ପରୀକ୍ଷା ଖାତା ରେ ଛାତ୍ର ଲେଖିଥିବା ଉତ୍ତର କୁ ଦେଖି ଶିକ୍ଷକ ହୋଇଗଲେ ବେହାସ୍।

0

Get real time updates directly on you device, subscribe now.

ଆପଣ ମାନେ ତ ଜାଣିଥିବେ ଏହି ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଲୋକ ବାସ କରନ୍ତି।ବେଳେ ବେଳେ କିଛି ବିଚିତ୍ର ଲୋକ ଏଭଳି କାମ କରନ୍ତି ଯାହାକୁ ଜାଣିଲେ ଆପଣ ମାନେ ବି ହସି ହସି ବେଦମ୍ ହୋଇଯିବେ।ଏହିଭଳି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି କୁ ଏକ ନବମ ଶ୍ରେଣୀ ର ଛାତ୍ର ଏମିତି କିଛି ଲେଖିଛି ତା’ର ପରୀକ୍ଷା ଯାହାକୁ ପଢ଼ି ସାର୍ ହୋଇଗଲେ ବେହୋସ୍। କରୋନା ପରେ ସ୍କୁଲ୍ ଖୋଲିଲା,ପରୀକ୍ଷା ମଧ୍ୟ ହେଲା। ପିଲା ମାନେ ପରୀକ୍ଷା ଦେଲେ।

ହେଲେ ଏକ ନବମ ଶ୍ରେଣୀ ଛାତ୍ର ଏମିତି କିଛି ଲେଖିଲା ତାର ପରୀକ୍ଷା ଖାତା ରେ ଯାହା କି ଏବେ ଓଡ଼ିଶା ଟା ସାରା ଭାଇରାଲ୍ ହୋଇ ଘୁରୁଛି।ଆସନ୍ତୁ ଜାଣିବା ପିଲା ଟି କ’ଣ ଲେଖିଛି ତା’ର ପରୀକ୍ଷା ଖାତାରେ।ପରୀକ୍ଷା ଖାତାଟି ହେଉଛି ନବମ ଶ୍ରେଣୀ ଇତିହାସ ବିଷୟ ର।ପ୍ରଶ୍ନ ଟି ହେଉଛି”ଭାରତ କୁ କାହିଁକି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଏ?

“ଉତ୍ତର ରେ ଛାତ୍ର ଟି ଯାହା ଲେଖିଛି ତାହା ଆପଣ ମାନେ ଶୁଣିଲେ ବି ହସି ହସି ଗଡିଯିବେ।ଛାତ୍ର ଟି ଲେଖିଛି”ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର।ଏଥିରେ ଅନେକ ଧର୍ମାବଲମ୍ବୀ ଲୋକ ବସବାସ କରନ୍ତି।ତମ ସାଙ୍ଗେ ଆମ ଯୋଡ଼ି ଟା ଯେମିତି ଗୁଆଘିଅ ସଙ୍ଗେ ଅରୁଆ ଭାତ।ତମରି ଭଳି ସୁନ୍ଦରୀ ରମଣୀ ବାହା ହେବା ପାଇଁ ଛଟପଟ।ମୁଁ ମୁଢ଼ି ହେଲେ ତମେ ମିକ୍ସଚର।ମୁଁ ଖଟା ହେଲେ ତମେ ବିଅର।ମୁଁ ଇଟିଲି କୁ ତମେ ସମ୍ବର।ମୁଁ ମାଛ ହେଲେ ତମେ ବେସର।ଆରେ ଯେତେ ଝିଅ ଥିଲେ ମାଆ ରା ଜମା ତମ ପରି କେହି ନୁହଁ।ଗୁଆ ଘିଅ ଗୁଆ ଘିଅ।ଅରୁଆ କୁ ଗୁଆ ଘିଅ।ଆରେ ଅରୁଆ କୁ ଗୁଆ ଘିଅ।

ଭାରତ ରେ ବିଭିନ୍ନ ପୂଜା ଓ ପର୍ବପର୍ବାଣୀ ହୋଇଥାଏ।ଏଥିରେ ସବୁ ଧର୍ମ ର ଲୋକ ମାନେ ସାମିଲ ହୋଇଥାନ୍ତି।”ବାସ୍ ଏତିକି ଲେଖି ଛାତ୍ର ଟି ତା’ର ୧୦ ମାର୍କ ବିଶିଷ୍ଟ ପ୍ରଶ୍ନ ର ଉତ୍ତର ଶେଷ କରିଛି।ପିଲା ଟି ବହୁତ ଚାଲାକ୍।ସେ ଛୋଟ ବେଳୁ ଶୁଣି ଆସିଛି ଯେ ସରକାରୀ ସ୍କୁଲ୍ ରେ ଖାଲି ଖାତା ପୂରଣ କରିଦେଲେ ମାର୍କ ମିଳିଯିବ ବୋଲି।ତେଣୁ ସେ ପାଠ ନ ପଢି ଉତ୍ତର ରେ ଗୁଆ ଘିଅ ଗୀତ ଟି କୁ ଲେଖିଦେଇଛି।ଏଭଳି ସେ ଆଉ ସବୁ ପେଜ୍ କୁ ମଧ୍ୟ ପୂରଣ କରିଛି।ଛାତ୍ର ର ଏ ଭଳି ଉତ୍ତର କୁ ସତ ରେ ମାନିବା ପାଇଁ ପଡ଼ିବ।

Leave A Reply

Your email address will not be published.