥିଲା । ରାଜୁ,ସୂର୍ଯ୍ୟ ଓ କରଣ ଭଳି ଅସାମାଜିକ ଯୁବକମାନେ ସୁରେନ୍ଦ୍ରଙ୍କ ନାବାଳିକା ଝିଅ ଅର୍ଚ୍ଚନାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ ।
ଆଉ ତାପରେ ଏହାକୁ ନେଇ ପୋଲିସ କେସ ମଧ୍ୟ କରାଯାଇଥିଲା ଏବଂ ସମସ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ରାଜୁ ଆତ୍ମ ସମର୍ପଣ କରିଥିଲା, ମାତ୍ର ଏସବୁ କୁଆଡେ ଲୋକ ଦେଖାଣିଆ କରାଯାଇଥିଲା । ପୋଲିସ ଏମିତି କିଛି ତଥ୍ୟ କୋର୍ଟରେ ଦେଇଥିଲା, ଯେଉଁଥିପାଇଁ ଅଭିଯୁକ୍ତ ମାନେ ସହଜରେ ଖଲାସ ହୋଇଯାଇଥିଲେ । ଆଉ ସେବେଠାରୁ ବିଦ୍ରୋହୀ ବାପାର ଝିଅ ବିଦ୍ରୋହୀ ହୋଇ ଉଠିଥିଲା । ପ୍ରତିଶୋଧ ନିଆଁରେ ପ୍ରତିଦିନ ଜଳୁଥିଲେ ଏବଂ ଯେଉଁଥିପାଇଁ ସେ ଏସବୁ ଖେଳ ଖେଳିଲେ ।