ସ୍ତ୍ରୀ ପାଇଁ ଫାଇନାନ୍ସରେ ମୋବାଇଲ୍ କିଣିଥିଲା ସ୍ବାମୀ, ଜାଣିଲାପରେ ଜୀବନ ହାରିଲା ସ୍ତ୍ରୀ, ଚେତାଶୂନ୍ୟ ହୋଇଗଲା ସ୍ବାମୀ

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ଫାଇନାନ୍ସରେ ମୋବାଇଲ କିଣିଥିଲେ, କିନ୍ତୁ ଯେତେବେଳେ ତାଙ୍କ ସ୍ତ୍ରୀ ଏ ବିଷୟରେ ଜାଣିଲା ସେତେବେଳେ ସେ ରାଗିଯାଇ ଜୀବନ ହାରିଦେଲା । ଆଜ୍ଞା ହଁ, ଗୋଟିଏ ମୋବାଇଲ ପାଇଁ ସ୍ତ୍ରୀର ଜୀବନ ଚାଲିଯାଇଛି । ଏପରି କିଛି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଇପିଭି-14 ଗ୍ରାମରେ ଏକ ବର୍ଷ ହେବ ଜ୍ୟୋତି ଓ କନାଇ ବିବାହ କରିଥିଲେ ।

କନାଇଙ୍କ ପାଖରେ ପଇସା ନଥିବାରୁ ସେ ନିଜ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଗୋଟିଏ ମୋବାଇଲ କିଣିଥିଲେ । ତେବେ ଫାଇନାନ୍ସରେ ମୋବାଇଲ କିଣିବା କଥା ଜ୍ୟୋତି ଜାଣିନଥିଲେ । ତେବେ ଏହାର ଶେଷ କିସ୍ତି ସରିବା ପରେ ବାଜାଜ୍ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କନାଇଙ୍କ ଘରକୁ ଯାଇଥିଲେ ।

ଆଉ ଏହି ସମୟରେ କନାଇ ଘରେ ନଥିବା ବେଳେ ଫାଇନାନ୍ସରେ ମୋବାଇଲ କିଣିବା କଥା କନାଇଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ । ତେବେ ସ୍ବାମୀ ଆସିବାପରେ ସ୍ତ୍ରୀ ଜ୍ୟୋତି ଓ କନାଇଙ୍କ ମଧ୍ୟରେ କିଛି ଯୁକ୍ତି ହୋଇଥିଲା । ଏହି ଯୁକ୍ତିତର୍କ ମଧ୍ୟରେ ସ୍ତ୍ରୀ ଜ୍ୟୋତି ବିଷ ପିଇ ଦେଇଥିଲେ । ସ୍ବାମୀ ନିଜ ସ୍ତ୍ରୀର ଏଭଳି ଅବସ୍ଥା ଦେଖି କନାଇ ଚେତାଶୂନ୍ୟ ହୋଇ ପଡିଥିବା ବେଳେ ପରିବାର ଲୋକେ ଉଭୟଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଳୟରେ ଡାକ୍ତର ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ କନାଇ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସ୍ବାମୀ କହିବା ଅନୁଯାୟୀ, କନାଇ 10 ହଜାର ଟଙ୍କା ଦେଇ ଫାଇନାନ୍ସରେ ନିଜ ସ୍ତ୍ରୀ ପାଇଁ ମୋବାଇଲ ଆଣିଥିଲେ । ତାଙ୍କ ସ୍ତ୍ରୀ ସବୁବେଳେ ଜିଦ୍ କରୁଥିଲେ ଯେ ତାଙ୍କର ଦାମିକିଆ ଫୋନ୍ ଦରକାର୍, କମ୍ ଦାମର ମୋବାଇଲ ନେବେ ନାହିଁ । ତେଣୁ କନାଇ କିସ୍ତିରେ ମୋବାଇଲ ଆଣିଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଏ ବିଷୟରେ ଜାଣିବାପରେ ଯୁକ୍ତି କରି କହିଥିଲେ କି ତୁମେ ମତେ ନ ଜଣାଇ କଣ କଣ ସବୁ କରୁଛ ମୁଁ କିଛି ଜାଣିପାରୁନି । ଏ ଫୋନ୍ ବ୍ୟତୀତ ଆହୁରି କଣ୍ କଣ୍ ସବୁ ମୋ ଅଜାଣତରେ କରୁଛ କୁହ । କନାଇ କହିଥିଲେ ଯେ ଆଉ କିଛି ନାହିଁ, ଖାଲି ତୁମପାଇଁ ଏଇ ମୋବାଇଲ ଆଣିଥିଲି ।

Leave A Reply

Your email address will not be published.